ନୂଆଦିଲ୍ଲୀ: ସୁପରଟେକ ଓ ଏହାର ଅଧ୍ୟକ୍ଷ ଆରକେ ଅରୋରାଙ୍କ ୯ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ସୁପରଟେକ ଗ୍ରୁପ୍ ବିରୋଧରେ ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ଭିତ୍ତି କରି ଇଡି ଧରପଗଡ଼ କରିଛି। ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସହ ଆଉ କିଛି ସାମଗ୍ରୀ ମିଳିଥିବା ଜଣାପଡ଼ିଛି। ତେବେ ଜବତ ସାମଗ୍ରୀ ସମ୍ପର୍କରେ ଇଡି ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ।
ସେପ୍ଟେମ୍ବର ୫ରେ ହିଁ ଇଡି ଅରୋରା ଓ କମ୍ପାନୀର ବିଭିନ୍ନ ସହଯୋଗୀଙ୍କ ବିରୋଧରେ ମନିଲଣ୍ଡରିଂ ତଦନ୍ତ ଆରମ୍ଭ କରିଥିଲା। ସେହିପରି ଲୁକ ଆଉଟ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଅରୋରା ଓ ଗ୍ରୁପ୍ର ବରିଷ୍ଠ ଅଧିକାରୀମାନେ ଦେଶ ଛାଡ଼ି ଚାଲିଯିବାର ଆଶଙ୍କା ଥିବାରୁ ଇଡି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିଲା।
ବର୍ତ୍ତମାନ ସୁପରଟେକ ପକ୍ଷରୁ ନୋଏଡାରେ ତିଆରି କରାଯାଇଥିବା ୪୦ ମହଲା ବିଶିଷ୍ଟ ଟ୍ୱିନ ଟାୱାରକୁ ଭଙ୍ଗା ଯାଉଛି। ସୁପ୍ରିମକୋର୍ଟ ନିକଟରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଥିଲେ। ଫଳରେ ନଭେମ୍ବର ୩୦ ସୁଦ୍ଧା ଏହି ବିରାଟ ବିଲଡିଂ ମାଟିରେ ମିଶିବାକୁ ଯାଉଛି।
ସୁପରଟେକ ସମସ୍ତ ଆଇନ ଉଲ୍ଲଙ୍ଘନ କରି ଏହାକୁ ନିର୍ମାଣ କରିଥିଲା। ୨୦୦୪ରୁ ୨୦୧୨ ମଧ୍ୟରେ ଟ୍ୱିନ ଟାୱାର ନିର୍ମାଣ ପାଇଁ ସମସ୍ତ ପ୍ରକାରର ଅନୁମତି ମିଳିଥିଲା। ତେବେ ସୁପରଟେକ ଅଧ୍ୟକ୍ଷ ଟାୱାର ନିର୍ମାଣ ବେଳେ କୌଣସି ପ୍ରକାରର ଆଇନ ଉଲ୍ଲଙ୍ଘନ ହୋଇ ନଥିବା ଦମ୍ଭୋକ୍ତି କରିଛନ୍ତି।
ଇଡି ଏହି ଘଟଣାରେ ବ୍ୟାପକ ଆର୍ଥିକ କାରବାର ହୋଇଥିବା ସନ୍ଦେହ କରିଛି। ଇଡି ପକ୍ଷରୁ ଏଥିପାଇଁ ନୋଏଡା ପ୍ରାଧିକରଣର ପୂର୍ବତନ ସିଇଓ ମହେନ୍ଦ୍ର ସିଂହ ଓ ଅନ୍ୟ ୬ ଜଣ ଅଧିକାରୀଙ୍କୁ ଜେରା କରାଯାଇଥିଲା। ଏହାବାଦ ଆଉ କିଛି ଅଧିକାରୀ ଏବେ ବି ଇଡି ସ୍କାନରେ ରହିଛନ୍ତି।
The post ସୁପରଟେକର ୯ଟି ସ୍ଥାନରେ ଇଡିର ଧରପଗଡ଼ appeared first on Odisha Reporter.
from Odisha Reporter https://ift.tt/3oHcbmC
No comments:
Post a Comment