ବଡସିଂହାର ବେଶରେ ବାବା ଧବଳେଶ୍ୱର, ଲାଗି ହେଲା ଗଜ ଭୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

ବଡସିଂହାର ବେଶରେ ବାବା ଧବଳେଶ୍ୱର, ଲାଗି ହେଲା ଗଜ ଭୋଗ

ଆଠଗଡ଼(ନୀଳକଣ୍ଠ ଦୋରା): ବହୁ ପ୍ରତିକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ ।  ଏଥିନିମନ୍ତେ ଗତକାଲି ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇଥିଲା।  ମଙ୍ଗଳାଆଳତୀ ପରେ ମହାନଦୀରୁ ୧୦୮ ସୁବାଷିତ ଜଳରେ ପ୍ରଭୁଙ୍କ ସ୍ନାନ କରା ଯାଇଥିଲା। ଏହାପରେ ଖେଚୁଡି ଭୋଗ , ଘର୍ଷଣ ଲାଗି କରାଗଲା। ଏହାପରେ ପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ପରେ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ମହାଦେବଙ୍କ ନିକଟରେ ବିଶ୍ୱ ପ୍ରସିଦ୍ଧ ଗଜଭୋଗ ଲାଗି କରା ଯାଇଥିଲା ।

ଚାଉଳ,ମୁଗ, ଗୁଡ, ନଡିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣରେ ଏହି ଗଜଭୋଗ ପ୍ରସ୍ତୁତି କରାଯାଇଥାଏ । ପ୍ରଭୁଙ୍କ ରୋଷଘରେ ବ୍ରାହ୍ମଣମାନେ ଶୁଦ୍ଧପୁତ ଭାବେ ଏହାକୁ ପ୍ରସ୍ତୁତ କରିଥାନ୍ତି। ହେଲେ ମହାମାରୀ କରୋନା କଟକଣା କାରଣରୁ ଏଥର ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଛି । ଫଳରେ ଭକ୍ତଶୂନ୍ୟ ଧବଳେଶ୍ୱର ପୀଠରେ ପ୍ରଭୁଙ୍କ ନିକଟରେ ଲାଗି ହୋଇଛି ଗଜଭୋଗ ।

ବାପାଙ୍କ ନିକଟରେ ପ୍ରସିଦ୍ଧ ଗଜଭୋଗ ଲାଗି ହେଉଛି।

ଏନେଇ ଆଠଗଡ଼ ଉପଜିଲ୍ଲାପାଳ କହିଛନ୍ତି, ସମସ୍ତ ନୀତିକାନ୍ତି ସୁରଖୁରରେ ସମ୍ପନ୍ନ ହୋଇଛି। ଭକ୍ତଶୂନ୍ୟ ଭାବେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଛି। ଆସନ୍ତା ବର୍ଷ ଯେପରି ମହାମାରୀ ଦୂରେଇ ଯିବ ସେଥିନିମନ୍ତେ ସମସ୍ତେ ପ୍ରାର୍ଥନା କରିବା ଉଚିତ ।

ପଞ୍ଚୁକକୁ ଭକ୍ତଶୂନ୍ୟ କରିବାକୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିନିମନ୍ତେ ୨ ପ୍ଲାଟୁନ ଫୋର୍ସ ୨ ଆଇଆଇସି, ଏସ୍‌ଡିପିଓ, ୬ ଅଫିସର ଉପସ୍ଥିତ ଅଛନ୍ତି।

The post ବଡସିଂହାର ବେଶରେ ବାବା ଧବଳେଶ୍ୱର, ଲାଗି ହେଲା ଗଜ ଭୋଗ appeared first on Odisha Reporter.



from Odisha Reporter https://ift.tt/3nr9FBR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages