ଓଡ଼ିଶୀ ମାୟାରେ ବନ୍ଧା ସନ୍ଧ୍ୟା ଦେବନାଥ, ୭୦ରେ ବି ଥକିନି ପାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 13, 2021

ଓଡ଼ିଶୀ ମାୟାରେ ବନ୍ଧା ସନ୍ଧ୍ୟା ଦେବନାଥ, ୭୦ରେ ବି ଥକିନି ପାଦ

ସମ୍ବଲପୁର(ସଞ୍ଜୟ ଜେନା): ଓଡ଼ିଶୀ ନୃତ୍ୟ ମାୟାରେ ସେ ବନ୍ଧା।  ଏହା ଆଗରେ ଦୁନିଆର ସବୁ ଜିନିଷ ତାଙ୍କ ପାଇଁ  ତୁଚ୍ଛ। ବୟସ ୭୦ ପାର୍‌ କରି ସାରିଥିଲେ ବି ଥକିନି ପାଦ । ସବୁ  ପର କରି ଦେଇଥିଲେ ବି ଦୂରେଇ ଦେଇ ପାରି ନାହାନ୍ତି ଓଡ଼ିଶୀ ନୃତ୍ୟକୁ । ଯେଉଁ ବୟସରେ ଲୋକ ଅନ୍ୟର ସାହାରା ଖୋଜେ ସେହି ବୟସରେ ସେ ଏବେ ଚଳଚଞ୍ଚଳ ନୃତ୍ୟ ଗୁରୁ ଭାବେ ପରିଚିତ। ଭଙ୍ଗା ଗୋଡ଼ରେ ବି ଗୀତର ତାଳେ ତାଳେ ଉଠୁଛି ତାଙ୍କ ପାଦ । ଯୁବାବସ୍ଥାରେ ଓଡ଼ିଶୀ ନୃତ୍ୟ ପ୍ରେମରେ ପଡ଼ିଥିବା ବେଳେ ତାହାକୁ ଏ ଯାଏ ଭୁଲି ପାରି ନାହାନ୍ତି ସନ୍ଧ୍ୟା ଦେବନାଥ ।

ରକ୍ଷଣଶୀଳ ପରିବାରର କଟକଣା ଭିତରେ ଛନ୍ଦି ହୋଇଯାଇ ଜୀବନରେ ଆସିଥିବା ବହୁ ସୁଯୋଗକୁ ପ୍ରତ୍ୟାଖାନ କରିଛନ୍ତି ସନ୍ଧ୍ୟା ଦେବନାଥ । ହେଲେ ନୃତ୍ୟକୁ କେବେ ଛାଡ଼ି ପାରି ନାହାନ୍ତି। ଏହା ହିଁ ତାଙ୍କ ନିଶା । ଏହା ହିଁ ତାଙ୍କ ଜୀବନ । ପ୍ରତିଟି ନିଶ୍ୱାସରେ ତାଙ୍କର ଓଡ଼ିଶୀ ନୃତ୍ୟ ବସିଥିବା ବେଳେ ଜୀବନର ଶେଷ ଯାଏ ଏହାକୁ ଛାଡ଼ି ପାରିବେନି କି ଭୁଲି ପାରିବେନି ବୋଲି କହିଛନ୍ତି ସନ୍ଧ୍ୟା।

ଓଡ଼ିଶୀ ନୃତ୍ୟଗୁରୁ ସନ୍ଧ୍ୟା ଦେବନାଥ ଛାତ୍ରୀମାନଙ୍କୁ ନୃତ୍ୟ କଳା ଶିଖାଉଛନ୍ତି।

୧୯୭୧ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ କରିଛନ୍ତି ସନ୍ଧ୍ୟା ଦେବନାଥ । ହେଲେ ଆଜି ଯାଏଁ ନିଜ ସାଧନା ଜାରି ରଖିଛନ୍ତି ।   ଦିନେ ନିଜେ ଶିଖୁଥିବା କଳାକୁ ଏବେ ଅନ୍ୟଙ୍କୁ ବାଣ୍ଟୁଛନ୍ତି।   ହେଲେ ରକ୍ଷଣଶୀଳ ପରିବାରର କଟକଣା ଭିତରେ ଛନ୍ଦି ହୋଇଯାଇ  ସନ୍ଧ୍ୟା ଦେବନାଥ  ଚଳଚ୍ଚିତ୍ରଠୁ ଚାକିରି ପର୍ଯ୍ୟନ୍ତ ସବୁ ସୁଯୋଗକୁ ହାତ ଛଡ଼ା କରିଛନ୍ତି। କିନ୍ତୁ ନୃତ୍ୟ ସାଧନାକୁ ବନ୍ଦ କରିପାରି ନାହାନ୍ତି । ଏବେ ୭୦ ବର୍ଷ ବୟସରେ ବି ଜାରି ରହିଛି ତାଙ୍କର ସାଧନା ଓ ଶିକ୍ଷା । ହେଲେ ଗୋଡ଼ରେ ବେଡ଼ି  ସଦୃଶ୍ୟ ପଡ଼ିଛି  ଆର୍ଥିକ  ଅନଟନ ।

ସମ୍ବଳ କହିଲେ ଜରାଜୀର୍ଣ୍ଣ ନୁଆଁଣିଆ ଖପର ଘର । ସେହି ଘର ଭିତରୁ ଶୁଭୁଛି ଘୁଙ୍ଗୁରର ଶବ୍ଦ । ଓଡିଶୀ ଗୀତର ତାଳେ ତାଳେ ଚାଲିଛି ନୃତ୍ୟ ଶିକ୍ଷା । ଓଡିଶୀ ନୃତ୍ୟ ଶିକ୍ଷା ଦେଉଥିବା ସଂଧ୍ୟା ଦେବନାଥଙ୍କ ଗୋଟିଏ ଗୋଡ଼ ଭାଙ୍ଗି ଯାଇଛି। ଗୋଟିଏ ଗୋଡ ଭାଙ୍ଗି ଯିବା ପରେ ସେ ଚଲାବୁଲା କରିବାକୁ ବାଡିର ସାହାଯ୍ୟ ନେଉଛନ୍ତି । କିନ୍ତୁ ନୃତ୍ୟ ଶିକ୍ଷା ଦେବା ବେଳେ ଶାରୀରିକ ସମସ୍ୟା କଥା ଭୁଲି ନିଜେ ବିଭିନ୍ନ ଅଙ୍ଗଭଙ୍ଗୀ କରି ଶିଖାଇଥାନ୍ତି ଛାତ୍ରୀମାନଙ୍କୁ।

ନୃତ୍ୟ ଗୁରୁ ସନ୍ଧ୍ୟା ଦେବନାଥ ।

 

ସବୁଠାରୁ ଦୁଃଖର କଥା ହେଉଛି, ଆଜିଯାଏଁ ତାଙ୍କୁ  ରାଜ୍ୟ ସରକାରଙ୍କ କଳାକାର ଭତ୍ତା କିମ୍ବା ଅନ୍ୟ କୌଣସି ସହାୟତା ମିଳି ନ ଥିବା କ୍ଷୋଭର ସହ କହିଛନ୍ତି ସନ୍ଧ୍ୟା ଦେବନାଥ । ତେବେ ଚଳିତ ବର୍ଷ ସେ ଭତ୍ତା ପାଇଁ ଆବେଦନ କରିଛନ୍ତି  ।  କାରଣ ଚଳିବା ପାଇଁ ଆର୍ଥିକ ସମ୍ବଳ ନାହିଁ, ତା ସାଙ୍ଗକୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା  ବି ଲାଗି ରହିଛି।   ଆମ ଗୁରୁ ଖୁବ ପ୍ରତିଭାବାନ । ତାଙ୍କଠାରୁ  ନୃତ୍ୟ ଶିକ୍ଷା ପାଇଁ ଅନେକ ପ୍ରେରଣା ମିଳିଥାଏ   ବୋଲି କହିଛନ୍ତି  ଦେବନାଥଙ୍କ ଛାତ୍ରୀମାନେ।  

ସନ୍ଧ୍ୟା ଦେବନାଥଙ୍କୁ ସମ୍ମାନିତ କରାଯାଉଛି।

ନୃତ୍ୟ ତାଙ୍କର ନିଶା, ଜୀବନ । ବୟସର ଅପରାହ୍ନରେ ବି ଥକି ପାରିନି ହାତ, ପାତ। ହେଲେ  ଏ ଯାଏ ମିଳିନି ସମ୍ମାନ, ସ୍ୱୀକୃତି  କି ଆର୍ଥିକ ସହାୟତ।  ଯେଉଁ ଓଡିଶୀ ନୃତ୍ୟର ମାୟାରେ ସେ ସବୁ କିଛି ଛାଡିଛନ୍ତି, ଜୀବନର ଶେଷ ଯାଏଁ ସେହି ନୃତ୍ୟ କୁ ଛାଡିବେ ନାହିଁ ବୋଲି କହିଛନ୍ତି ଏହି ବର୍ଷିୟାନ ନୃତ୍ୟଶିଳ୍ପୀ ।  ଗୋଡହାତ ଚାଲିଥିବା ଯାଏଁ ସେ ନାଚୁଥିବେ, ନାଚ ଶିଖାଉଥିବେ ବୋଲି କହିଛନ୍ତି।

The post ଓଡ଼ିଶୀ ମାୟାରେ ବନ୍ଧା ସନ୍ଧ୍ୟା ଦେବନାଥ, ୭୦ରେ ବି ଥକିନି ପାଦ appeared first on Odisha Reporter.



from Odisha Reporter https://ift.tt/3Cjdm0h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages