ରାଜଧାନୀରେ ପ୍ରଦୂଷଣର ଲକ୍‌ଡାଉନ! ସ୍ଥିତି ସଙ୍ଗୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 13, 2021

ରାଜଧାନୀରେ ପ୍ରଦୂଷଣର ଲକ୍‌ଡାଉନ! ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ରାଜଧାନୀରେ ଲାଗିଛି ପ୍ରଦୂଷଣର ଲକ୍‌ଡାଉନ୍‌। ଗ୍ୟାସ୍‌ ଚାମ୍ବର ପାଲଟିଛି ଦିଲ୍ଲୀ। ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ତଳକୁ ଖସିଛି ବାୟୁର ଗଣବତ୍ତା। ଏପରିକି ଏଠି ନିଶ୍ୱାସ ନେବା ବି ଏକ କଷ୍ଟକର ହୋଇପଡିଛି। ଦ୍ୱିତୀୟ ଦିନ ପାଇଁ ଲଗାତର ନଏଡା ସବୁଠୁ ପ୍ରଦୂଷିତ ସହର ପାଲଟିଛି। ଦିଲ୍ଲୀ ସମେତ ଗାଜିଆବାଦ, ଗ୍ରେଟର ନଏଡା, ଫରିଦାବାଦ ଏବଂ ଗୁରୁଗ୍ରାମର ବାୟୁ ମଧ୍ୟ ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି।

ଆଜି (ରବିବାର) ମଧ୍ୟ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ରହିଛି। ଆଜି ଦିଲ୍ଲୀର AQI ହେଉଛି ୩୮୬, ଯାହା ଅତ୍ୟନ୍ତ ଖରାପ ବର୍ଗରେ ଆସେ । ଯଦିଓ, ପୂର୍ବ ଦିନରେ ୪୦୦ AQI ତୁଳନାରେ ଆଜି ସାମାନ୍ୟ ଉନ୍ନତି ହୋଇଛି କିନ୍ତୁ ତଥାପି ବାୟୁ ଅତ୍ୟନ୍ତ ଖରାପ ସ୍ତରରେ ରହିଛି। ଦିଲ୍ଲୀରେ ପ୍ରଦୂଷଣର ଅବସ୍ଥା ବିଗିଡି ଯାଇଥିବାରୁ ଲକଡାଉନ୍‌ ଲାଗୁ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ପାଣିପାଗ ବିଭାଗ ଅନୁଯାୟୀ, ସକାଳୁଆ ସୂର୍ଯ୍ୟକିରଣ ଏବଂ ହାଲୁକା ବାୟୁ ନିଶ୍ଚିତ ଭାବରେ ଦିଲ୍ଲୀକୁ ବିଷାକ୍ତ ବାୟୁରୁ କିଛି ମାତ୍ରାରେ ଆରାମ ଦେଇଛି। ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ତଳକୁ ଖସି ଆସିଛି କିନ୍ତୁ ତଥାପି ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ।

ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଦିଲ୍ଲୀ-ଏନସିଆରର ବାୟୁରେ କୌଣସି ଉନ୍ନତି ହୋଇନାହିଁ। ଏକ ସପ୍ତାହ ପାଇଁ ସମସ୍ତ ସ୍କୁଲ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ସମସ୍ତ ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ଏହା ବ୍ୟତୀତ ୧୭ ନଭେମ୍ବର ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଛି। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦିଲ୍ଲୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ ତେବେ ଲକଡାଉନ୍‌ ଲାଗୁ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ।

The post ରାଜଧାନୀରେ ପ୍ରଦୂଷଣର ଲକ୍‌ଡାଉନ! ସ୍ଥିତି ସଙ୍ଗୀନ appeared first on Odisha Reporter.



from Odisha Reporter https://ift.tt/3kxb340

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages