ନୂଆଦିଲ୍ଲୀ: ବଢ଼ିଲା ଭାରତର ଶକ୍ତି। ଭୟରେ ଥରିବେ ଶତ୍ରୁପକ୍ଷ। ସେନାକୁ ମିଳିବ ଋଷର ଘାତକ ମିସାଇଲ୍ ସିଷ୍ଟମ ଏସ୍-୪୦୦। ଋଷ୍ ଭାରତକୁ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲ୍ ସିଷ୍ଟମ୍ ‘ଏସ୍-୪୦୦ ଟ୍ରାଇଅମ୍ଫ୍’ ଯୋଗାଣ ଆରମ୍ଭ କରିଛି।
ଏନେଇ ‘ଫେଡେରାଲ୍ ସର୍ଭିସ୍ ଫର୍ ମିଲିଟାରି-ଟେକ୍ନିକାଲ୍ କୋଅପରେସନ୍’ର (ଏଫ୍ଏସ୍ଏମ୍ଟିସି) ନିର୍ଦେଶକ ଡିମିଟ୍ରି ସୁଗାଏଭ୍ ସମ୍ବାଦ ସରବରାହ ସଂସ୍ଥା ‘ସ୍ପୁଟ୍ନିକ୍’କୁ କହିଛନ୍ତି। ସୁଗାଏଭ୍ କହିଛନ୍ତି, ଭାରତକୁ ‘ଏସ୍-୪୦୦ ଏୟାର୍ ଡିଫେନ୍ସ୍ ସିଷ୍ଟମ୍’ ଯୋଗାଣ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସୂଚୀମତେ ତାହା ଚାଲିଛି।
ସୂଚନାଯୋଗ୍ୟ ଯେ, ‘ଏସ୍-୪୦୦’ ଯୋଗାଣ ନିମନ୍ତେ ୨୦୧୮ ଅକ୍ଟୋବରରେ ରୁଷ୍ ଓ ଭାରତ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଋଷ ସହିତ ଦୀର୍ଘ ଦିନ ଧରି ପ୍ରତିରକ୍ଷା ସମ୍ପର୍କ ପାଇଁ ଭାରତ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲା। ଏହା ଅଧୀନରେ, S-400 ପାଇଁ 5.4 ବିଲିୟନ ଡ଼ଲାରର ଚୁକ୍ତି ହୋଇଥିଲା। ଏହାପୂର୍ବରୁ ଅଗଷ୍ଟରେ ଋଷର ରାଜ୍ୟ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ରୋଜୋବୋରୋନେକ୍ସପୋର୍ଟର ମୁଖ୍ୟ ଆଲେକ୍ସଜାଣ୍ଡାର୍ ମିଖେଭ୍ ସ୍ପୁଟ୍ନିକକୁ କହିଥିଲେ ଯେ ମଧ୍ୟ ପୂର୍ବ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଏବଂ ଆଫ୍ରିକାର ସାତୋଟି ଦେଶ ସହିତ S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଣ ଉପରେ ଆଲୋଚନା ଚାଲିଛି।
ଏସ୍-୪୦୦ ମିସାଇଲ୍ ସିଷ୍ଟମର ବ୍ୟବହାର ପୂର୍ବରୁ ଚୀନ୍ ଏବଂ ତୁର୍କୀ ଦ୍ୱାରା କରାଯାଉଛି। ଋଷ ଦ୍ୱାରା ତିଆରି ହୋଇଥିବା ଏହି ଘାତ ଏସ୍-୪୦୦ ମିସାଇଲ୍ ସିଷ୍ଟମ ସବୁଠାରୁ ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଅଟେ। ଏହା ୪୦୦ କିଲୋମିଟର ସୀମା ଭିତରେ ଶତ୍ରୁ ପକ୍ଷର ଯେକୌଣସି ବିମାନ, ମାସାଇଲ ଏପରିକି ଡ୍ରୋନ୍କୁ ମଧ୍ୟ ନଷ୍ଟ କରିପାରିବାରେ ସକ୍ଷମ।
ଏହାର ଟ୍ରାକିଂ କ୍ଷମତା ପ୍ରାୟ ୬୦୦ କିଲୋମିଟର । ପ୍ରାୟ 400 କିଲୋମିଟର ବ୍ୟାସାର୍ଦ୍ଧରେ ବାୟୁରେ ଶତ୍ରୁ ପକ୍ଷର ଲୁକ୍କାୟିତ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ଏହି ସିଷ୍ଟମକୁ ତିଆରି କରାଯାଇଛି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ହାଇପରସୋନିକ୍କୁ ଟାର୍ଗେଟ୍ କରି ମାରିବାରେ ମଧ୍ୟ ଏହା ସକ୍ଷମ ।
The post ଥରିବ ଶତ୍ରୁ, ଭାରତ ଆସୁଛି ଏସ୍-୪୦୦ ମିସାଇଲ୍ appeared first on Odisha Reporter.
from Odisha Reporter https://ift.tt/30h5NKq
No comments:
Post a Comment