ପାଟଣାଗଡ଼ (ଓଡ଼ିଶା ରିପୋର୍ଟର): ଯେଉଁ ବାପା କୋଳେଇ କାଖେଇ ବଡ଼ କରିଥିଲା, ଶେଷରେ ତାଙ୍କୁ ତଣ୍ଟି ଚିପି ମାରି ଦେଲା ପୁଅ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଘଗୁର୍ଲି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୈକୁଣ୍ଠ ମାଝୀ। ଅଭିଯୁକ୍ତ ତଥା ବୈକୁଣ୍ଠଙ୍କ ପୁଅ ମହେଶ୍ୱର ମାଝୀକୁ ପୁଲିସ ଗିରଫ କରିଛି।
ଅଭିଯୋଗ ଅନୁସାରେ, ଗତକାଲି ରାତିରେ ବୈକୁଣ୍ଠ ଖାଇ ସାରି ବାରଣ୍ଡାରେ ବସିଥିଲେ। ଏହି ସମୟରେ ମଝିଆ ପୁଅ ମହେଶ୍ୱର ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା। କୌଣସି କଥାକୁ ନେଇ ବାପାପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ମହେଶ୍ୱର ବାପାଙ୍କ କଥାରେ ରାଗିଯାଇ ତାଙ୍କ ତଣ୍ଟିକୁ ଚିପି ଦେଇଥିଲା।
ପରିବାର ଲୋକେ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ବୈକୁଣ୍ଠଙ୍କୁ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ପରିବାର ଲୋକେ ବେଲପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମହେଶ୍ୱରକୁ ଗିରଫ କରଛି ଓ ଘଟଣାର ତଦନ୍ତ କରୁଛି।
The post ବାପାର ତଣ୍ଟି ଚିପି ହତ୍ୟା କଲା ପୁଅ appeared first on Odisha Reporter.
from Odisha Reporter https://ift.tt/3kqQ96w
No comments:
Post a Comment