ଶୀତ ଅଧିବେଶନ ଆରମ୍ଭରୁ ହଙ୍ଗାମା, ଚାଷୀ ପ୍ରସଙ୍ଗରେ କଂଗ୍ରେସର ହଲ୍ଲାବୋଲ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

ଶୀତ ଅଧିବେଶନ ଆରମ୍ଭରୁ ହଙ୍ଗାମା, ଚାଷୀ ପ୍ରସଙ୍ଗରେ କଂଗ୍ରେସର ହଲ୍ଲାବୋଲ  

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆରମ୍ଭରୁ ହିଁ ହଙ୍ଗାମା। ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ କରିଛି ହଲ୍ଲାବୋଲ। କେନ୍ଦ୍ର ସରକାରଙ୍କ ବିରୋଧରେ ସଂସନ ବାହାରେ ବିରୋଧୀ ଦଳ ପ୍ରଦର୍ଶନ କରିଛନ୍ତି। ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଲୋକସଭାରେ କୃଷି ଆଇନ ଉପରେ ଆଲୋଚନା କରିବାକୁ ଦାବି କରି ହଙ୍ଗାମା କରିଛନ୍ତି। ଫଳରେ ବାଚସ୍ପତି ଓମ୍‌ ବିର୍ଲା ଉଭୟ ଗୃହକୁ ମଧ୍ୟାହ୍ଣ ୧୨ଟା ୨୦ ମିନିଟ୍‌ ଯାଏଁ ସ୍ଥଗିତ ରଖିଛନ୍ତି।

ଆଜି ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ତିନି କୃଷି ଆଇନ୍‌ ପ୍ରତ୍ୟାହାର ବିଲ୍‌ ପାରିତ ହୋଇଥା’ନ୍ତା। ତେବେ ଏହା ପୂର୍ବରୁ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି। ଗାନ୍ଧି ମୂର୍ତ୍ତି ଆଗରେ ସମସ୍ତ ନେତା ମନ୍ତ୍ରୀ ଏକାଠି ହୋଇ ହୋ ହାଲ୍ଲା କରିଛନ୍ତି। ଏହି ଅବସରରେ ଦଳର କାର୍ଯ୍ୟକାରିଣୀ ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ବିଶେଷ ଭାବେ ଉପସ୍ଥିତ ଥିଲେ।

ଲୋକସଭାରେ କୃଷକଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଆଲୋଡ଼ନ ଉପରେ ବାଚସ୍ପତି ଓମ ବିର୍ଲା କହିଛନ୍ତି ଆଜି ସଂସଦର ପ୍ରଥମ ଦିନ, ଜନତା ସବୁ ଦେଖୁଛି ବୋଲି କହିଛନ୍ତି। ସେପଟେ ପ୍ରଧନାମନ୍ତ୍ରୀ ମୋଦି ସଂସଦରେ ଶାନ୍ତି ବଜାୟ ରଖି ପ୍ରଶ୍ନ ପ୍ରଚାରିବା ପାଇଁ ବିରୋଧୀଙ୍କୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବୁଝାମଣା ଏବଂ ଏକତା ସହିତ ଜାତୀୟ ସ୍ୱାର୍ଥର ବିଷୟ ଉପରେ ଆଲୋଚନା କରିବା ଆବଶ୍ୟକ। କିନ୍ତୁ ପ୍ରଧାନମନ୍ତ୍ରୀ ଏହି ଅପିଲଙ୍କୁ ବିରୋଧୀ ମାନି ନାହାନ୍ତି।

ଆଜି ସଂସଦରେ ତିନି କୃଷି ଆଇନ୍‌ ପ୍ରତ୍ୟାହାର ବିଧେୟକ ପାରିତା ହେବା ପୂର୍ବରୁ ରାହୁଲ ଗାନ୍ଧି ଟ୍ୱିଟ୍‌ କରି ଆଜି ସଂସଦରେ ଅନ୍ନଦାତାଙ୍କ ନାଁରେ ସୂର୍ଯ୍ୟ ଉଦୟ ହେବ ବୋଲି କହିଥିଲେ।

The post ଶୀତ ଅଧିବେଶନ ଆରମ୍ଭରୁ ହଙ୍ଗାମା, ଚାଷୀ ପ୍ରସଙ୍ଗରେ କଂଗ୍ରେସର ହଲ୍ଲାବୋଲ   appeared first on Odisha Reporter.



from Odisha Reporter https://ift.tt/3cW9k3Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages