ବିନା ପିଆଜ ରସୁଣରେ ଘରେ ତିଆରି କରନ୍ତୁ ସାହି ପୋଟଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

ବିନା ପିଆଜ ରସୁଣରେ ଘରେ ତିଆରି କରନ୍ତୁ ସାହି ପୋଟଳ

ଆବଶ୍ୟକ ସାମଗ୍ରୀ: ପୋଟଳ, ଆଳୁ, ସୋରିଷ ତେଲ, ଟମାଟୋ, ଅଦା, କ୍ଷୀର, କାଜୁ, କଞ୍ଚା ଲଙ୍କା, ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା, ଲୁଣ, ଗରମ ମସଲା ଏବଂ କଟା ଧନିଆ ପତ୍ର ।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ପୋଟଳ ଓ ଆଳୁରୁ ଚୋପା ଛଡ଼ାଇ ଦିଅନ୍ତୁ। ଆଳୁକୁ କାଟି ଖଣ୍ଡ ଖଣ୍ଠ କରି ଦିଅନ୍ତୁ। ବେଶି ପତଳା କରିବେନି। ଏହପରେ ସେଗୁଡ଼ିକୁ ଧୋଇ ଏକ ପାତ୍ରରେ ରଖନ୍ତୁ। କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଚୋପା ଛଡ଼ା ହୋଇଥିବା ଗୋଟା ପୋଟଳ ଓ  କଟା ଆଳୁକୁ ପକାଇ ଭାଜନ୍ତୁ। ଏହା ଭାଜି ହେଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ ଟମାଟୋ, ଅଦା  ଓ କଞ୍ଚା ଲଙ୍କା ନେଇ ପେଷ୍ଟ ତିଆରି କରନ୍ତୁ। ଏହାସହ କ୍ଷୀର ଓ କାଜୁକୁ ଏକାଠି ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ ।

ଏବେ ପୁଣି କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ଗୁଜୁରାତି ଏବଂ ଗୋଟା ଜିରା ପକାନ୍ତୁ। ତା’ ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଦା, ଟମାଟୋ ଏବଂ କଞ୍ଚା ଲଙ୍କା ପେଷ୍ଟକୁ ପକାନ୍ତୁ। ପରେ ସେଥିରେ ଧନିଆ ପାଉଡର୍‌ ଓ ଲଙ୍କା ଗୁଣ୍ଡ, ହଳଦୀ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ମସଲାକୁ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ କାଜୁ ପେଷ୍ଟକୁ ପକାଇ ଅଳ୍ପ ସମୟ ମସଲା କଷନ୍ତୁ।

ମସଲା କଷି  ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ସେଥିରେ ଭଜା ହୋଇଥିବା ପୋଟଳ ଓ ଆଳୁକୁ ପକାଇ ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ।  ଆଳୁ ଓ  ପୋଟଳ ଭଲଭାବେ ସିଝି ଯିବା ସହ ଓ ତରକାରିରୁ ପାଣି ମରିଯିବା ପରେ ଗ୍ୟାସ ଆଞ୍ଚକୁ ବନ୍ଦ କରି ଦିଅନ୍ତୁ। କରେଇକୁ ତଳକୁ ଓହ୍ଲାଇ ସେଥିରେ ଗରମ ମସଲା ଓ କଟା ଧନିଆ ପତ୍ର ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସାହି ପୋଟଳ।

 

The post ବିନା ପିଆଜ ରସୁଣରେ ଘରେ ତିଆରି କରନ୍ତୁ ସାହି ପୋଟଳ appeared first on Odisha Reporter.



from Odisha Reporter https://ift.tt/3FWtRBP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages