୨୮ ନଭେମ୍ବର, ରବିବାର: ଅଟକି ଯାଇଥିବା ଧନ ସହଜରେ ହସ୍ତଗତ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 27, 2021

୨୮ ନଭେମ୍ବର, ରବିବାର: ଅଟକି ଯାଇଥିବା ଧନ ସହଜରେ ହସ୍ତଗତ ହେବ

ମେଷ: ଆଶା ପୂରଣ ହେବ। କୌଣସି କାର୍ଯ୍ୟ କରି ପ୍ରଶଂସା ପାଇବେ। ରାଜନୀତି କ୍ଷେତ୍ରରେ ସଫଳତା ମିଳିବ।

ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ହେବ। ମାନସିକ ସ୍ଥିରତା ଦେଖାଯିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

ମିଥୁନ: ଅଟକି ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଘର, ଜାଗା ଓ ଜମି ଆଦି କ୍ରୟ କରିବା ପାଇଁ ସୁଯୋଗ ଆସିବ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ପାଇବେ। ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ପରିଶ୍ରମର ଫଳ ମିଳିବ।

ସିଂହ: ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ପରିବାରରେ ସମସ୍ତଙ୍କ ସ୍ନେହ ଓ ଆଦର ପାଇବେ। ଅଟକି ଯାଇଥିବା ଧନ ସହଜରେ ହସ୍ତଗତ ହେବ।

କନ୍ୟା: କିଛି ଗୁରୁତ୍ୱପୂର୍ଣ୍ଣ ଫଇସଲା ନେଇପାରନ୍ତି। ପାରିବାରିକ ଅଶାନ୍ତି ଦୂରେଇ ଯିବ। ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ସାମାଜିକ ପ୍ରତିଷ୍ଠା ବଢ଼ିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି। ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ବିଛା: ଖୁସି ରହିବେ। ବକେୟା ଅର୍ଥରୁ କିଛି ପ୍ରାପ୍ତି ହେବ। ପ୍ରତିଯୋଗିତାରେ ସଫଳତା ମିଳିବ।

ଧନୁ: ଶତ୍ରୁମାନେ କୌଣସି କ୍ଷତି କରିପାରିବେ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିବେ। ସମସ୍ତଙ୍କ ସହଯୋଗରେ ଆଗକୁ ବଢ଼ିବେ।

ମକର: ସମସ୍ତ ପ୍ରତିକୂଳ ସ୍ଥିତିର ସାମ୍ନା କରିପାରିବେ। ଅଯଥା ଧାଁଦୌଡ଼ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

କୁମ୍ଭ: ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ।

ମୀନ: କୌଣସି ଶୁଭ ସମାଚାର ମିଳିପାରେ। ପ୍ରଶଂସିତ ହେବେ। ପରିବାରରେ ସବୁ କିଛି ଠିକ୍‌ଠାକ୍ ରହିବ।

The post ୨୮ ନଭେମ୍ବର, ରବିବାର: ଅଟକି ଯାଇଥିବା ଧନ ସହଜରେ ହସ୍ତଗତ ହେବ appeared first on Odisha Reporter.



from Odisha Reporter https://ift.tt/3xyBmfs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages