ଚୀନ୍‌ ରାଷ୍ଟ୍ରପତିଙ୍କୁ ଡରିଗଲା କି ହୁ’? ‘ଓମିକ୍ରନ୍‌’ରୁ ବାଦ୍‌ ପଡିଲା Xi - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 27, 2021

ଚୀନ୍‌ ରାଷ୍ଟ୍ରପତିଙ୍କୁ ଡରିଗଲା କି ହୁ’? ‘ଓମିକ୍ରନ୍‌’ରୁ ବାଦ୍‌ ପଡିଲା Xi

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ମହାମାରୀ କରୋନାର ନୂଆ ଭାରିଏଣ୍ଟ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାର ନମକରଣ ମଧ୍ୟ କରିସାରିଛି। ଏହି ନୂଆ ଭାରିଏଣ୍ଟର ନାଁ ‘ଓମିକ୍ରିନ୍‌’ ଦେଇଛି ହୁ’। ତେବେ ଏହି ନୂଆ ଭାରିଏଣ୍ଟର ନାଁ ପ୍ରଥମେ ‘ନୁ(Nu)’ ରଖାଯିବ ବୋଲି ଅଶା କରାଯାଉଥିଲା। ତେବେ ଏହି ଭାରିଏଣ୍ଟ ନାମକରଣ କରିବେ ବେଳେ ହୁ’ ଦୁଇଟି ଅକ୍ଷର Nu ଏବଂ Xiକୁ ଛାଡି ଦେଇଛି।

ଚୀନ୍‌ ରାଷ୍ଟ୍ରପତି ‘ସି’ଙ୍କ (xi) ନାମକୁ ଭୟ କରି ଏହାକୁ ଏଡ଼ାଇବାକୁ ଯାଇ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଗ୍ରୀକ୍‌ ବର୍ଣ୍ଣମାଳାର ଦୁଇଟି ଅକ୍ଷର ବାଦ୍‌ ଦେଇ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ‘ସାର୍ସ-କୋଭ୍‌-୨ ଭାରିଏଣ୍ଟ B.1.1529’ର ନାଁ ‘ଓମିକ୍ରନ୍‌’ ରଖିଥିବା କଥା ଏବେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଗ୍ରୀକ୍‌ ବର୍ଣ୍ଣମାଳା ଅନୁସାରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ‘କରୋନା ଭାଇରସ୍‌ ଭାରିଏଣ୍ଟ୍‌’ର ନାମକରଣ କରେ। ସେହି ଅନୁସାରେ ‘B.1.1529’ର ନାଁ  ‘ନୁ’ (Nu) ହେବା କଥା। କିନ୍ତୁ, ତାହା ନ କରି ଶୁକ୍ରବାର ଦିନ ‘ହୁ’ ଦକ୍ଷିଣ ଆଫ୍ରିକା ଏବଂ ବୋସ୍‌ୱାନାରେ ଚିହ୍ନଟ ‌ହୋଇଥିବା ନୂଆ ଷ୍ଟ୍ରେନ୍‌ର ନାଁ ‘ଓମିକ୍ରନ ଭାରିଏଣ୍ଟ୍‌’ ବୋଲି ଘୋଷଣା କରିଛି। ଏମିତି ନାମକରଣ କରିବାକୁ ଯାଇ ସେମାନେ ଗ୍ରୀକ୍‌ ବର୍ଣ୍ଣମାଳାର ଦୁଇଟି ଅକ୍ଷର ‘ନୁ’ (Nu) ଏବଂ  ‘ସି’ (Xi) ଛାଡ଼ି ଯାଇଛନ୍ତି। କିନ୍ତୁ, କାହିଁକି? ସେ ନେଇ ଏବେ ପ୍ରଶ୍ନ ଉଠିଛି।

ହାଭାର୍ଡ ମେଡିକାଲ୍‌ ସ୍କୁଲ୍‌ର ଭେଷଜ ପ୍ରଧ୍ୟାପକ ତଥା ମହାମାରୀବିତ୍‌ ମାର୍ଟିନ୍‌ କୁଲ୍‌ଡ୍ରୋଫ୍‌ ଏ ସଂକ୍ରାନ୍ତରେ ଏକ ଟ୍ୱିଟ୍‌ କରି ସମ୍ଭାବ୍ୟ କାରଣ ଦର୍ଶାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଭବିଷ୍ୟତରେ କୌଣସି କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ର ‘ସି(Xi)’ ନାମକରଣ ଏଡ଼ାଇବାକୁ ‘ହୁ’ ଗ୍ରୀକ୍‌ ବର୍ଣ୍ଣମାଳାର ଦୁଇଟି ଅକ୍ଷରକୁ ବାଦ୍‌ ଦେଇ ଆଗକୁ ବଢ଼ି ନୂଆ ଭାରିଏଣ୍ଟ ନାଁ ଦେଇଛି ‘ଓମିକ୍ରନ୍‌’ ଦେଇଛି।

ବିଶ୍ୱ ପାଇଁ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ଯେତେବେଳେ ନୂତନ କରୋନା ଭାଇରସ ଭାରିଏଣ୍ଟକୁ ‘ସି’ ନାମରେ ନାମିତ କରାଯାଇଥାନ୍ତା, କାରଣ ଏହାକୁ ତତ୍କାଳୀନ ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହି ତୁଳନା କରିଥାନ୍ତେ। ବିଶେଷକରି ମୂଳ ଜୀବାଣୁର ଉତ୍ପତ୍ତି ବିଷୟରେ ଆଲୋଚନା ମଧ୍ୟରେ ଏହି ନୂଆ ଭାରିଏଣ୍ଟ ‘Nu’ ନାମକୁ ମଧ୍ୟ ହରାଇଲା ବୋଲି ସେ କହିଛନ୍ତି।

ଗ୍ରୀକ୍ ବର୍ଣ୍ଣମାଳାର ଏକ ଫଟୋ ପୋଷ୍ଟ କରି ମାର୍ଟିନ୍ ଲେଖିଛନ୍ତି ଯେ ,ଏହାକୁ ‘ନୁ’ ଭାରିଏଣ୍ଟ ବୋଲି କୁହାଯାଇଥାଆନ୍ତା, କିନ୍ତୁ WHO ଏହାକୁ ‘ଓମିକ୍ରନ୍’ ବୋଲି କହିଛି। କାରଣ ସେ ସି(Xi)କୁ ଏଡାଇବାକୁ ଚାହୁଁଥିଲେ।

The post ଚୀନ୍‌ ରାଷ୍ଟ୍ରପତିଙ୍କୁ ଡରିଗଲା କି ହୁ’? ‘ଓମିକ୍ରନ୍‌’ରୁ ବାଦ୍‌ ପଡିଲା Xi appeared first on Odisha Reporter.



from Odisha Reporter https://ift.tt/3E1npZH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages