ଆତଙ୍କୀ ହମ୍‌ଲା, ୨ ଯବାନଙ୍କ ସମେତ ୬ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

ଆତଙ୍କୀ ହମ୍‌ଲା, ୨ ଯବାନଙ୍କ ସମେତ ୬ ଆହତ

ଶ୍ରୀନଗର: ସିଆର୍‌ପିଏଫ୍‌ ଟିମ୍‌ ଉପରକୁ ଗ୍ରେନେଡ୍‌ ହମ୍‌ଲା। ଜମ୍ମୁ-କଶ୍ମୀର ବାରାମୁଲ୍ଲାର ପଲ୍ହାଲନ ପଟ୍ଟନରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ଉପରକୁ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। ଏହି ଦୁଇ ଯବାନଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ୟ

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଆତଙ୍କବାଦୀମାନେ ବୁଧବାର ଦିନ ବାରାମୁଲ୍ଲାର ପଲ୍ହାଲନ ଅଞ୍ଚଳରେ ସିଆର୍‌ପିଏଫ୍‌ ଟିମ୍‌ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୨ ସିଆର୍‌ପିଏଫ୍‌ ଯବାନ ଓ ୪ ଜଣ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଏହାପୂର୍ବରୁ ଜମ୍ମୁ କଶ୍ମୀରର ଉରି ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାବାହିନୀ ବିଫଳ କରିଥିଲା। ସୈନିକମାନେ ଏହି ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପର ଦେଖିଥିଲେ। ଏହା ପରେ ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଉକ୍ତ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ମୂଳପୋଛ କରିବା ଅଭିଯାନ ଜାରି ରହିଛି। ନିକଟରେ ଶ୍ରୀନଗରର ହାଇଦରପୋରା ଅଞ୍ଚଳଳରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଖବର ମିଳିଛି।

The post ଆତଙ୍କୀ ହମ୍‌ଲା, ୨ ଯବାନଙ୍କ ସମେତ ୬ ଆହତ appeared first on Odisha Reporter.



from Odisha Reporter https://ift.tt/3qLJkR0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages