ଓଲିଉଡରେ ପାଦ ଥାପିଥାନ୍ତେ କୁବେର ପ୍ରତାପ ସାମଲ, ଫସର ଫାଟିଗଲା ଆଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 10, 2021

ଓଲିଉଡରେ ପାଦ ଥାପିଥାନ୍ତେ କୁବେର ପ୍ରତାପ ସାମଲ, ଫସର ଫାଟିଗଲା ଆଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁବେର ସରକାରୀ ବାବୁ ତଥା OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କର ଉଭା ଯେତେ ପୋତା ସେତେ। କୋଟିପତି ପ୍ରତାପଙ୍କ ଅମାପ ସମ୍ପତ୍ତି, ପୁଳାପୁଳା ଟଙ୍କା, ମାଳ ମାଳ ଜମି ଆଉ ବିଲ୍ଡିଂର ହିସାବ କରି କରି ଭିଜିଲାନ୍ସ ଅଧିକାରୀ ହାଲିଆ ହୋଇଯାଇଥିବା ବେଳେ ଏବେ ମିଳିଛି ଆହୁରି ରୋମାଞ୍ଚକର ତଥ୍ୟ। ଜଣେ ସାଧାରଣ ଇଷ୍ଟିମେଟର ପଦବୀରୁ ଡେପୁଟି ମ୍ୟାନେଜରକୁ ପଦୋନ୍ନତି ପାଇଥିବା ସରକାରୀ ଅଧିକାରୀ ଓଲିଉଡ୍‌ରେ ପାଦ ଥାପିବାକୁ କରିଥିଲେ ଯୋଜନା। ଟଙ୍କା ଖଟାଇ ଓଡ଼ିଆ ଫିଲ୍ମ କରିବାକୁ ଯୋଜନା ରଖିଥିଲେ ପ୍ରତାପ ସାମଲ ।  ଭିଜିଲାନ୍ସ ତଦନ୍ତ ବେଳେ ଏପରି ସାଂଘାତିକ ଗୁମର ପଦାକୁ ଆସିଛି।

ସୂଚନାଯୋଗ୍ୟ, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ରୁ ଊର୍ଦ୍ଧ୍ୱ ଟିମ୍ ଗତ ମଙ୍ଗଳବାର ଅଚାନକ୍ ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ତାଙ୍କ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରସ୍ଥିତ ଘରେ ଛାନ୍‌ଭିନ୍‌ କରିଥିଲା। ଏହାପରେ ତାଙ୍କ ସଂପତ୍ତି ତାଲିକା ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିବା ବେଳେ ଶେଷରେ ଗତକାଲି ତାଙ୍କୁ ଗିରଫ କରିଛି । ପ୍ରତାପଙ୍କ ୧୪ କୋଟି ୮୭ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି। ଆୟଠାରୁ ୧୦୮୭ ଗୁଣ ଅଧିକ ସଂପତ୍ତି ଠାବ କହିଛି ଭିଜିଲାନ୍ସ। ପ୍ରତାପ ସାମଲ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ।

ନିଜ ୩୩ ବର୍ଷର ଚାକିରି କାଳ ଭିତରେ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ପ୍ରତାପ ସାମଲ ଓଡ଼ିଆ ଫିଲ୍ମ କରିବାକୁ ପ୍ଲାନ କରିଥିବା ସୂଚନା ମିଳିଛି।  ସିନେମା ନିର୍ମାଣ ପାଇଁ ଚୁକ୍ତି ମଧ୍ୟ ସରିଥିଲା। ହେଲେ ଭିଜିଲାନ୍ସ ଚଢ଼ାଉ ଯୋଗୁ ତାଙ୍କ ସବୁ ଆଶା ପାଣି ଫୋଟକା ପରି ମିଳାଇ ଯାଇଛି।

ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଛି ଭିଜିଲାନ୍ସ। ପ୍ରତାପ ସାମଲଙ୍କଠାରୁ ୨୫ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ଯାହାର ମୂଲ୍ୟ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ  ୩,୪୧,୫୮,୪୧୨ ଟଙ୍କା ହେବ। ଏହାବାଦ ଗୋଠପାଟଣାସ୍ଥିତ ପ୍ରତାପଙ୍କ ୫ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ରହିଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା ।  ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ରହିଛି।

The post ଓଲିଉଡରେ ପାଦ ଥାପିଥାନ୍ତେ କୁବେର ପ୍ରତାପ ସାମଲ, ଫସର ଫାଟିଗଲା ଆଶା appeared first on Odisha Reporter.



from Odisha Reporter https://ift.tt/3ofZQ92

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages