ତେଲକୋଇ (ଚିନ୍ମୟ କୁମାର ସାହୁ): ତେଲକୋଇ ଥାନା ଅଧୀନ କାମଳାଙ୍ଗ ଗାଁର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ତାଙ୍କ କାର ସହିତ ତିନି ଜଣ ଯୁବକ ଅପହରଣ କରି ନେଇ ଯାଇଥିଲେ। ତେବେ ବାଟରେ ଏକ ଦୁର୍ଘଟଣା ଘଟିବା ପରେ ଅଭିଯୁକ୍ତ ମାନେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଥିଲେ ଓ ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ ବର୍ତ୍ତି ଯାଇଥିଲେ।
ରବୀନ୍ଦ୍ର ସାହୁ ଝାରସୁଗୁଡ଼ାରେ ରହୁଥିବା ତାଙ୍କ ପୁଅ ପାଖରୁ ଫେରୁଥିଲେ। ଦେବଗଡ଼ ଜିଲ୍ଲା କଲା ପାଖରେ ୪୯ ନମ୍ବର ଜାତୀୟ ରାଜପଥରେ ଥିବା ଟୋଲ ଗେଟ୍ ନିକଟରେ ସେ କାର୍ ରଖି ପରିସ୍ରା କରିବାକୁ ଓହ୍ଲାଇଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ କାବୁ କରିଥିଲେ। ୨ ଜଣ ରବୀନ୍ଦ୍ରଙ୍କୁ କାରରେ ବସାଇ ଅପହରଣ କରି ନେଇ ଯାଇଥିଲେ। ସେମାନଙ୍କ ପାଖରେ ଭୁଜାଲି ଓ ପିସ୍ତଲ ଆଦି ଥିଲା। ପିସ୍ତଲରେ ସେମାନେ ରବୀନ୍ଦ୍ରଙ୍କ ମୁଣ୍ଡକୁ ଆଘାତ କରିଥିଲେ। ସେମାନେ କାର ଭିତରେ ରବୀନ୍ଦ୍ରଙ୍କୁ ପାଖରେ ଯାହା ଟଙ୍କା ଅଛି ଦେବାକୁ କହିଥିଲେ। ତା’ସହିତ ତାଙ୍କ ଏଟିଏମ୍ କାର୍ଡ ନେଇ ପାସ୍ୱାର୍ଡ ମାଗିଥିଲେ। ଏମିତି କି ତାଙ୍କ ପୁଅକୁ ଫୋନ୍ କରି ଟଙ୍କା ମାଗିବାକୁ ବି କହିଥିଲେ।
ସେମାନେ କାର୍ରେ ରବୀନ୍ଦ୍ରଙ୍କୁ ନେଇ ଯାଉଥିବା ବେଳେ ପାଳଲହଡ଼ା ନିକଟରେ ଏକ ବାଇକ୍କୁ ପିଟି ଦେଇଥିଲେ। ଏହା ପରେ କିଛି ଯୁବକ କାର୍ଟିକୁ ପିଛା କରିଥିଲେ। ସେତେବେଳେ କାର୍ର ଚକା ଫାଟି ଯାଇଥିଲା। ତଥାପି କାରଟି ଅଟକି ନଥିଲା। ପରେ ତେଲକୋଇ ଥାନା ଅନ୍ତର୍ଗତ ନୂଆଡ଼ିହ ଛକ ନିକଟରେ ଏକ ପୋଖରୀ ପାଖରେ ସେମାନେ କାର ରଖି ଟାୟାର ବଦଳାଉଥିବା ବେଳେ ପୂର୍ବରୁ ସୂଚନା ପାଇ ସାରିଥିବା ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ସେମାନେ ଅପହରଣକାରୀମାନଙ୍କୁ କାବୁ କରି ପୁଲିସ୍ ଜିମାରେ ଦେଇଥିଲେ। କାରରୁ ଏକ ଭୁଜାଲି ଜବତ ହୋଇଛି। ଫେରାର ଦୁର୍ବୃତ୍ତ ଜଣଙ୍କ ପିସ୍ତଲ ନେଇ ପଳାଇଥିବା କୁହାଯାଉଛି।
ତେଲକୋଇ: ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ କାର ସହିତ ଅପହରଣ ଉଦ୍ୟମ #Odisha pic.twitter.com/nPk3RIKX2k
— Odisha Reporter (@OdishaReporter) November 28, 2021
The post ଅବସରପ୍ରାପ୍ତ ଶିକ୍ଷକଙ୍କୁ କାର୍ ସହିତ କରିଥିଲେ ଅପହରଣ, ଦୁର୍ଘଟଣା ଘଟିବାରୁ ସବୁ ଫସର ଫାଟିଲା appeared first on Odisha Reporter.
from Odisha Reporter https://ift.tt/3p0dzB6
No comments:
Post a Comment