କ୍ରିସ ଗେଲଙ୍କୁ ପଛରେ ପକାଇ ରେକର୍ଡ ବୁକ୍‌ରେ ରିଜୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

କ୍ରିସ ଗେଲଙ୍କୁ ପଛରେ ପକାଇ ରେକର୍ଡ ବୁକ୍‌ରେ ରିଜୱାନ

ଦୁବାଇ: ଦୀର୍ଘ ଦିନ ଧରି ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ୍‌ଙ୍କ ନାଁରେ ରହିଥିବା ରେକର୍ଡ ଶେଷରେ ଭାଙ୍ଗିଛି। ରବିବାର ରାତିରେ ପାକିସ୍ତାନର ୱିକେଟ କିପର ବ୍ୟାଟସମ୍ୟାନ ମହମ୍ମଦ ରିଜୱାନ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଗତକାଲି ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ୧୫ ରନ୍‌ର ଇନିଂସ୍‌ ଖେଳିବା ପରେ ତାଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି ହୋଇଯାଇଛି।

ଉକ୍ତ ମ୍ୟାଚ୍‌ରେ ରିଜୱାନ ମ୍ୟାଚ୍‌ରେ ୫ ରନ୍‌ କରିବା କ୍ଷଣି ଟି-୨୦ର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନହାସଲକାରୀ କ୍ରିକେଟର ହୋଇଯାଇଥିଲେ। ପୂର୍ବରୁ ଗୋଟିଏ ବର୍ଷରେ କ୍ରିସ ଗେଲ ହିଁ ସର୍ବାଧିକ ରନ ହାସଲ କରିବାର ରେକର୍ଡ ନିଜ ନାଁରେ ରଖିଥିଲେ।

୨୦୧୫ରେ ଗେଲ ଏପରି ରେକର୍ଡ କରିଥିଲେ ହେଁ ଆଜି ଯାଏ କେହି ବି ଏହାକୁ ଭାଙ୍ଗି ପାରି ନଥିଲେ। ୬ ବର୍ଷ ତଳେ ଗେଲ ଟି-୨୦ର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୬୬୫ ରନ୍‌ କରିଥିଲେ। ତାଙ୍କ ବ୍ୟାଟିଂ ଆଭେରଜ ୫୯.୪୬ ରହିଥିଲା। ୩୬ଟି ମ୍ୟାଚ୍‌ରେ ସେ ୩ଟି ଶକତ ଓ ୧୦ଟି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା ୧୫୧ ରନ୍‌।

ରବିବାର ରିଜୱାନ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଏବେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୬୭୬ ରନ୍‌ କରି ସାରିଛନ୍ତି। ଚଳିତ ବର୍ଷ ରିଜୱାନ ଗୋଟିଏ ଶତକ ଓ ୧୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଟି-୨୦ ବିଶ୍ୱକପରେ ସେ ନିଜର ଜଲୱାଇ ଜାରି ରଖିଛନ୍ତି।

ପାକିସ୍ତାନ ବିଶ୍ୱକପ ସେମିରେ ପ୍ରବେଶ କରି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ଅପେକ୍ଷା କରିଛି। ଏହି ମ୍ୟାଚ୍‌ରେ ରିଜୱାନ ନିଜର ଜଲୱା ଦେଖାଇବେ ବୋଲି ସମସ୍ତେ ଆଶା କରିଛନ୍ତି। ରିଜୱାନ ଓ ଗେଲଙ୍କ ବ୍ୟତୀତ ପାକିସ୍ତାନ ଅଧିନାୟକ ବାବର ଆଜମ ମଧ୍ୟ ଚଳିତ ବର୍ଷ ଟି-୨୦ରେ ୧୬୨୭ ରନ୍‌ କରି ସାରିଲେଣି।

The post କ୍ରିସ ଗେଲଙ୍କୁ ପଛରେ ପକାଇ ରେକର୍ଡ ବୁକ୍‌ରେ ରିଜୱାନ appeared first on Odisha Reporter.



from Odisha Reporter https://ift.tt/3obN6jL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages