ଦେଶମୁଖଙ୍କ ପରେ ଟାର୍ଗେଟରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍‌ ପାଇଁ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

ଦେଶମୁଖଙ୍କ ପରେ ଟାର୍ଗେଟରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍‌ ପାଇଁ ନୋଟିସ୍‌

ମୁମ୍ବାଇ: ଆକ୍ସନ ମୁଡକୁ ଚାଲି ଆସିଛନ୍ତି ମହାରାଷ୍ଟ୍ରର ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାଳୟ । ଗତ ରାତିରେ ଇଡି ପକ୍ଷରୁ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରାଯିବା ପରେ  ଆଜି ସକାଳୁ ସକାଳୁ ଆୟକର ବିଭାଗ ପକ୍ଷରୁ ରାଜ୍ୟର ଡେପୁଟି ସିଏମ୍‌ ଅଜିତ ପାୱାରଙ୍କ ଉପରେ ଆରମ୍ଭ ହୋଇ ଯାଇଛି ଆକ୍ସନ ।

ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ୫ ସମ୍ପତ୍ତି ସିଜ୍‌ କରିବାକୁ ଆଦେଶ ଦିଆଯାଇଛି।  ସିଜ୍‌ ହେବାକୁ ଥିବା ଏହି ସମ୍ପତ୍ତିର ଆନୁମାନିକ ମୂଲ୍ୟ ହଜାରେ କୋଟି ରୁ ଅଧିକ ଟଙ୍କା ହେବ ବୋଲି ଜଣାଯାଇଛି।

ସିଜ୍‌ ହେବାକୁ ଥିବା ଅଜିତ ପାୱାରଙ୍କ ୫ଟି କମ୍ପାନୀ ହେଉଛି- ପ୍ରାୟ ୬ଶହ କୋଟି ମୂଲ୍ୟର ଜରନ୍ଦେଶ୍ୱର ସୁଗର ଫ୍ୟାକ୍ଟ୍ରି,  ସାଉଥ ଦିଲ୍ଲୀସ୍ଥିତ ୨୦ କୋଟି ଟଙ୍କା ମୂଲ୍ୟର ଫ୍ଲାଟ, ଅଜିତଙ୍କ ପୁଅ ପାର୍ଥ ପାୱାରଙ୍କ ପ୍ରାୟ ୨୫ କୋଟି ଟଙ୍କା ମୂଲ୍ୟର ନିର୍ମଳ ଅଫିସ, ଗୋଆରେ ଥିବା ପ୍ରାୟ ୨୫୦ କୋଟି ମୂଲର ରିସର୍ଟ ‘ନିଲୟ’ ଓ ମହାରାଷ୍ଟ୍ରର ୨୭ଟି ଅଲଗା ଅଲଗା ଜାଗାରେ ଥିବା ପ୍ରାୟ ୫ଶହ କୋଟି ମୂଲ୍ୟର ଜାଗା ।

ଅଜିତ ପାୱାର ଦୀର୍ଘ ଦିନ ଧରି ଆଇଟି ବିଭାଗ ଟାର୍ଗେଟରେ ଥିଲେ। କିଛି ମାସ ପୂର୍ବରୁ ଆୟକର ବିଭାଗ ପକ୍ଷରୁ ୨ଟି ରିୟଲ ଇଷ୍ଟେଟ ଓ ଅଜିତ ପାୱାରଙ୍କ  ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୧୮୪ କୋଟିର ବେନାମୀ ସମ୍ପତ୍ତିର ପତ୍ତା ମିଳିଥିଲା।

ଆଇଟି ବିଭାଗ ପକ୍ଷରୁ ଗତ ୭ ତାରିଖରୁ ୭୦ରୁ ଅଧିକ ଜାଗା ଉପରେ ଚଢ଼ାଉ କରାଯାଇଛି। ଏହା ମଧ୍ୟରେ ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାରଙ୍କ  ମାଲିକାନାରେ ଥିବା କମ୍ପାନୀ ‘ଅନନ୍ତ ମର୍କ୍ସ ପ୍ରାଇଭେଟ ଲିମିଟେଡ’ ଉପରେ ବି ଚଢ଼ାଉ କରାଯାଇଥିଲା। କେବଳ ସେତିକି ନୁହେଁ, ଅଜିତ ପାୱାରଙ୍କ ଭଉଣୀମାନଙ୍କ ମାଲିକାନାରେ ଥିବା କମ୍ପାନୀଗୁଡ଼ିକ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା।  ଏହାପରେ ଆଜି ସକାଳୁ ସକାଳୁ ଆୟକର ବିଭାଗ ପକ୍ଷରୁ ଅଜିତ ପାୱାରଙ୍କ ୫ ସମ୍ପତ୍ତି ସିଜ୍‌ କରିବାକୁ ଆଦେଶ ଦିଆଯାଇଛି ।

The post ଦେଶମୁଖଙ୍କ ପରେ ଟାର୍ଗେଟରେ ଅଜିତ ପାୱାର, ହଜାରେ କୋଟିର ସମ୍ପତ୍ତି ସିଜ୍‌ ପାଇଁ ନୋଟିସ୍‌ appeared first on Odisha Reporter.



from Odisha Reporter https://ift.tt/3bvmhAW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages