ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ; ଶିଳାନ୍ୟାସ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ; ଶିଳାନ୍ୟାସ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ପ୍ରକଳ୍ପର ଶିଳା ସ୍ଥାପନ କରିଥିଲେ।  ବିଶ୍ୱର ସମସ୍ତ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଆଜି ଐତିହାସିକ ଦିନ।  ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ପବିତ୍ର ଦିନ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ପ୍ରକଳ୍ପ ଦ୍ୱାରା ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ମଠ ଓ ମନ୍ଦିରଗୁଡିକର ପୁନଃବିକାଶ କରାଯିବ। ରଥଯାତ୍ରା ଓ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଦିକ୍ଷଣ ପଥ ପ୍ରସ୍ତୁତ ହେବ।  ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ୫୦୦ ବର୍ଗମିଟର ପରିମିତ ଗୃହ ନିର୍ମାଣ କରାଯିବ।  ଭକ୍ତଙ୍କ ପାଇଁ ସମସ୍ତ ଦ୍ୱାରରେ ସୂଚନା ଓ ଦାନକେନ୍ଦ୍ର ରହିବ। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବାକେନ୍ଦ୍ର କରାଯିବ। ଏକାସାଙ୍ଗରେ ୬ ହଜାର ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ସହିତ ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଜମିଦାନ କରିଥିବା ୧୦ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା କରିଥିଲେ। ଶିଳାନ୍ୟାସ ହେବା ପୂର୍ବରୁ ଆଜି ସକାଳେ ପ୍ରଥମେ ସୂର୍ଯ୍ୟପୂଜା, ଅଗ୍ନିପୂଜା ଓ ଯଜ୍ଞବିଧି  କରାଯାଇଥିଲା। ପରେ ଶିଳା ସ୍ଥାପନ ଓ ପୂଷ୍ପାଞ୍ଜଳି କାର୍ଯ୍ୟକ୍ରମ କରାଯାଇଥିଲା।

The post ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ; ଶିଳାନ୍ୟାସ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ appeared first on Odisha Reporter.



from Odisha Reporter https://ift.tt/3rdD7x8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages