ଅଗରତାଲା: ତ୍ରିପୁରାରେ ମସଜିଦ ଭାଙ୍ଗିବା ଏବଂ କ୍ଷୟକ୍ଷତି ସମ୍ପର୍କରେ ଦୁଇଜଣ ମହିଳା ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଦକ୍ଷିଣପନ୍ଥୀ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ଙ୍କ ପକ୍ଷରୁ ଭୁଲ୍ ଖବର ପ୍ରସାରିତ କରାଯାଇଥିବା ଅଭିଯୋଗ ପରେ ଏହି ମାମଲା ରୁଜୁ ହୋଇଛି। ସେପଟେ ମହିଳା ସାମ୍ବାଦିକମାନେ ପୁଲିସ କର୍ମଚାରୀମାନେ ତାଙ୍କୁ ଡରାଇବା ଏବଂ ଧମକାଇଥିବା ଅଭିଯୋଗ କରିଛନ୍ତି।
ସାମ୍ବାଦିକ ସମୃଦ୍ଧି ସାକୁନିୟା ଏବଂ ସ୍ୱର୍ଣ୍ଣା ଝାଙ୍କ ଅଭିଯୋଗ କରିଛନ୍ତି ଯେ, ମାମଲା ରୁଜୁ ହେବା ପରେ ପୁଲିସର ଏକ ଟିମ୍ ତାଙ୍କୁ ପଚରାଉଚରା କରିବା ପାଇଁ ହୋଟେଲକୁ ଯାଇଥିଲା। ଏତିକି ବେଳେ ପୁଲିସ ତାଙ୍କୁ ଡରାଇବା ସହ ଧମକାଇଥିବା ସେମାନେ କହିଛନ୍ତି।
ସାମ୍ବାଦିକା ସ୍ୱର୍ଣ୍ଣା ଝା ଟ୍ୱିଟ୍ କରି ଲେଖିଛନ୍ତି ଯେ, “ଗତକାଲି ରାତି ପ୍ରାୟ ସାଢ଼େ ୧୦ ଟା ବେଳେ ପୁଲିସ ତାଙ୍କ ହୋଟେଲ ବାହାରକୁ ଆସିଥିଲା, କିନ୍ତୁ ସେତେବେଳେ ସେମାନେ ତାଙ୍କ ସହ କୌଣସି କଥାବାର୍ତ୍ତା କରିନଥିଲେ। ଏହାପରେ ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଚେକଆଉଟ୍ କରିବାକୁ ଗଲା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଅଭିଯୋଗ ସମ୍ପର୍କରେ କହି ପଚରାଉଚରା ପାଇଁ ଧର୍ମାନଗର ପୁଲିସ ଷ୍ଟେସନକୁ ତାଙ୍କୁ ଯିବାକୁ କହିଥିଲା।। ଏହି ମହିଳା ସାମ୍ବାଦିକା ଜଣକ ସେ ତାଙ୍କ ପୋଷ୍ଟରେ ଏଫଆଇଆରର କପି ମଧ୍ୟ ଶେୟାର କରିଛନ୍ତି।
ସୂତ୍ରରୁ ପ୍ରକାଶ ଯେ ଏହି ଦୁଇ ସାମ୍ବାଦିକଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ କିମ୍ବା ଅଟକ ମଧ୍ୟ ରଖାଯାଇ ନାହିଁ। ନକଲି ଖବର ପ୍ରଚାର ପ୍ରସାର ମାମଲାରେ ଉଭୟଙ୍କୁ ପଚରାଉଚରା କରାଯାଇପାରେ ବୋଲି ସୂତ୍ରରୁ ଜଣାପଡିଛି।
ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଶନିବାର କୁହାଯାଇଛି ଯେ, ତ୍ରିପୁରାରେ ଏକ ମସଜିଦ ଧ୍ୱଂସ ଏବଂ ଭଙ୍ଗାରୁଜା ବିଷୟରେ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିବା ଖବର ସମ୍ପୂର୍ଣ୍ଣ ନକଲି। ଭୁଲ ତଥ୍ୟ ଉପସ୍ଥାପିତ ହୋଇଛି। ତ୍ରିପୁରାରେ ଏପରି କୌଣସି ଘଟଣାରେ କାଜୁଆଲିଟି କିମ୍ବା ଗୁରୁତର ଆଘାତ, ବଳାତ୍କାର କିମ୍ବା ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ ଯାହା ସୋସିଆଲ ମିଡିଆ ପୋଷ୍ଟରେ ଦର୍ଶାଯାଇଛି।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦୃଢ଼ ଭାବେ କୁହାଯାଇଛି ଯେ, ତ୍ରିପୁରାରେ କୌଣସି ମସଜିଦ ଢ଼ାଞ୍ଚା ନଷ୍ଟ ହୋଇଥିବାର କୌଣସି ମାମଲା ନିକଟ ଅତୀତରେ ହୋଇ ନାହିଁ ଏବଂ ଲୋକମାନେ ଶାନ୍ତ ରହିବା ଉଚିତ। ଏହିପରି ମିଥ୍ୟା ଖବର ଦ୍ୱାରା ଭ୍ରମିତ ହେବା ଉଚିତ ନୁହେଁ। ମନ୍ତ୍ରଣାଳୟ କହିଛି ଯେ ତ୍ରିପୁରାର ଗୋମତି ଜିଲ୍ଲାର କାକରବାନ୍ ଅଞ୍ଚଳରେ ଏକ ମସଜିଦ ନଷ୍ଟ ହୋଇଯାଇଥିବା ଖବର ପ୍ରଚାରିତ ହୋଇଛି। ଏହି ରିପୋର୍ଟଗୁଡିକ ନକଲି ଏବଂ ଭୁଲ ଭାବେ ଉପସ୍ଥାପନା କରାଯାଇଛି।
The post ଦୁଇ ମହିଳା ସାମ୍ବାଦିକାଙ୍କ ବିରୋଧରେ ମାମଲା appeared first on Odisha Reporter.
from Odisha Reporter https://ift.tt/3ng37pz
No comments:
Post a Comment