ଜୁନିୟର ବିଶ୍ୱକପ୍‌ ହକି: ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲଜିୟମ ବିଜୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

ଜୁନିୟର ବିଶ୍ୱକପ୍‌ ହକି: ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲଜିୟମ ବିଜୟୀ

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଜୁନିୟର ପୁରୁଷ ବିଶ୍ୱକପ୍‌ ହକି। ଉଦ୍‌ଘାଟନୀ ମ୍ୟାଚ୍‌ରେ ରେଡ୍‌ ଲାୟନ ଭାବେ ପରିଚିତ ବେଲଜିୟମ ଦଳ ବିଜୟୀ ହୋଇଛି। ଲକ୍ଷ୍ନୌରେ ୨୦୧୬ ସଂସ୍କରଣରେ ରନରଅପ ଥିବା ବେଲଜିୟମ ଦଳ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି ଚଳିତ ବିଶ୍ୱକପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି।

ମ୍ୟାଚ୍‌ର ପ୍ରଥମ ୧୫ ମିନିଟରେ ବେଲଜିୟମ ଆକ୍ରମଣାତ୍ମକ ଢଙ୍ଗରେ ପଡ଼ିଆକୁ ଓହ୍ଲାଇ ଥିଲା। ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣରର ସୁଯୋଗ ନେଇ ବିଶ୍ୱକପର ପ୍ରଥମ ଗୋଲସ୍କୋର କରିଥିଲା ବେଲଜିୟମ। ଦଳର ୧୩ନମ୍ବର ଜର୍ସି ପରିଧାନ କରିଥିବା ଦୁଭେକ ରୋମାନ ଅତି ସୁନ୍ଦର ଭାବେ ଦକ୍ଷିଣ ଆଫ୍ରିକାର ରକ୍ଷଣ ଭାର ସମ୍ଭାଳୁଥିବା ଖେଳାଳିଙ୍କୁ ଚକମା ଦେଇ ଏହି ଗୋଲ୍ ଦେଇଥିଲେ। ତେବେ ଦକ୍ଷିଣ ଆଫ୍ରିକାର ଜୋଶ୍‌ କିଛି କମ ନଥିଲା। ୧୫ତମ ମିନିଟରେ ଏକ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସ୍ଥିତିକୁ ନେଇ ଯାଇଥିଲା ଦକ୍ଷିଣ ଆଫ୍ରିକା। ଦଳ ପକ୍ଷରୁ ୧୦ ନମ୍ବର ଜର୍ସି ପିନ୍ଧିଥିବା ଡି ଲୋରା ଟ୍ରିଭର ଏହି ଗୋଲ୍ ଦେଇଥିଲେ।

ମ୍ୟାଚ୍‌ର ଦ୍ୱିତୀୟ ୧୫ ମିନିଟରେ ଆଉ ଗୋଟିଏ ଗୋଲ୍ ଦେଇଥିବା ବେଲଜିୟମ। ମ୍ୟାଚ୍‌ର ୨୫ତମ ମିନିଟ୍‌ରେ ବେଲଜିୟମର ୨୨ନମ୍ବର ଜର୍ସି ପରିଧାନ କରିଥିବା ଖେଳାଳି ଓନାନା ନେଲସନ ଏହି ଗୋଲ୍ କରିଥିଲେ। ଏହି ଫିଲ୍ଡ ଗୋଲ୍‌ କରି ସେ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଦଳକୁ ୨-୧ ଗୋଲରେ ଆଗୁଆ ରଖିଥିଲେ।

ଏହା ପରେ ଉଭୟ ଦଳ ପାର୍ଶ୍ଵ ପରିବର୍ତ୍ତନ କରି ଶେଷାର୍ଦ୍ଧ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚ୍‌ର ୪୫ତମ ମିନିଟରେ ବେଲଜିୟମର ଦୁଭେକ ରୋମାନ ଆଉ ଏକ ଗୋଲ ଦେଇ ଦଳକୁ ୩-୧ରେ ଆଗୁଆ ରଖିଥିଲେ।

୫୪ତମ ମିନିଟରେ ବେଲଜିୟମ ଚତୁର୍ଥ ଗୋଲ ସ୍କୋର କରିଥିଲା। ୮ ନମ୍ବର ଜର୍ସି ପରିଧାନ କରିଥିବା ଖେଳାଳି ଭାନ ଡେସେଲ ଅର୍ଣ୍ଣ ଏହି ଗୋଲ ଦେଇଥିଲେ। ସେହିପରି ୫୭ତମ ମିନିଟରେ ଭାନ ରିକ ଏକ ଗୋଲ୍ ଦେଇଥିଲେ। ଏହା ସହିତ ବେଲଜିୟମ ୫-୧ରେ ମ୍ୟାଚ୍ ଜିତି ଯାଇଥିଲା।

ବେଲଜିୟମ ତାର ପରବର୍ତ୍ତୀ ଲିଗ୍ ମ୍ୟାଚ୍‌ ୨୬ ତାରିଖରେ ମ୍ୟାଲେସିଆ ବିପକ୍ଷରେ ଖେଳିବ। ସେହିପରି ଦକ୍ଷିଣ ଆଫ୍ରିକା ତାର ଦ୍ୱିତୀୟ ଲିଗ୍ ମ୍ୟାଚ୍‌ ୨୬ ତାରିଖରେ ଚିଲି ବିରୋଧରେ ଖେଳିବ।

The post ଜୁନିୟର ବିଶ୍ୱକପ୍‌ ହକି: ଉଦ୍‌ଘାଟନୀ ମ୍ୟାଚ୍‌ରେ ବେଲଜିୟମ ବିଜୟୀ appeared first on Odisha Reporter.



from Odisha Reporter https://ift.tt/2ZhkMnq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages