ଲୁଚିକି ଥିଲେ, ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡା ଫିଙ୍ଗିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

ଲୁଚିକି ଥିଲେ, ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡା ଫିଙ୍ଗିଲେ

ପୁରୀ (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ଆଜି ଅଣ୍ଡାମାଡ଼ ହୋଇଛି। ପୁରୀରେ ତାଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ପୁରୀ ଡାକ୍ତରଖାନା ଛକ ନିକଟରେ ତାଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ କରିଥିଲେ ‍‍ବିଜେପି ଯୁବମୋର୍ଚ୍ଚା କର୍ମୀ। ବ୍ୟାପକ ପୁଲିସ୍ କର୍ମଚାରୀଙ୍କୁ ମୁତୟନ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ହେଁ ସେମାନେ ଅଣ୍ଡାମାଡ଼ କରିଥିଲେ।

ତିନି ଜଣ ବ୍ୟକ୍ତି ଡାକ୍ତରଖାନା ଛକରେ ଥିବା ଏକ କ୍ଲିନିକ୍‌ ନିକଟରେ ଲୁଚି ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ସେହି ବାଟ ଦେଇ ଅତିକ୍ରମ କରୁଥିବା ବେଳେ ସେମାନେ ବ୍ୟାରିକେଡ ବାହାରେ ଛିଡ଼ା ହୋଇ ଅଣ୍ଡାମାଡ଼ କରିଥିଲେ। ପୁଲିସ ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇଥିଲା। 

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଭିତରକୁ ଦୁଇ ଜଣ ବ୍ୟକ୍ତି ପଶି ଆସି କଳାପତାକା ଦେଖାଇଥିଲେ। ଏହା ସହିତ ସେମାନେ ‘ନବୀନ ଗୋ ବ୍ୟାକ୍’ ସ୍ଲୋଗାନ୍ ଦେଇଥିଲେ।

ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି, ଆମେ ଅଣ୍ଡା ମାଡ଼ କରିଛୁ। ଆମେ ମଧ୍ୟ କଳାପତାକା ଦେଖାଇଛୁ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନକରିବା ଯାଏ ଏମିତି ବିରୋଧ କରାଯିବ। ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବମୋର୍ଚ୍ଚା ବିରୋଧ କରିବ।

ଅନ୍ୟପକ୍ଷରେ ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ି ଉପରକୁ ମଧ୍ୟ ଅଣ୍ଡାମାଡ଼ ହୋଇଥିଲେ। ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ପୁରୀ ମାଳତୀପାଟପୁର ନିକଟରେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା। ଏହାସହ ବଳଗଣ୍ଡି ଛକରେ ବିଜେପି କର୍ମୀମାନେ ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ କଳାପତାକା ଦେଖାଇଥିଲେ ଓ ଗୋବର ପାଣି ପକାଇ ବଡ଼ଦାଣ୍ଡକୁ ପବିତ୍ର କରିଥିଲେ।

ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ତାଙ୍କ ପରିବାରକୁ ନ୍ୟାୟ ଦେବା ଓ ଏଥିରେ ସଂପୃକ୍ତି ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସବୁ ବିଜେଡି ନେତାଙ୍କୁ ଗାଡି ଉପରୁ ଆଣ୍ଡା ମାଡ଼ କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା।

The post ଲୁଚିକି ଥିଲେ, ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡା ଫିଙ୍ଗିଲେ appeared first on Odisha Reporter.



from Odisha Reporter https://ift.tt/3r4iinW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages