ୱାଶିଂଟନ: ଆମେରିକା ପକ୍ଷରୁ ନିଜ ଦେଶର ନାଗରିକଙ୍କ ପାଇଁ ଜାରି ହୋଇଥିବା ସ୍ୱାସ୍ଥ୍ୟ ଓ ସୁରକ୍ଷାଗତ ନିର୍ଦ୍ଦେଶନାମା ଭାରତକୁ ଚିନ୍ତାରେ ପକାଇଛି। ଆମେରିକା ସିଡିଏସ୍ ଭାରତ ଆସୁଥିବା ନିଜ ଦେଶର ନାଗରିକଙ୍କ ପାଇଁ ‘ଲେଭଲ-୧’ କୋଭିଡ ନୋଟିସ ଜାରି କରିଛି।
ଏଥିରେ ଲୋକଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ନେବାକୁ କୁହାଯାଇଛି। ଏହାଦ୍ୱାରା ଭାଇରସ ସଂସ୍ପର୍ଶରେ ଆସିବା ଆଶଙ୍କା କମ ଓ ଯଦି ବି କେହି ସଂକ୍ରମିତ ହେଉଛନ୍ତି, ତା’ହେଲେ ସାଂଘାତିକ ଲକ୍ଷଣରୁ ଟିକା ସୁରକ୍ଷା ଯୋଗାଇ ଦେବ। ସମାନ ସ୍ୱାସ୍ଥ୍ୟଗତ ପରାମର୍ଶ ପାକିସ୍ତାନ ମଧ୍ୟ ଜାରି କରାଯାଇଛି।
ତେବେ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଭାରତ ଓ ପାକିସ୍ତାନ ପାଇଁ ଯଥାକ୍ରମେ ଟ୍ରାଭେଲ-୨ ଏବଂ ଟ୍ରେଭଲ-୩ ସତର୍କତା ନୋଟିସ ଜାରି କରିଛି। ଏହାର ଅର୍ଥ ପାକିସ୍ତାନ ଯିବାକୁ ଚାହୁଁଥିବା ଲୋକମାନେ ଆତଙ୍କବାଦ ଓ ଧାର୍ମିକ ଯୁଦ୍ଧ ପ୍ରତି ଅଧିକ ସତର୍କ ରହିବା ଜରୁରୀ। ସେହିପରି ପାକିସ୍ତାନ ଯିବା ପୂର୍ବରୁ ଆଉ ଥରେ ବିଚାର କରିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ଭାରତରେ ବଢ଼ୁଥିବା ଅପରାଧ ଓ ଆତଙ୍କବାଦ ପ୍ରତି ମଧ୍ୟ ସେଠାକୁ ଯାଉଥିବା ଆମେରିକୀୟମାନେ ଅତ୍ୟଧିକ ସତର୍କ ରହିବା ଉଚିତ ବୋଲି ମନ୍ତ୍ରଣାଳୟ କହିଛି। ନୋଟିସ ଅନୁଯାୟୀ, ଭାରତ ଯାଉଥିବା ଆମେରିକା ନାଗରିକମାନେ ଆତଙ୍କବାଦ ଓ ହିଂସା ଯୋଗୁ ଜମ୍ମୁ-କଶ୍ମୀର ଯାଉନ୍ତୁ ନାହିଁ। ସେହିପରି ଭାରତ-ପାକିସ୍ତାନର ୧୦ କିମି ପରିଧି ମଧ୍ୟକୁ ଯିବା ବି ସେମାନଙ୍କ ପାଇଁ ଠିକ ନୁହେଁ। କାରଣ ସେଠାରେ ସବୁବେଳେ ବିବାଦ ଲାଗି ରହିଛି।
ଭାରତୀୟ ଅଧିକାରୀମାନେ ତାଙ୍କ ଦେଶରେ ଦୁଷ୍କର୍ମ ଜନିତ ଅପରାଧ ବଢ଼ୁଥିବା ରିପୋର୍ଟ କରିଛନ୍ତି। ହିଂସା ଠାରୁ ଆରମ୍ଭ କରି ଯୌନ ନିର୍ଯାତନା ଭଳି ଘଟଣା ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଘଟୁଛି। ତେଣୁ ଆମାରିକୀୟମାନେ ଭାରତ ଯିବା ବେଳେ ଏସବୁ ପ୍ରତି ସତର୍କ ରହିବା ଦରକାର ବୋଲି ମନ୍ତ୍ରଣାଳୟ କହିଛି।
ପାକିସ୍ତାନ ଯାଉଥିବା ଲୋକଙ୍କୁ ଆମେରିକା କହିଛି ଯେ ସେମାନେ ବାଲୋଚିସ୍ତାନ ପ୍ରଦେଶ ଓ ଖାୟବର ପାଖତୁନଖ୍ୱା ଯାଆନ୍ତୁ ନାହିଁ। ସେହିପରି ଆଦିବାସୀ ଅଞ୍ଚଳକୁ ମଧ୍ୟ ସେମାନେ ନ ଯିବା ଦରକାର। ସେଠାରେ ଆତଙ୍କବାଦ, ହିଂସା ଓ ଅପହରଣ ଭଳି ଘଟଣା ଘଟୁଛି। ଆତଙ୍କବାଦୀମାନେ ପାକିସ୍ତାନରେ ବାରମ୍ବାର ହମଲା କରୁଛନ୍ତି ବୋଲି ଆମେରିକା କହିଛି।
The post ଭାରତରେ ବଢ଼ୁଛି ଆତଙ୍କବାଦ ଓ ଦୁଷ୍କର୍ମ, ଯାତ୍ରା ପୂର୍ବରୁ ନିଜ ଦେଶର ଲୋକଙ୍କୁ ସତର୍କ କଲା ଆମେରିକା appeared first on Odisha Reporter.
from Odisha Reporter https://ift.tt/3wPy3Qs
No comments:
Post a Comment