କେନ୍ଦ୍ର ବିରୋଧରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଯୁଦ୍ଧ ଡାକରା, ଦିଲ୍ଲୀରେ ଦେବେ ଧାରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 7, 2021

କେନ୍ଦ୍ର ବିରୋଧରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଯୁଦ୍ଧ ଡାକରା, ଦିଲ୍ଲୀରେ ଦେବେ ଧାରଣା

ହାଇଦ୍ରାବାଦ: କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ପେଟ୍ରୋଲ, ଡିଜେଲ ଉପରେ ଲାଗୁଥିବା ସେସକୁ ଉଚ୍ଛେଦ, ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ଓ ରାଜ୍ୟରୁ ଧାନ ସଂଗ୍ରହ ଆଦି ଦାବିରେ କେସିଆର ସର୍ବଦଳୀୟ ବୈଠକ ନେତୃତ୍ୱ ନେବେ।

ଏହି ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ଦିଲ୍ଲୀ ଯିବା ସହ ସେଠାରେ ଧାରଣାରେ ବସିବ। ଏମାନଙ୍କ ସହ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ସାମିଲ ହେବେ। ସେ ମଧ୍ୟ ଦିଲ୍ଲୀରେ ଧାରଣା ଦେବେ ବୋଲି ଘୋଷଣା କରିଛନ୍ତି। କେସିଆର କହିଛନ୍ତି, “ଆମେ ବିଜେପି ବିରୋଧରେ ଲଢ଼େଇ କରିବୁ। ବିଜେପିର ବିଫଳତାର ପର୍ଦ୍ଦାଫାସ କରିବାକୁ ଆମେ ଦିଲ୍ଲର ରାଜରାସ୍ତାରେ ଧାରଣା ଦେବୁ। ଉଭୟ ଜାତୀୟ ଓ ତେଲେଙ୍ଗାନାରେ ବିକ୍ଷୋଭ କରାଯିବ।

କେନ୍ଦ୍ର ସରକାର ସମଗ୍ର ଦେଶକୁ ପେଟ୍ରୋଲ ଓ ଡିଜେଲ ଦର ବାବଦରେ ମିଛ କଥା କହି ବିଭ୍ରାନ୍ତ କରି ଚାଲିଛନ୍ତି। ସେମାନେ କେବଳ ମିଛ ଓ ସଂପ୍ରଦାୟିକ ରାଜନୀତି କରୁଛନ୍ତି। ବିଗତ ୭ ବର୍ଷ ମଧ୍ୟରେ ସେମାନେ କିଛି ବି କରିନାହାନ୍ତି। ୨୦୧୪ରେ ଅଶୋଧିତ ତୈଳ ଦର ୧୦୫ ଡଲାର ଥିଲା। ହେଲେ ଏବେ ଏହା ୮୩ ଡଲାର ରହିଛି। କିନ୍ତୁ ବିଜେପି ସରକାର ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି ବୋଲି କହୁଛି।

ବିଜେପି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ସେସ୍‌ ଲଗାଇ ଏହାର ଦାମ ବଢ଼ାଇ ଚାଲିଛି। ସେସ୍ ବୃଦ୍ଧି କରୁଥିବା କେନ୍ଦ୍ର ସରକାର ତୈଳ ଉପରେ ରାଜ୍ୟର ଟିକସ ଭାଗ ମଧ୍ୟ ଦେଉନାହାନ୍ତି।”

ତେଲେଙ୍ଗାନା ସରକାର ତୈଳ ଦର ଉପରେ ଲଗାଉଥିବା ଟିକସ ହ୍ରାସ କରିବେ ନାହିଁ ବୋଲି କେସିଆର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବିଗତ ୭ ବର୍ଷ ମଧ୍ୟରେ ତେଲେଙ୍ଗାନ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରୁଥିବା ଭ୍ୟାଟକୁ ଗୋଟିଏ ପଇସା ବି ବଢ଼ାଇ ନାହାନ୍ତି। ତୈଳ ଦର ଉପରେ କେନ୍ଦ୍ର ସରକାର ଲଗାଉଥିବା ସେସ୍‌କୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ଦରକାର। ଏହାଦ୍ୱାରା ପେଟ୍ରୋଲର ଲିଟର ପିଛା ଦର ୭୭ ଟଙ୍କା ହୋଇପାରିବ ବୋଲି ସେ କହିଛନ୍ତି।

ବିଜେପି ସରକାରକୁ କେସିଆର କୃଷକ ବିରୋଧ ବୋଲି କହିଛନ୍ତି। ଏଥିସହ ଚାଇନାର ଅନୁପ୍ରବେଶ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ଏଥିସହ ସେ ବଞ୍ଚିଥିବା ଯାଏ ବିଜେପି କେବେ ହେଲେ ତେଲେଙ୍ଗାନାର ଚାଷୀଙ୍କୁ ହଇରାଣ କରିପାରିବ ନାହିଁ ବୋଲି କହିଛନ୍ତି।

The post କେନ୍ଦ୍ର ବିରୋଧରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଯୁଦ୍ଧ ଡାକରା, ଦିଲ୍ଲୀରେ ଦେବେ ଧାରଣା appeared first on Odisha Reporter.



from Odisha Reporter https://ift.tt/308xqWm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages