ଏନ୍‌କାଉଣ୍ଟରରେ ନକ୍ସଲ ମିଲିନ୍ଦ ସଫା, ଥିଲା ୫୦ ଲକ୍ଷର ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 13, 2021

ଏନ୍‌କାଉଣ୍ଟରରେ ନକ୍ସଲ ମିଲିନ୍ଦ ସଫା, ଥିଲା ୫୦ ଲକ୍ଷର ପୁରସ୍କାର

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଏନ୍‌କାଉଣ୍ଟରରେ ପୁଲିସକୁ ମିଳିଛି ବଡ ସଫଳତା। ଶନିବାର ପୁଲିସ ସହ ହୋଇଥିବା ଏନ୍‌କାଉଣ୍ଟରରେ ନିହତ ୨୬ ମାଓବାଦୀଙ୍କ ମଧ୍ୟରେ ରହିଛି ଟପ୍‌ ନକ୍ସଲ ମିଲିନ୍ଦ ତେଲତୁମ୍ବଡେ। ସେ ପୁଲିସ ଗୁଳିରେ ଆଖି ବୁଜିଛି। ଭୀମ କୋରେଗାଓଁ ମାମଲାରେ ମିଲିନ୍ଦ ମୁଖ୍ୟ ଅଭିଯୁକ୍ତ ଥିଲା । କେବଳ ଏତିକି ନୁହେଁ ତାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।

ଗଡଚିରୋଲି ପୁଲିସ ଅଧୀକ୍ଷକ ଅଙ୍କିତ ଗୋଏଲ ରବିବାର କହିଛନ୍ତି, ପ୍ରାଥମିକ ପରିଚୟ ଅନୁଯାୟୀ ଶନିବାର ଏନକାଉଣ୍ଟରରେ ନିହତ ହୋଇଥିବା ୨୬ ମାଓବାଦୀଙ୍କ ମଧ୍ୟରୁ ମିଲିନ୍ଦ ଅନ୍ୟତମ । ବର୍ତ୍ତମାନ ଅନ୍ୟ ନିହତ ମାଓବାଦୀଙ୍କ ଚିହ୍ନଟ ଅଭିଯାନ ଚାଲିଛି । ମିଲିନ୍ଦ ସିପିଆଇ (ମାଓବାଦୀ) ର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଥିଲା ।

ବରିଷ୍ଠ ଗୁପ୍ତଚର ଅଧିକାରୀମାନେ କୁହନ୍ତି ଯେ, ମିଲିନ୍ଦ ନିୟମିତ ଭାବରେ MMC ଅଞ୍ଚଳ ପରିଦର୍ଶନ କରୁଥିଲେ ଏବଂ ଭିଷ୍ଟାରା ଡାଲାମ ନାମକ ଏମଏମସିର କମାଣ୍ଡୋ ୟୁନିଟ୍ ପାଇଁ ପ୍ରାୟ ୧୦୦ ଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ତେଲତୁମ୍ବଡେ ବହୁ ସଶସ୍ତ୍ର ଅଙ୍ଗରକ୍ଷୀ ଏବଂ ମାଓବାଦୀଙ୍କ ଏକ ସ୍କ୍ୱାଡ୍ ସହିତ ଜଙ୍ଗଲରେ ବୁଲୁଥିଲେ।

୨୦୧୮ରେ ଆତ୍ମସମର୍ପଣ କରିଥିବା ବରିଷ୍ଠ ମାଓନେତା ପହର ସିଂଙ୍କ ଅନୁଯାୟୀ ତେଲତୁମ୍ବଡେ ଏହି ଜୋନ୍ ସମ୍ବନ୍ଧରେ ସଂଗଠନର ସମସ୍ତ ପ୍ରମୁଖ ନିଷ୍ପତ୍ତି ନେଉଥିଲେ। ତେଲତୁମ୍ବଡେ ଅନେକ ନାଁ ଜଣାଶୁଣା ଥିଲା। ମିଲିନ୍ଦ ବାବୁରାଓ ତେଲତୁମ୍ବଡେ, ଦୀପକ ତେଲତୁମ୍ବଡେ ଏବଂ ଜୀଭା ଭଳି ଥିଲା ତା’ର ଅନେକ ନାଁ।

ସୂଚନା ମୁତାବକ, ମୁମ୍ବାଇଠାରୁ ୯୦୦ କିଲୋମିଟର ଦୂରରେ ଥିବା ପୂର୍ବ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ଶନିବାର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।  ଏହି ଏନକାଉଣ୍ଟରରେ ଅତି କମରେ ୨୬ ନକ୍ସଲଙ୍କ ମୃତ୍ୟୁ ହୋଇଛି ।

The post ଏନ୍‌କାଉଣ୍ଟରରେ ନକ୍ସଲ ମିଲିନ୍ଦ ସଫା, ଥିଲା ୫୦ ଲକ୍ଷର ପୁରସ୍କାର appeared first on Odisha Reporter.



from Odisha Reporter https://ift.tt/2YKaThX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages