ବ୍ରହ୍ମପୁର( ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ବ୍ରହ୍ମପୁରର ପୁଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୁଦର୍ଶନଙ୍କ ବହ୍ମପୁର ଉପଖଣ୍ଡ ନିମଖଣ୍ଡି ଘର ଓ ଭଞ୍ଜନଗରର ପୈତୃକ ଗାଁରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଏହାସହ ବ୍ରହ୍ମପୁରର ଲୋଚାପଡ଼ାରେ ଥିବା ତାଙ୍କର ୩ ମହଲା ବିଶିଷ୍ଟ ଘରେ ମଧ୍ୟ ଚଢ଼ାଉ କରାଯାଇଛି।
ଚଢ଼ାଉ ସମୟରେ ଖବର ଲେଖାଯିବା ସୁଦ୍ଧା ସୁଦର୍ଶନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ ହୋଇଛି। ବହୁ ଦିନରୁ ସୁଦର୍ଶନ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ ରହିଥିଲା। ଜଣେ ଅତିରିକ୍ତ ଏସ୍ପି, ୨ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଆଜି ଚଢ଼ାଉରେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ। ଚଢ଼ଉ ସମୟରେ ଅମାପ ସମ୍ପତ୍ତି ପାଇଥିଲା। ତାଙ୍କ ଘରୁ କେବଳ ମିଳିଥିଲା ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା। ୬୫୯ ଗ୍ରାମ ସୁନା ବି ଜବତ ହୋଇଥିଲା। ତାଙ୍କର ଏକାଧିକ ଫ୍ଲାଟ୍ ଓ ପ୍ଲଟ ମଧ୍ୟ ଠାବ ହୋଇଥିଲା।
The post କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ମିଳିଲାଣି ନଗଦ ୫.୧୬ ଲକ୍ଷ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3nZMnTE
No comments:
Post a Comment