ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଶେନ୍‌ ୱାର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଶେନ୍‌ ୱାର୍ଣ୍ଣ

ସିଡ୍‌ନୀ: ବାଇକ୍‌ ଦୁର୍ଘଟଣାରେ ଆହତ ହୋଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନ୍ ବୋଲର ଶେନ୍‌ ୱାର୍ଣ୍ଣ। ସେ ତାଙ୍କ ପୁଅ ଜ୍ୟାକ୍‌ସନ୍ ସହିତ ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲେ ଶେନ୍‌ ୱାର୍ଣ୍ଣ। ଯଦିଓ ସେ ଗୁରୁତର ଭାବେ ଆହତ ହୋଇ ନାହାନ୍ତି, ତଥାପି ତାଙ୍କ ଶରୀରରେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।

ଦୁର୍ଘଟଣା ପରେ ଶେନ୍‌ ୱାର୍ଣ୍ଣ ଡାକ୍ତରଖାନା ଯାଇଥିଲେ। ତାଙ୍କ ଜଙ୍ଘ ହାଡ଼ ଭାଙ୍ଗି ଥିବା ନେଇ ସେ ପ୍ରଥମେ ଆଶଙ୍କା କରିଥିଲେ। ତେବେ ପରୀକ୍ଷା ପରେ ତାଙ୍କ ଶରୀରର କୌଣସି ସ୍ଥାନରେ ହାଡ଼ ଭାଙ୍ଗି ନାହିଁ ବୋଲି ଜଣାପଡ଼ିଥିଲା।

ଡିସେମ୍ବର ୮ ତାରିଖରୁ ଗାବାରେ ଆସେସ ସିରିଜ୍ ଆରମ୍ଭ ହେଉଥିବା ବେଳେ ସେତେ ବେଳକୁ ଫିଟ୍ ହୋଇ ଭାଷ୍ୟକାର ଦାୟିତ୍ୱ ଠିକ୍ ଭାବେ ତୁଲାଇ ପାରିବେ ବୋଲି ଶେନ୍‌ ୱାର୍ଣ୍ଣ ଆଶା ରଖିଛନ୍ତି।

The post ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଶେନ୍‌ ୱାର୍ଣ୍ଣ appeared first on Odisha Reporter.



from Odisha Reporter https://ift.tt/31cn5IU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages