ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ମା’ ଡାକ ଦେଇ ବିଶ୍ୱାସ ଜନ୍ମାଇଲା, ପରେ ଘରେ କଳାକନା ବୁଲାଇ ଦେଲା ଧରମ ଝିଅ। ବିଶ୍ୱାସରେ ବିଷ ଦେଇ ଧରମ ମା’ ଘରୁ ପ୍ରାୟ ୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଲା । ପୁଲିସ୍ ପଚରାଉଚରାରୁ ମହିଳାଜଣକ ଏସବୁଥିରେ ସିଦ୍ଧହସ୍ତ ଥିବା ବେଳେ ତାଙ୍କର ପୁରୁଣା ପୁଲିସ୍ ରେକର୍ଡ ଥିବା ଜଣାପଡ଼ିଲା। ଶେଷରେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ସମ୍ପୃକ୍ତ ମହିଳାଙ୍କୁ ବାନ୍ଧିଛି ପୁଲିସ୍ ।
ମହିଳାଜଣକ ସ୍ୱାମୀ ହତ୍ୟା ମାମଲାରେ ଜେଲ୍ ଯାଇଥିବା ବେଳେ ସେଥିରୁ ମୁକୁଳିବାକୁ ଧରମ ମା’ଙ୍କୁ ଟାର୍ଗେଟ କରିଥିଲେ। କୋର୍ଟରେ କେଶ୍ ଲଢ଼ିବା ଲାଗି ଦରକାର ହେଉଥିବା ଟଙ୍କା ଯୋଗାଡ଼ କରିବାକୁ ଧରମ ମା’ ଘରେ ବି ସେ କଳାକନା ବୁଲାଇବାକୁ ପଛାଇଲେନି।
ସୂଚନା ଅନୁଯାୟୀ. ଗତ ୨୦୧୭ ମସିହାରେ ସ୍ୱାମୀ ମର୍ଡର କେଶରେ ସମ୍ପୃକ୍ତ ଥାଇ ଜେଲ ଯାଇଥିଲେ ଅଭିଯୁକ୍ତାଜଣକ । ଜେଲ୍ରୁ ଫେରିଲା ପରେ କେଶ ଲଢ଼ିବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ବସଷ୍ଟାଣ୍ଡମାନଙ୍କରେ ଲୋକଙ୍କୁ ଟାର୍ଗେଟ କଲେ । ଗତ ୬ ମାସ ତଳେ ସେ କୋଦଳା ବସଷ୍ଟାଣ୍ଡଠାରେ ନିରୁପମା ସାହୁ ନାମ୍ନୀ ବୟସ୍କା ମହିଳାଙ୍କୁ ଦେଖିଥିଲେ । ସେ ବହୁତ ସୁନାଗହଣା ପିନ୍ଧି ଥିବା ଦେଖି ତାଙ୍କୁ ଟାର୍ଗେଟ କଲେ। ଏଥିନିମନ୍ତେ ଜାଲ ବିଛାଇ ପ୍ରଥମେ ତାଙ୍କ ସହ ବନ୍ଧୁତା କଲେ। କୌଶଳ କ୍ରମେ ତାଙ୍କ ଫୋନ ନମ୍ବର ଆଣି ପ୍ରତ୍ୟେକ ଦିନ ଫୋନ ମାଧ୍ୟମରେ ଯୋଗାଯୋଗ କଲେ। ପରେ ନିରୁପମା ସମ୍ପୃକ୍ତ ଅଭିଯୁକ୍ତା ମହିଳାଙ୍କୁ ନିଜ ଧରମ ଝିଅ କଲେ।
ଧିରେ ଧିରେ ସମ୍ପର୍କ ବଢ଼ିବା ପରେ ଅଭିଯୁକ୍ତାଜଣକ ଗତ ମାର୍ଚ୍ଚ ମାସରେ ନିରୂପମାଙ୍କ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗାଁସ୍ଥିତ ଘରକୁ ଯାଇଥିଲେ । ଏହା ପରେ ଗତ ଅକ୍ଟୋବର ୨ ତାରିଖରେ ନିରୁପମାଙ୍କ ଘରେ ପହଞ୍ଚି ଗୋଟିଏ ଦିନ ପାଇଁ ରହିଲେ । ସେହି ସମୟ ଭିତରେ ନିରୁପମା ତାଙ୍କ ପୁଅ ବିବାହ ପାଇଁ ସୁନା ଅଳଙ୍କାର ରଖିଥିବା ଜାଣିବାକୁ ପାଇଲେ । ଏହାପରେ ଅକ୍ଟୋବର ୪ ତାରିଖରେ ନିରୁପମା ଏବଂ ତାଙ୍କ ପୁଅ ବଜାରକୁ ମାଛ ଆଣିବା ପାଇଁ ଚାଲି ଯାଇଥିଲେ । ଏହାର ସୁଯୋଗ ନେଇ ରୀନା ସମସ୍ତ ସୁନା ଅଳଙ୍କାରଗୁଡିକୁ ଚୋରି କରି ଫେରାର ହୋଇଯାଇଥିଲେ । ଚୋରି କରିଥିବା ସୁନାଗହଣାକୁ ସେ ବେଗୁନିଆପଡାର ଶିବ ଶଙ୍କର ସୁନା ଦୋକାନରେ ବିକ୍ରି କରିଦେଇଥିଲେ।
ଏନେଇ ଅକ୍ଟୋବର ୧୬ରେ ନିରୁପମା ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ସଂପୃକ୍ତ ମହିଳାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହାସହ ସେ ସୁନା ବିକିଥିବା ଦୋକାନୀଙ୍କୁ ମଧ୍ୟ ପୋଲିସ ଧରିକି ଆଣିଛି ।
The post ଧରମ ମା’ ଡାକି ଘରେ ପଶିଲା, ଶେଷରେ କଳାକନା ବୁଲାଇ ଦେଲା appeared first on Odisha Reporter.
from Odisha Reporter https://ift.tt/3HXUacQ
No comments:
Post a Comment