ବେଙ୍ଗାଲୁରୁ: ହୃଦଘାତର ଶିକାର ହୋଇ କନ୍ନଡ ସିନେମାର ପାୱାର-ଷ୍ଟାର ପୁନିତ ରାଜକୁମାରଙ୍କ ଅକାଳ ବିୟୋଗକୁ ସପ୍ତାହରେ ଊର୍ଦ୍ଧ୍ୱ ସମୟ ବିତି ସାରିଥିଲେ ବି ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ଅଗଣିତ ଫ୍ୟାନ୍ସ । ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଅକାଳେ ପୁନିତ ଆଖି ବୁଜିଲେ ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିନିମନ୍ତେ ସେମାନେ ତାଙ୍କ ଫ୍ୟାମିଲି ଡାକ୍ତର ରମନ ରାଓଙ୍କୁ ଦାୟୀ କରିଛନ୍ତି। ଏପରିକି ପୁନିତଙ୍କ ଫ୍ୟାନ୍ସ ଡାକ୍ତର ରମନ ରାଓଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସୋଶାଲ ବିଭିନ୍ନ ପ୍ରକାର ଆକ୍ଷେପମୂଳକ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି । ତେଣୁ ତାଙ୍କ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି କର୍ଣ୍ଣାଟକର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ସଂଘ (PHANA) ।
ଅକ୍ଟୋବର ୨୯ ତାରିଖରେ ପୁନିତ ହୃଦଘାତର ଶିକାର ହୋଇଥିବା ଦିନ ରାମନା ରାଓଙ୍କୁ ତାଙ୍କ କ୍ଲିନିକରେ ଭେଟିଥିଲେ। ହୁଏତ ସେତେବେଳେ ଉପଯୁକ୍ତ ଚିକିତ୍ସା ମିଳିଥିଲେ ପୁନିତ ଆଜି ଜୀବିତ ଥାନ୍ତେ। ତେଣୁ ତାଙ୍କ ମୃତ୍ୟୁ ପାଇଁ ଡାକ୍ତର ରମନ ରାଓଙ୍କୁ ହିଁ ଦାୟୀ କରିଛନ୍ତି ପୁନିତଙ୍କ ଫ୍ୟାନ୍ସ ।
ପୁନିତଙ୍କ ମୃତ୍ୟୁ ପରଠୁ ବିଭିନ୍ନ ସମାଲୋଚନାର ଶିକାର ହେଉଥିବା ଡାକ୍ତର ରମନ ରାଓଙ୍କ ସହ ଏବେ ଛିଡ଼ା ହୋଇଛି କର୍ଣ୍ଣାଟକର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ସଂଘ (PHANA) । ପୁନିତଙ୍କ ମୃତ୍ୟୁ ପାଇଁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଦାୟୀ କରିବା ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛି (PHANA) । ପୁନିତଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ଏଥିନିମନ୍ତେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଦାୟୀ କରିବା ସମ୍ପୂର୍ଣ୍ଣ ନିନ୍ଦନୀୟ ଘଟଣା।
ଏହି ଘଟଣାକୁ ନେଇ ଯେଉଁପରି ଭାବେ ଡାକ୍ତରଙ୍କୁ ଆକ୍ଷେପ କରି ସୋଶାଲ ମିଡିଆରେ ପୋଷ୍ଟ କରାଯାଉଛି, ତାହା ସେମାନଙ୍କୁ ମାନସିକ ଭାବେ ବିଚଳିତ କରିଦେଉଛି। ତେଣୁ ଏହି ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ (PHANA) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
(PHANA) ଅଧ୍ୟକ୍ଷ ପ୍ରସନ୍ନ ଏଚ.ଏମ୍ କହିଛନ୍ତି, ରମନ ରାଓଙ୍କ ଶତଚେଷ୍ଟା ସତ୍ତ୍ୱେ ଆଖି ବୁଜିଥିଲେ ପୁନିତ। ମେଡିକାଲ ପ୍ରଫେସନର ମଧ୍ୟ କିଛି ସୀମା ଥିବା ବେଳେ ସବୁବେଳେ ରୋଗୀର ଜୀବନ ବଞ୍ଚାଇବା ସମ୍ଭବପର ହୋଇପାରେ ନାହିଁ। ଏପରି ହେଲେ ଦୁନିଆରେ କୌଣସି ଲୋକ ମରନ୍ତେ ନାହିଁ।
ଏଥିସହ ସେ କହିଛନ୍ତି, ପୁନିତଙ୍କ ସେବାରେ ନିୟୋଜିତ ଥିବା ମେଡିକାଲ କର୍ମଚାରୀ ତାଙ୍କ ଜୀବନ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ । ହେଲେ ଏବେ ସେମାନଙ୍କୁ ବିଭିନ୍ନ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟ ଯୋଗୁ ସମାଜରେ ଏକ ପ୍ରକାର ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ମେଡିକାଲ ପ୍ରଫେସନ୍ର ଜଟିଳତା ସମ୍ପର୍କରେ କୌଣସି ଜ୍ଞାନ ନ ଥିବା ବେଳେ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କୁ ଆକ୍ଷେପ କରି କହିବା, ସେମାନଙ୍କ ସମ୍ମାନ ହାନୀ ପରି ମନ୍ତବ୍ୟ ଦେବା କରିବା ଅତ୍ୟନ୍ତ କଷ୍ଟଦାୟକ । ତେଣୁ ଏହି କ୍ଷେତ୍ରରେ ମେଡିକାଲ କର୍ମଚାରୀଙ୍କୁ ମାନସିକ ଭାବେ ସପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏକ ପବ୍ଲିକ ଷ୍ଟେଟମେଣ୍ଟ ରିଲିଜ କରିବା ଆବଶ୍ୟକ । ଏଥିସହ ଡାକ୍ତର ରମନ ରାଓ ଓ ପୁନିତଙ୍କ ଶେଷ ସମୟରେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ।
The post ପୁନିତଙ୍କ ଡାକ୍ତରଙ୍କ ପାଇଁ ସୁରକ୍ଷା ଲୋଡ଼ିଲା ମେଡିକାଲ ସଂଘ, କହିଲା … appeared first on Odisha Reporter.
from Odisha Reporter https://ift.tt/3wmjunp
No comments:
Post a Comment