ପହଞ୍ଚିଲାନି ଖାଦ୍ୟ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 6, 2021

ପହଞ୍ଚିଲାନି ଖାଦ୍ୟ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଭିନେତା

କୋଲକାତା: ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ ଜଣାଶୁଣା ବଙ୍ଗାଳି ଅଭିନେତା ପ୍ରସନ୍ନଜିତ୍ ଚାଟାର୍ଜୀ। କିନ୍ତୁ ଖାଦ୍ୟ ତାଙ୍କ ପାଖରେ ପହଞ୍ଚିଲା ନାହିଁ। ଆଉ ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ସୋଶାଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଓ ଏଭଳି ସମସ୍ୟାର ସମାଧାନ କରାଯିବା ଉଚିତ୍ ବୋଲି କହିଛନ୍ତି।

ପ୍ରସନ୍ନଜିତ ଲେଖିଛନ୍ତି ଯେ ସେ ନଭେମ୍ବର ୩ ତାରିଖରେ ସ୍ୱିଗିରେ ଖାଦ୍ୟ ଅର୍ଡର କରିଥିଲେ। କିଛି ସମୟରେ ଖାଦ୍ୟ ଡେଲିଭର କରି ଦିଆଯାଇଥିବା ସୂଚନା ଆସିଥିଲା। କିନ୍ତୁ ତାଙ୍କ ପାଖରେ ଖାଦ୍ୟ ପହଞ୍ଚି ନଥିଲା। ଏନେଇ ସେ ସ୍ୱିଗିରେ ଅଭିଯୋଗ କରିଥିଲେ। ଏହା ପରେ ସ୍ୱିଗି ପ୍ରିପେଡ୍‌ ଯୋଗେ ପାଇଥିବା ଅର୍ଥ ତାଙ୍କୁ ଫେରାଇ ଦେଇଥିଲା। ତାଙ୍କ ଭଳି ଅନ୍ୟମାନେ ବି ଏଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ସେ ଏହି ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଚାହିଁଛନ୍ତି ବୋଲି ପ୍ରସନ୍ନଜିତ ଲେଖିଛନ୍ତି।

ସେ ଲେଖିଛନ୍ତି, ଯଦି ଏଭଳି ଫୁଡ୍‌ ଆପ୍‌ଗୁଡ଼ିକ ଉପରେ ବିଶ୍ୱାସ କରି ଜଣେ ବ୍ୟକ୍ତି ତାଙ୍କ ଅତିଥିଙ୍କ ପାଇଁ ଖାଦ୍ୟ ଅର୍ଡର କରିଥିବେ ଓ ଖାଦ୍ୟ ଆସିବ ନାହିଁ, ତା’ହେଲେ ସେ କ’ଣ କରିବେ? ଜଣେ ଯଦି ରାତ୍ରି ଭୋଜନ ପାଇଁ ଏଭଳି ଫୁଡ୍ ଆପ୍‌ ଗୁଡ଼ିକ ପରେ ନିର୍ଭର କରିବେ, ତା’ହେଲେ କ’ଣ ହେବ? ସେ କ’ଣ ଭୋକିଲା ରହିବେ? ଏଭଳି ଅନେକ ସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ମୁଁ ଏକଥା ଜଣାଇବା ନିହାତି ଆବଶ୍ୟକ ବୋଲି ଭାବିଲି।

ପ୍ରସନ୍ନଜିତ ଏହି ଲେଖାକୁ ସୋଶାଲ୍ ମିଡିଆରେ ପୋଷ୍ଟ କରିବା ସହିତ ପ୍ରଧାନମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି। ତାଙ୍କର ଏହି ପୋଷ୍ଟ ପଢ଼ି ଅନେକ ତାଙ୍କୁ ସମର୍ଥନ କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବା ଦରକାର ବୋଲି ସେମାନେ ମତ ଦେଇଛନ୍ତି। ସେହିପରି ଆଉ କେତେକ ଏନେଇ ପ୍ରସନ୍ନଜିତଙ୍କୁ ଥଟ୍ଟା କରିଛନ୍ତି। ଜଣେ ଥଟ୍ଟା କରି ଲେଖିଛନ୍ତି, ଏହା କେବଳ ଜାତୀୟ ସମସ୍ୟା ନୁହେଁ। ଏହା ଏକ ଅନ୍ତର୍ଜାତୀୟ ସମସ୍ୟା ମଧ୍ୟ। ତେଣୁ କେବଳ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଜାତିସଂଘକୁ ବି ଏଥିରେ ଟ୍ୟାଗ୍ କରିବାର ଆବଶ୍ୟକତା ରହିଥିଲା।

The post ପହଞ୍ଚିଲାନି ଖାଦ୍ୟ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଭିନେତା appeared first on Odisha Reporter.



from Odisha Reporter https://ift.tt/3wkp3CM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages