୨୬/୧୧ ଆକ୍ରମଣକୁ ୧୩ ବର୍ଷ, ତଥାପି ସୁଧୁରୁନି ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

୨୬/୧୧ ଆକ୍ରମଣକୁ ୧୩ ବର୍ଷ, ତଥାପି ସୁଧୁରୁନି ପାକିସ୍ତାନ

ନୂଆଦିଲ୍ଲୀ: ମୁମ୍ବାଇରେ ଏକକାଳୀନ ବିଭିନ୍ନ ସ୍ଥାନରେ ଘଟିଥିବା ସିରିଜ୍ ବିସ୍ଫୋରଣକୁ ଆଜି ପୂରିଛି ୧୩ ବର୍ଷ। ଆଜକୁ ଠିକ୍ ୧୩ ବର୍ଷ ତଳେ ଅର୍ଥାତ୍ ଆଜି ଦିନରେ ଆତଙ୍କବାଦୀମାନେ ସୀମା ଅତିକ୍ରମ କରି ମାୟାନଗରୀକୁ ଦୋହଲାଇ ଦେଇଥିଲେ। ସେହି ଛାତିଥରା ଘଟଣା ଆଜି ଦେଶର ପ୍ରତିଟି ଲୋକଙ୍କ ମନରେ ତାଜା ରହିଛି। ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ୧୦ ଆତଙ୍କୀ ମୁମ୍ବାଇର ଛାତିରେ ଛିଡ଼ା ହୋଇ ପାଖାପାଖି ୪ ଦିନ ଧରି ୧୨ଟି ଭୟଙ୍କର ହମଲା କରିଥିଲେ। ମୁମ୍ବାଇର ତାଜମହଲ ହୋଟେଲ ପ୍ୟାଲେସ୍, ନରୀମନ୍ ହାଉସ୍, ମେଟ୍ରୋ ସିନେମା ଓ ଛତ୍ରପତି ଶିବାଜୀ ଟର୍ମିନସ ସମେତ ଅନ୍ୟ ସ୍ଥାନରେ ହୋଇଥିବା ଏହି ଆକ୍ରମଣରେ ୧୫ ଦେଶର ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ।

୨୦୦୮ର ମୁମ୍ବାଇ ହମଲାକୁ ୨୬/୧୧ ବିସ୍ଫୋରଣ କୁହାଯାଏ ଏବଂ ସମଗ୍ର ବିଶ୍ୱରେ ଏହି ଆକ୍ରମଣକୁ ନିନ୍ଦା କରାଯାଇଥିଲା। ଏହି ଆକ୍ରମଣ ପୂର୍ବରୁ ପାକିସ୍ତାନ ସହ ଭାରତର ତିକ୍ତତା ସମ୍ପର୍କ ରହିଥିଲା। ହେଲେ ୨୬/୧୧ ଘଟଣା ପରେ ଭାରତ ସରକାର ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର୍ କରିଥିଲେ।

ଏହି ବିସ୍ଫୋରଣରେ ଏକମାତ୍ର ଆତଙ୍କୀ ଭାବେ କସାବକୁ ଗିରଫ କରାଯାଇଥିଲା। ସେ ଆତଙ୍କୀ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଥିଲା। କସାବ କହିଥିଲା ଯେ ପାକିସ୍ତାନରେ ଥିବା ଲସ୍କର ଓ ଅନ୍ୟ ମଡ୍ୟୁଲ୍ ଏହି ଆକ୍ରମଣର ଯୋଜନା, ସଂଯୋଜନା ଓ ଅପରେସନ୍ ପ୍ରସ୍ତୁତ ହୋଇଥିଲା। ଦେଶର ଗୁଇନ୍ଦା ସଂସ୍ଥାକୁ ଦିଆଯାଇଥିବା ସାକ୍ଷ୍ୟରେ କସାବ କହିଥିଲା ଯେ ସମସ୍ତ ଆକ୍ରମଣକାରୀ ପାକିସ୍ତାନରୁ ଆସିଥିଲେ ଏବଂ ସେମାନଙ୍କୁ ସୀମା ବାହାରେ ଥିବା ଲୋକେ ନିୟନ୍ତ୍ରଣ କରୁଥିଲେ।

ଆକ୍ରମଣର ପାଖାପାଖି ୧୦ ବର୍ଷ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ଚାଞ୍ଚଲ୍ୟକର ଖୁଲାସା କରି କହିଥିଲେ ଯେ ୨୦୦୮ ମୁମ୍ବାଇ ହମଲାରେ ଇସଲାମାବାଦ ପ୍ରମୁଖ ଭୂମିକା ବହନ କରିଥିଲା। ଏଥିରେ ଥିବା ପ୍ରମାଣ ମଧ୍ୟ ଦର୍ଶାଇଛି ଯେ ୨୬/୧୧ ଆକ୍ରମଣ ପଛରେ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦୀଙ୍କ ହାତ ଥିଲା। ତିନି ଆତଙ୍କବାଦୀ ଅଜମଲ କସାବ, ଡେଭିଡ୍ ହେଡଲି ଏବଂ ଜବିଉଦ୍ଦିନ ଅନସାରୀ ସହ ପଚରାଉଚରା ବେଳେ ଏହା ପ୍ରମାଣିତ ହୋଇଛି।

ଭାରତ ସରକାର ସବୁ ପ୍ରମାଣକୁ ପୂର୍ଣ୍ଣ ସ୍ୱୀକୃତି ସହ ସାର୍ବଜନୀନ କରିବା ସତ୍ତ୍ୱେ ପାକିସ୍ତାନ ୨୬/୧୧ର ପୀଡ଼ିତଙ୍କୁ ନ୍ୟାୟ ଦେବାରେ ସଚ୍ଚୋଟତା ଦେଖାଇନାହିଁ। ନଭେମ୍ବର ୭ ତାରିଖରେ ପାକିସ୍ତାନୀ କୋର୍ଟ ୬ ଆତଙ୍କବାଦୀଙ୍କୁ ଜାମିନ୍ କରିଥିଲା। ଏମାନଙ୍କ ମଧ୍ୟରେ ହଫିଜ୍ ସଇଦର ନିର୍ଦ୍ଦେଶରେ ଘଟାଇଥିବା ଆତଙ୍କୀ ମଧ୍ୟ ସାମିଲ ଥିଲେ। ଲସ୍କର-ଏ-ତୋଏବା କମାଣ୍ଡର ଓ ୨୦୦୮ ମୁମ୍ବାଇ ହମଲାର ମାଷ୍ଟରମାଇଣ୍ଡ ଜାକି-ଉର୍-ରେହମାନ୍ ଲଖବୀକୁ ଗିରଫ କରାଯାଇଥିଲା, ହେଲେ ତାକୁ ୨୦୧୫ରେ ଜାମିନ୍ ମିଳିଯାଇଥିଲା।

ଚଳିତ ବର୍ଷ ଜାନୁଆରୀରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ଲଖବୀକୁ ପାକିସ୍ତାନ ପୁଣିଥରେ ଗିରଫ କରିଥିଲା। ତଦନ୍ତରୁ ବଞ୍ଚିବା ପାଇଁ ଏବଂ ସେମାନଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଏଡ଼ାଇବା ପାଇଁ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ବାରମ୍ବାର ନିଜ ନାମ ବଦଳାଉଛନ୍ତି। ବାସ୍ତବରେ ମିଳିତ ଜାତିସଂଘର ଆତଙ୍କବାଦ ବିରୋଧୀ ସଂଗଠନ ଏମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି।

ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ୍ ମାସରେ ନ୍ୟୁୟର୍କ ସ୍ଥିତ ଆଟିଫିସିଆଲ୍ ଇଣ୍ଟେଲିଜେନ୍ସ ଷ୍ଟାର୍ଟ-ଅପ୍ ଖୁଲାସା କରିଥିଲା ଯେ ପାକିସ୍ତାନ ୪୦୦୦ ଆତଙ୍କବାଦୀଙ୍କ ନାମକୁ ତା’ର ଆତଙ୍କବାଦୀଙ୍କ ତାଲିକାରୁ ହଟାଇ ଦେଇଛି। ହଟାଯାଇଥିବା ନାମଗୁଡ଼ିକ ମଧ୍ୟରେ ଲସ୍କର ନେତା ଏବଂ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକିର ଉର ରେହମାନ ଲଖବୀ ଓ ଆଉ କିଛି ସାମିଲ୍ ଅଛନ୍ତି। କେବଳ ୨୬/୧୧ ନୁହେଁ, ପାକିସ୍ତାନ ଦ୍ୱାରା ପ୍ରଣିତ ଆତଙ୍କୀ ଅନେକ ସମୟରେ ଭାରତ ଉପରକୁ ଆକ୍ରମଣ କରିଛନ୍ତି। ହେଲେ ଭାରତ ମଧ୍ୟ ଏହାର କଡ଼ା ଜବାବ ଦେବାକୁ ପଛାଇ ନାହିଁ।

The post ୨୬/୧୧ ଆକ୍ରମଣକୁ ୧୩ ବର୍ଷ, ତଥାପି ସୁଧୁରୁନି ପାକିସ୍ତାନ appeared first on Odisha Reporter.



from Odisha Reporter https://ift.tt/2ZngLxN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages