ନବାବଙ୍କ ଉପରେ ୧.୨୫ କୋଟିର ମାନହାନୀ ମକଦ୍ଦମା କଲେ ସମୀରଙ୍କ ପିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 6, 2021

ନବାବଙ୍କ ଉପରେ ୧.୨୫ କୋଟିର ମାନହାନୀ ମକଦ୍ଦମା କଲେ ସମୀରଙ୍କ ପିତା

ମୁମ୍ବାଇ:ନବାବ ମଲିକ ଓ ସମୀର ୱାଙ୍ଖଡେଙ୍କ କଳି ଥମିବା ନାଁ ଧରୁନି। ପ୍ରତିଦିନ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନବାବ ମଲିକ ବମ୍ବେ ଏନସିବି ଜୋନାଲ ହେଡ ସମୀର ୱାଙ୍ଖଡେ ଓ ତାଙ୍କ ପରିବାରକୁ ବଦନାମ କରିବା ପରି ଆପତ୍ତିଜନକ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି। ଏଥିଯୋଗୁ ସମୀର ଓ ତାଙ୍କ ପରିବାରର ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସୁଛି। ଏଥିରେ ଅତିଷ୍ଠ ହୋଇ ସମୀରଙ୍କ ପିତା ଧ୍ୟାନେଦେବ ୱାଙ୍ଖଡେ ଏବେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏପରିକି ନବାବଙ୍କ ମନ୍ତବ୍ୟ ସମାଜରେ ତାଙ୍କ ସମ୍ମାନ, ପ୍ରତିଷ୍ଠା ଉପରେ ଗଭୀର ଆଞ୍ଚ ଆଣୁଥିବା ବେଳେ ଏନେଇ ସେ ୧.୨୫ କୋଟିର ମାନହାନୀ ମକଦ୍ଦମା ଫାଇଲ୍‌ କରିଛନ୍ତି।

ସମୀର ୱାଙ୍ଖଡେ ଏବେ ମୁମ୍ବାଇ ଏନସିବିର ଜୋନାଲ ହେଡ ଥିବା ବେଳେ ସେ ଆର୍ଯ୍ୟନ ଖାନ, ନବାବ ମଲିକଙ୍କ ଜ୍ୱାଇଁ ସମୀର ଖାନ ଓ ବଲିଉଡର ବହୁ ସେଲିବ୍ରିଟିଙ୍କ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିଲେ। ଏହି ମାମଲାକୁ ନେଇ ବିବାଦ ଦେଖାଦେବାରୁ ତାଙ୍କ ନିକଟରୁ ଆର୍ଯ୍ୟନ ଖାନ ସମେତ ୬ଟି କେସ୍‌ ପ୍ରତ୍ୟାହାର କରି ନିଆଯାଇଛି।

ଏନେଇ ଧ୍ୟାନଦେବଙ୍କ ଓକିଲ ଅର୍ଶଦ ଶେଖ କହିଛନ୍ତି, ନବାବ ମଲିକ ୱାଙ୍ଖଡେଙ୍କ ପରିବାରକୁ ଫ୍ରଡ କହୁଛନ୍ତି। ଏପରିକି ସେ ହିନ୍ଦୁ ନୁହେଁ କହି ତାଙ୍କ ଧର୍ମ ଉପରେ ପ୍ରଶ୍ନ ଉଠାଉଛନ୍ତି। ସବୁଦିନ ନବାବ ମଲିକ ୱାଙ୍ଖଡେଙ୍କ ପରିବାରକୁ ବେଜ୍ଜିତ କରୁଥିବା ବେଳେ ଏଥିଯୋଗୁ କ୍ରିମିନାଲ ଓକିଲ ଥିବା ଧ୍ୟାନଦେବଙ୍କ ଝିଅଙ୍କ କ୍ୟାରିଅର ପୂରା ବର୍ବାଦ ହୋଇଗଲାଣି।

ମାନହାନୀ ମକଦ୍ଦମା ନେଇ ଓକିଲ ଅର୍ଶଦ ଶେଖ କହିଛନ୍ତି, ନବାବ ମଲିକ ପ୍ରତିଦିନ ୱାଙ୍ଖଡେଙ୍କ ପରିବାର ବିରୋଧରେ ନାନା ଘୃଣ୍ୟ ମନ୍ତବ୍ୟ ଦେଉଛନ୍ତି।  ଏଥିଯୋଗୁ ସମାଜରେ ତାଙ୍କ ମାନ,  ସମ୍ମାନ, ପ୍ରତିଷ୍ଠାରେ ଆଞ୍ଚ ଆସୁଛି।

ଏପରିକି ସୋଶାଲ ମିଡିଆ ଓ ବିଭିନ୍ନ  ବୈଦୁତିକ ଗଣମାଧ୍ୟମରେ ମହଜୁଦ ଥିବା  ନବାବ ମଲିକଙ୍କ ବୟାନ ଓ ଇଣ୍ଟରଭିୟୁ ହଟାଇବାକୁ ସେ ଦାବି କରିଛନ୍ତି ।

ଧ୍ୟାନଦେବ କରିଥିବା ଅଭିଯୋଗ ଅନୁଯାୟୀ, ନବାବ ମଲିକଙ୍କ  ଜ୍ୱାଇଁଙ୍କ ଗିରଫଦାରୀ ପରେ ସମୀର  ୱାଙ୍ଖଡେଙ୍କ ଉପରେ ତାଙ୍କ ଆରୋପ ଆରମ୍ଭ ହେବାକୁ ଲାଗିଲା। ସମୀର ଖାନଙ୍କୁ ଗତ ସେପ୍ଟେମ୍ବରରେ ବେଲ୍‌ ମିଳିସାରିଥିଲେ ବି ନବାବ ମଲିକ ପ୍ରତିଦିନ ପ୍ରେସ କନଫରେନ୍ସ କରି ସମୀର  ୱାଙ୍ଖଡେଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଧ୍ୟାନଦେବ ନବାବ ମଲିକଙ୍କ ଉପରେ ୧.୨୫ କୋଟିର ମାନହାନୀ ମକଦ୍ଦମା କରିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ସୋମବାର  ହେବ।

ଧ୍ୟାନଦେବଙ୍କ ପୂର୍ବରୁ ଭାଜପା ନେତା ମୋହିତ କଂବାଜି ମଧ୍ୟ ନବାବ ମଲିକଙ୍କ ନାଁରେ ଥାନାରେ ଅଭିଯୋଗ କରିବା ସହ  ବମ୍ବେ ହାଇକୋର୍ଟରେ ତାଙ୍କ ଉପରେ ୧୦୦ କୋଟିର ମାନହାନୀ ମକଦ୍ଦମା କେସ୍‌ ଫାଇଲ କରିଛନ୍ତି। ନବାବ ମଲିକ ଲଗାତର ଭାବେ ଭାଜପା ନେତା ମୋହିତ କଂବାଜି ଓ ତାଙ୍କ ପରିବାରକୁ ଟାର୍ଗେଟ କରୁଥିବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି।

The post ନବାବଙ୍କ ଉପରେ ୧.୨୫ କୋଟିର ମାନହାନୀ ମକଦ୍ଦମା କଲେ ସମୀରଙ୍କ ପିତା appeared first on Odisha Reporter.



from Odisha Reporter https://ift.tt/3CT4b89

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages