ଲଖିମପୁର ଖେରି ହିଂସା: ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

ଲଖିମପୁର ଖେରି ହିଂସା: ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲର ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ସୁପ୍ରିମକୋର୍ଟ। ଏଥିସହ ଉତ୍ତରପ୍ରଦେଶର ଦାଖଲ କରିଥିବା ନୂଆ ଷ୍ଟାଟର୍ସ ରିପୋର୍ଟକୁ ନେଇ ସର୍ବୋଚ୍ଚ ଅଦାଲତ ଖପ୍ପା ହୋଇଛନ୍ତି। ପୁଲିସ୍‌ ଠିକ ଭାବେ ତଦନ୍ତ କରୁ ନଥିବାରୁ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାମଲର ଏସ୍‌ଆଇଟି ଯାଞ୍ଚ ସପକ୍ଷରେ ପ୍ରସ୍ତାବ ଦେଇଛନ୍ତି।

ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ ଗୋଟିଏ ମହିନ୍ଦ୍ରା ଥର ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ପ୍ରାଣ ହରାଇଥିବା ବେଳେ ଘଟଣା ପରବର୍ତ୍ତୀ ହିଂସାରେ ଆଉ ୪ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ଦେଖିବାକୁ ମିଳିଥିଲା।

ଏସବୁ ଭିତରେ ଆଜି ଉକ୍ତ ଘଟଣାର ଶୁଣାଣି ଆଜି ପୁଣିଥରେ ସୁପ୍ରିମକୋର୍ଟ କରିଛନ୍ତି। ଶୁଣାଣି ବେଳେ ଉତ୍ତରପ୍ରଦେଶ ପୁଲିସ ଉପରେ ବର୍ଷିଛନ୍ତି କୋର୍ଟ। ସିଜେଆଇ ଜଷ୍ଟିସ ଏନ୍‌ଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଏହି ସମୟରେ ୟୁପି ପୁଲିସର ଷ୍ଟାଟସ ରିପୋର୍ଟକୁ ନେଇ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସର ଷ୍ଟାଟସ ରିପୋର୍ଟରେ କୌଣସି ଯୁକ୍ତିଯୁକ୍ତ ବିଷୟବସ୍ତୁ ନଥିବାରୁ କୋର୍ଟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଖଣ୍ଡପୀଠ କହିଛନ୍ତି, “ଏଥିରେ କିଛି ନୂଆ ନାହିଁ। ଆମେ ଯାହା ଆଶା କରିଥିଲୁ ସେଭଳି କିଛି ତଥ୍ୟ ଏଥିରେ ନାହିଁ। ଏସ୍‌ଆଇଟି ଦ୍ୱାରା ସାକ୍ଷୀମାନଙ୍କ ଯେଉଁ ବୟାନ ରେକର୍ଡ କରାଯାଇଛି, ତାହା ଆତ୍ମବିଶ୍ୱାସୀ ନୁହେଁ।” ତେଣୁ ଏହି ମାମଲାର ତଦନ୍ତ ପାଇଁ ପୂର୍ବତନ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଜଜ୍‌ ଜଷ୍ଟିସ ରଣଜିତ ସିଂହଙ୍କୁ ନିଯୁକ୍ତ କରିବା ସପକ୍ଷରେ ସୁପ୍ରିମକୋର୍ଟ କହିବା ସହ ୟୁପି ସରକାରଙ୍କ ମତାମତ ଲୋଡିଛନ୍ତି।

ଏହି ଘଟଣାର ସିବିଆଇ ଯାଞ୍ଚକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଖଣ୍ଡପୀଠ କହିଛନ୍ତି ଯେ ସିବିଆଇ ସବୁ ଜିନିଷର ସମାଧାନ ନୁହେଁ। ଆମେ ଚାହୁଁଛୁ ଯେ ଜଣେ ହାଇକୋର୍ଟ ଜଜ୍ ଯାଞ୍ଚ ଓ ଚାର୍ଜଶିଟ୍ ଦାଖଲ ଉପରେ ନଜର ରଖନ୍ତୁ। ଆମେ ସଂଗୃହୀତ ପ୍ରମାଣକୁ ସୁରକ୍ଷା ଦେବାକୁ ଚାହୁଁଛୁ।

ଏହି ମାମଲାରେ ମୋଟ ୧୬ଜଣ ଅଭିଯୁକ୍ତ ଥିଲେ। କିନ୍ତୁ କେବଳ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ହିଁ ମୋବାଇଲ୍‌ ଫୋନ୍‌ କାହିଁକି ଜବତ କରାଗଲା? ସମସ୍ତ ଅଭିଯୁକ୍ତଙ୍କ କାହିଁକି ମୋବାଇଲ ଫୋନ୍‌ ଜବତ କରାଗଲା ନାହିଁ? ଆମେ ୧୦ ଦିନ ସମୟ ଦେଇଥିଲୁ। ଲ୍ୟାବ୍‌ର ରିପୋର୍ଟ ମଧ୍ୟ ଆସିଲା ନାହିଁ କାହିଁକି ବୋଲି କୋର୍ଟ ୟୁପି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି।

ଉଭୟ କୃଷକଙ୍କ ବିରୋଧ ବେଳେ ଗାଡି ଚଢ଼ାଇଦେବା ଓ ଅଭିଯୁକ୍ତଙ୍କୁ ପିଟିପିଟି ମାରିଦେବା ଘଟଣାର ଭିନ୍ନ ଭିନ୍ନ ଯାଂଚ ହେବା ଆବଶ୍ୟକ ବୋଲି ସିଜେଆଇ ଜଷ୍ଟିସ ରମନ୍ନା କହିଛନ୍ତି। ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି। ଅକ୍ଟୋବର ୩ ତାରିଖରେ ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲ୍ଲାରେ ଏକ ଏସୟୁଭି ଗାଡ଼ି ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ହିଂସାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

The post ଲଖିମପୁର ଖେରି ହିଂସା: ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3kgnLDM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages