ନୂଆଦିଲ୍ଲୀ: ଜଣେ ସିଆରପିଏଫ ଯବାନଙ୍କ ଗୁଳିମାଡ଼ରେ ଆଉ ୪ ଜଣ ଯବାନଙ୍କର ମୃତ୍ୟୁ ଘଟିଛି। ସେହିପରି ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଛତିଶଗଡ଼ର ସୁକମା ଜିଲ୍ଲାର ମରାଇଗୁଡା ଥାନା ଅନ୍ତର୍ଗତ ଲିଙ୍ଗନପଲ୍ଲୀ ଠାରେ ରହିଥିବା ୫୦ ସିଆରପିଏଫ ବାଟାଲିୟନରେ।
ଯେଉଁ ଯବାନ ଜଣଙ୍କୁ ଗୁଳି ଚଳାଇଥିଲେ ତାଙ୍କୁ ଅଟକ ରଖାଯାଇଛି। ତାଙ୍କ ନାଁ ରୀତିଶ ରଞ୍ଜନ।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିଲା। କ୍ୟାମ୍ପରେ କୌଣସି କଥାକୁ ନେଇ ଯବାନଙ୍କ ମଧ୍ୟରେ ବଚସା ହୋଇଥିଲେ। ଆଉ ରୀତିଶ ରଞ୍ଜନ ହଠାତ୍ ବନ୍ଧୁକ ଆଣି ଗୁଳି ଚଳାଇଥିଲେ। ଏଥିରେ ୭ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଭଦ୍ରାଚଳମ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚାରି ଜଣ ଯବାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ଜଣେ ସେଠାରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ଜଣଙ୍କୁ ରାୟପୁରକୁ ଏୟାର ଲିଫ୍ଟ କରାଯାଇଛି।
ପ୍ରାଣ ହରାଇଥିବା ଯବାନମାନେ ହେଲେ- କନଷ୍ଟେବଲ ରାଜମଣି କୁମାର ଯାଦବ, ରାଜୀବ ମଣ୍ଡଳ, ଧନଞ୍ଜୀ କୁମାର ଓ ଧର୍ମେନ୍ଦ୍ର କୁମାର।
ସିଆର୍ପିଏଫ୍ ପକ୍ଷରୁ କୁହାଯାଇଛି, କନଷ୍ଟେବଲ ରୀତିଶ ରଞ୍ଜନ କାହିଁକି ଗୁଳି ଚଳାଇଲେ, ତାହା ସ୍ପଷ୍ଟ ହୋଇପାରିନି। ତାଙ୍କୁ ପଚରାଉଚରା ଚାଲିଛି। ଏହି ଘଟଣା ପରେ ସିଆର୍ପିଏଫ୍ ପକ୍ଷରୁ କୋର୍ଟ ଅଫ୍ ଇନ୍କ୍ୱାରୀର ନିର୍ଦ୍ଦେଶ ଦିଆଯାଇଛି।
The post ସିଆରପିଏଫ କ୍ୟାମ୍ପରେ ଝଗଡ଼ା: ସହକର୍ମୀଙ୍କ ଗୁଳିରେ ୪ ଯବାନ ମୃତ, ୩ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3mRNNiw
No comments:
Post a Comment