ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟସମ୍ୟାନ ଭିଭିଏସ୍ ଲକ୍ଷ୍ମଣ ହେବେ ନ୍ୟାଶନାଲ କ୍ରିକେଟ ଏକାଡେମି(ଏନସିଏ)ର ମୁଖ୍ୟ। ରାହୁଲ ଡ୍ରାବିଡ୍ ଭାରତୀୟ ଜାତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ହେବା ପରେ ଏହି ପଦ ଖାଲି ପଡ଼ିଛି। ଲକ୍ଷ୍ମଣଙ୍କୁ ରାହୁଲଙ୍କ ସ୍ଥାନରେ ନିଯୁକ୍ତ କରିବାକୁ ବିସିସିଆଇ ଯୋଜନା କରିଛି। ଏନେଇ ବିସିସିଆଇ ପକ୍ଷରୁ ଲକ୍ଷ୍ମଣଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ମିଳିଥିବା ଖବର ଅନୁଯାୟୀ, ରାହୁଲ ଡ୍ରାବିଡ୍ଙ୍କ ପରେ ଜଣେ ଉପଯୁକ୍ତ ତଥା ଦାୟିତ୍ୱବାନ କ୍ରିକେଟରଙ୍କୁ ବିସିସିଆଇ ଏନସିଏର ମୁଖ୍ୟ କରିବାକୁ ଚାହୁଁଛି। ଏହି ଦାୟିତ୍ୱ ପାଇଁ ଲକ୍ଷ୍ମଣ ହିଁ ଉପଯୁକ୍ତ ବ୍ୟକ୍ତି। ତେଣୁ ବିସିସିଆଇ କର୍ତ୍ତୃପକ୍ଷ ନିୟମିତ ଭାବେ ତାଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି।
ପ୍ରଥମେ ଲକ୍ଷ୍ମଣ ଏହି ପଦ ଗ୍ରହଣ କରିବାକୁ ଅରାଜି ହୋଇଥିଲେ। କିନ୍ତୁ ଏକାଧିକ ରାଉଣ୍ଡ ଆଲୋଚନା ପରେ ସେ ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ଏଥିସହ ଏନସିଏ ମୁଖ୍ୟ ହେବାକୁ ରାଜି ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା ଖୁବଶୀଘ୍ର ହେବ।
ଲକ୍ଷ୍ମଣ ବେଙ୍ଗଲ କ୍ରିକେଟ ଟିମ୍ର ବ୍ୟାଟିଂ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ଆଇପିଏଲରେ ସନ ରାଇଜର୍ସ ହାଇଦ୍ରାବାଦର ମେଣ୍ଟୋର ଭାବେ ମଧ୍ୟ ସେ କାମ କରୁଛନ୍ତି। ଏବେ ସେ ଏନସିଏର ମୁଖ୍ୟ ହେବାକୁ ଯାଉଥିବାରୁ ପୂର୍ବରୁ ଗ୍ରହଣ କରିଥିବା ସମସ୍ତ ଦାୟିତ୍ୱ ତାଙ୍କୁ ଛାଡ଼ିବାକୁ ପଡ଼ିବ। ସେହିପରି ସେ ଅନ୍ତର୍ଜାତୀୟ ମ୍ୟାଚ୍ରେ ସମ୍ଭବତଃ କମେଣ୍ଟ୍ରୀ ମଧ୍ୟ ନ କରିପାରନ୍ତି।
୪୬ ବର୍ଷୀୟ ଲକ୍ଷ୍ମଣ ଭାରତ ପାଇଁ ୧୩୪ ମ୍ୟାଚରେ ୧୭ଟି ଶତକ ସହ ୮୭୮୧ ରନ୍ କରିଛନ୍ତି। ଭାରତର ଅତ୍ୟତମ ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ସେ ଅନ୍ୟତମ। ଲକ୍ଷ୍ମଣ ଏନସିଏର ମୁଖ୍ୟ ହେଲେ ଯୁବ ଖେଳାଳିମାନେ ତାଙ୍କ ଠାରୁ ଅନ୍ୟ କିଛି ଶିଖି ପାରିବେ। ଏଥିସହ ଭାରତ ପାଇଁ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ। ରାହୁଲ ଡ୍ରାବିଡ ଯେମିତି ଏନସିଏରେ ଯୁବ ଖେଳାଳିଙ୍କୁ ତାଲିମ ଦେଉଥିଲ, ଲକ୍ଷ୍ମଣ ଅନୁରୂପ କାର୍ଯ୍ୟ କରିବାକୁ ଫିଟ୍ ବୋଲି କୁହାଯାଉଛି।
The post ରାହୁଲ ଡ୍ରାବିଡ୍ଙ୍କ ସ୍ଥାନ ନେବେ ଭିଭିଏସ ଲକ୍ଷ୍ମଣ! appeared first on Odisha Reporter.
from Odisha Reporter https://ift.tt/3Fe6DGX
No comments:
Post a Comment