ମୁମ୍ବାଇ: ରାଗିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା। ଇନ୍ଷ୍ଟାଗ୍ରାମର ଏକ ଫଟୋକୁ ନେଇ ଭଡକି ଯାଇଛନ୍ତି ସୋନା। ରାଗିଯାଇ ଅଭିନେତ୍ରୀ ହୁମା କୁରେଶିଙ୍କୁ ଲିଗାଲ ନୋଟିସ୍ ପଠାଇବାକୁ ଧମକ ଦେଇଛନ୍ତି।
ସୋନାକ୍ଷୀ ସିହ୍ନା ସୋମବାର ଅଭିନେତ୍ରୀ ହୁମା କୁରେଶିଙ୍କୁ ‘ଆଇନଗତ ନୋଟିସ୍’ ପଠାଇବାକୁ ଧମକ ଦେଇଛନ୍ତି। ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଏହି ଧମକ ଦେଇଛନ୍ତି। ତେବେ ଏହି ଧମକ ସତରେ ନୁହେଁ ମଜାଦାର ଢ଼ଙ୍ଗରେ ଦେଇଛନ୍ତି ସୋନାକ୍ଷୀ।
ସେ ହୁମାଙ୍କ ଗୋଡ ଟାଣି ଚିଡାଇବାକୁ ଚେଷ୍ଟା କରିଛନ୍ତି। ସୋନାକ୍ଷୀ ତାଙ୍କ ଇନଷ୍ଟା ଷ୍ଟୋରିରେ ହୁମାଙ୍କ ହାଲୋୱିନ୍ ପୋଷ୍ଟ ଶେୟାର କରି ତାଙ୍କୁ ଥଟ୍ଟା କରିଛନ୍ତି। ହୁମାଙ୍କ ପୋଷ୍ଟକୁ ଶେୟାର କରି ସୋନାକ୍ଷୀ ଲେଖିଛନ୍ତି, ‘କେବଳ ନିଜ ପ୍ରଶଂସା ପାଇଁ ମୋର ଫଟୋ ପୋଷ୍ଟ କରିବା ବନ୍ଦ କର। ମୁଁ ଏକ ଲିଗାଲ ନୋଟିସ ପଠାଉଛି।’
ପ୍ରକୃତରେ ହୁମା ତାଙ୍କ ଇନ୍ଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ସେ ହାତରେ ଏକ ମାସ୍କ ଧରି ନିଜ ମୁହଁକୁ ଢ଼ାଙ୍କି ରଖିଥିବା ଦେଖିବାକୁ ମିଳିଛି। ସେହି ମାସ୍କରେ କେବଳ ହୁମାଙ୍କ ଆଖି ହିଁ ଦେଖାଯାଉଛି। ସେ କଳା ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି। ହୁମାଙ୍କ ଏହି ଫଟୋରେ ବି-ଟାଉନର ଅନେକ ସେଲେବ୍ରିଟି କମେଣ୍ଟ କରିଛନ୍ତି। ସେଥିରେ ସୋନାକ୍ଷୀ ସିହ୍ନା ମଧ୍ୟ ସାମିଲ ଅଛନ୍ତି।
ସୋନାକ୍ଷୀ ନିଜ କମେଣ୍ଟରେ ଲେଖିଛନ୍ତି, ‘ମୋର ବିନା ଅନୁମତିରେ ତୁମେ କିଭଳି ମୋ ଫଟୋକୁ ବ୍ୟବହାର କରିଛ? ଏଭଳି ଶେୟାର କରିଛ, ଯେପରି ଏହା ତୁମର ଅଟେ। ଏହା ସହିତ ସେ କ୍ୟାପସନରେ ହସୁଥିବା ଇମୋଜି ମଧ୍ୟ ବ୍ୟବହାର କରିଛନ୍ତି।’ ସୋନାକ୍ଷୀଙ୍କ ଏହି କମେଣ୍ଟ ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ, ହୁମାଙ୍କୁ ଶେଷଥର ପାଇଁ ଫିଲ୍ମ ‘ବେଲ ବଟମ୍’ରେ ଦେଖିବାକୁ ମିଳିଥିଲା। ଆଗକୁ ବୋନି କପୁରଙ୍କ ଫିଲ୍ମ ‘ବଲିମାଇ’ରେ ନଜର ଆସିବେ। ଅନ୍ୟପଟେ ସୋନୀକ୍ଷୀ ସିହ୍ନା ହରର୍ କମେଡି ଫିଲ୍ମ ‘କାକୁଡା’ରେ ନଜର ଆସିବେ। ଏହି ଫିଲ୍ମରେ ରିତେଶ ଦେଶମୁଖ ଏବଂ ସାକିବ ସଲିମ ମୁଖ୍ୟ ଭୂମିକାରେ ଅଛନ୍ତି।
The post ରାଗିଗଲେ ସୋନାକ୍ଷୀ, ହୁମାଙ୍କୁ ଲିଗାଲ୍ ନୋଟିସ୍ ପଠାଇବାକୁ ଧମକ appeared first on Odisha Reporter.
from Odisha Reporter https://ift.tt/3nPH08j
No comments:
Post a Comment