ଡାଟା ଏଣ୍ଟ୍ରି ଅପରେଟର ଗିରଫ, ରେଞ୍ଜର ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 6, 2021

ଡାଟା ଏଣ୍ଟ୍ରି ଅପରେଟର ଗିରଫ, ରେଞ୍ଜର ନିଲମ୍ବିତ

କରଞ୍ଜିଆ (ଦୀପକ କୁମାର ମହନ୍ତ): କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା। କାର୍ଯ୍ୟରେ ଅବହେଳା ପାଇଁ କରଞ୍ଜିଆ ବନଖଣ୍ଡ ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି। ହାତୀ ଉପଦ୍ରବ ଜନିତ କ୍ଷୟକ୍ଷତିର ସହାୟତା ରାଶି ପ୍ରଦାନ କରିବାରେ ବିଳମ୍ବ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି।

ଗତକାଲି ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା ଗିରଫ ହୋଇଥିଲେ। ସେ ହାତୀ ଉପଦ୍ରବ ଦ୍ୱାରା କ୍ଷତି ସହିତ ଲୋକଙ୍କୁ ସହାୟତା ବାବଦକୁ ୪୬,୬୦୦ ଟଙ୍କା ପ୍ରଦାନ କରିବା ବଦଳରେ ନିଜ ବ୍ୟାଙ୍କ ଖାତାରେ ଏହାକୁ ଜମା କରି ଦେଇଥିଲେ। କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କଠାରୁ ଏସଂପର୍କରେ ଅଭିଯୋଗ ପାଇବା ପରେ କରଞ୍ଜିଆ ପୁଲିସ୍ ମୃତ୍ୟୁଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ହାତୀ ଉପଦ୍ରବ ଯୋଗୁ କ୍ଷତି ସହୁଥିବା ଲୋକଙ୍କୁ ସହାୟତା ରାଶି ଦିଆଯାଉ ନଥିବା ଓ ଏଥିରେ ବଡ଼ ଧରଣର ଘୋଟାଲା ହେଉଥିବା ନେଇ ଜଣେ ଚାଷୀ ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କ ସମେତ ୫ଟି ସଚିବଙ୍କ ଠାରେ ଅଭିଯୋଗ କରିଥିଲେ।

ଏହି କ୍ରମରେ ତଦନ୍ତ ପରେ ଡାଟା ଅପରେଟର ମୃତ୍ୟୁଞ୍ଜୟ ପଣ୍ଡା ଟଙ୍କା ହଡ଼ପ କରିଥିବା ଜାଣିବାକୁ ପାଇଥିଲେ କରଞ୍ଜିଆ ବନଖଣ୍ଡ ଅଧିକାରୀ। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମୃତ୍ୟୁଞ୍ଜୟ ଗିରଫ ହୋଇଥିଲେ ଓ ଦୁଧିଆଣି ରେଞ୍ଜରଙ୍କୁ ନିଲମ୍ବନ କରାଯାଇଛି। ବିଭାଗ ପକ୍ଷରୁ ଏହି ଘଟଣାରେ ଆହୁରି ଅଧିକ ତଦନ୍ତ ଚାଲିଛି।

The post ଡାଟା ଏଣ୍ଟ୍ରି ଅପରେଟର ଗିରଫ, ରେଞ୍ଜର ନିଲମ୍ବିତ appeared first on Odisha Reporter.



from Odisha Reporter https://ift.tt/3mOXfDq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages