ଉତ୍ତର ପ୍ରଦେଶର ନୋଇଡ଼ାରେ ହେବ ରାଜ୍ୟର ପଞ୍ଚମ ଅନ୍ତର୍ଜାତୀୟ ବିମାନ ବନ୍ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 22, 2021

ଉତ୍ତର ପ୍ରଦେଶର ନୋଇଡ଼ାରେ ହେବ ରାଜ୍ୟର ପଞ୍ଚମ ଅନ୍ତର୍ଜାତୀୟ ବିମାନ ବନ୍ଦର

ଲକ୍ଷ୍ନୌ: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶର ନୋଇଡ଼ାରେ ନିର୍ମାଣ ହେବ ରାଜ୍ୟର ପଞ୍ଚମ ଅନ୍ତର୍ଜାତୀୟ ବିମାନ ବନ୍ଦର। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଏହି ରାଜ୍ୟରେ ରହିବ ଅଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର। ବର୍ତ୍ତମାନ ରାଜ୍ୟରେ ୮ ବିମାନବନ୍ଦର କାର୍ଯ୍ୟକ୍ଷମ ଥିବାବେଳେ ୧୩ଟି ବିମାନବନ୍ଦର ଏବଂ ୭ଟି ଏୟାରଷ୍ଟ୍ରିପ୍ ବିକଶିତ ହେଉଛି। ଏହି ରାଜ୍ୟରେ ୫ମ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା ଚାଲିଥିବା ୟୁପି ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏହା  କାର୍ଯ୍ୟକ୍ଷମ ହେବା ପରେ ଲୋକମାନେ ଏଠାରୁ ସିଧାସଳଖ ବିଦେଶ ଯିବା ପାଇଁ ବିମାନ ପାଇପାରିବେ । ଆସନ୍ତା ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଶୁଭାରମ୍ଭ କରିବେ ବୋଲି ଜଣାଯାଇଛି।

୨୦୧୨ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଲକ୍ଷ୍ନୌ ଏବଂ ବାରାଣାସୀରେ କେବଳ ଦୁଇଟି ଅନ୍ତର୍ଜାତୀୟ ବିମାନବନ୍ଦର ଥିଲା। ଅକ୍ଟୋବର ୨୦ ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦଘାଟନ ପରେ କୁଶୀନଗରର ତୃତୀୟ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବାବେଳେ ଅଯୋଧ୍ୟାରେ ବିମାନବନ୍ଦର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ବର୍ଷ ଆରମ୍ଭରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଏହାବାଦ ନୋଏଡା ନିକଟ ଜୁଆରରେ ପଞ୍ଚମ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେବ। ଏଠାରୁ ଲୋକମାନେ ବିଦେଶ ଯିବା ପାଇଁ ବିମାନ ପାଇପାରିବେ।

ଏହି ବିମାନବନ୍ଦର ନିର୍ମାଣ ପାଇଁ, ମଲ୍ଟି-ମୋଡାଲ୍ ସଂଯୋଗ କରାଯାଇଛି। କାରଣ ଏହା ବର୍ତ୍ତମାନର ଯମୁନା ଏକ୍ସପ୍ରେସୱେ ଏବଂ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସୱେ ନିକଟରେ ଅଛି। ଏହି ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୧୨  କୋଟି ଯାତ୍ରୀଙ୍କୁ ସେବା ମିଳି ଏବଂ ୩୬ ମାସରେ ଏହି କାମ  ଶେଷ ହେବ।

The post ଉତ୍ତର ପ୍ରଦେଶର ନୋଇଡ଼ାରେ ହେବ ରାଜ୍ୟର ପଞ୍ଚମ ଅନ୍ତର୍ଜାତୀୟ ବିମାନ ବନ୍ଦର appeared first on Odisha Reporter.



from Odisha Reporter https://ift.tt/3nG4AFN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages