କଙ୍ଗନା ଓ ଅଦନାନ୍‌ ପାଇଲେ ପଦ୍ମଶ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

କଙ୍ଗନା ଓ ଅଦନାନ୍‌ ପାଇଲେ ପଦ୍ମଶ୍ରୀ

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପାଇଲେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ତାଙ୍କ ସହ ଗାୟକ ଅଦନାନ ସମୀଙ୍କୁ ମଧ୍ୟ ଏହି ସମ୍ମାନ ଜନକ ପୁରସ୍କାରରେ ସମ୍ମାନୀତ କରାଯାଇଛି। କେବଳ ସେତିକି ନୁହେଁ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ସରିତା ଯୋଶୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି।

ଆଜି ପଦ୍ମଶ୍ରୀ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରିୟ ଭବନରେ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି। ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। କଙ୍ଗନା ସହିତ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ସେହିପରି ଫିଲ୍ମ ନିର୍ମାତା କରଣ ଜୋହର ଏବଂ ଏକାତା କପୁରଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ। ଏହି ଦୁଇ ଜଣଙ୍କୁ ରାଷ୍ଟ୍ରପତି ଭବନରେ ଆସନ୍ତାକାଲି ପୁରସ୍କୃତ କରାଯିବ।  ଦୁହେଁ ଟ୍ୱିଟ୍‌ ଜରିଆରେ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନୀତ କରାଯାଇଥିବା ଯୋଗୁଁ ମୁଁ ବିନମ୍ର ବୋଲି ଏକତା ଟ୍ୱିଟରେ ଲେଖିଛନ୍ତି। ସେହିପରି କରଣ ମଧ୍ୟ ମୁଁ ଏଥିପାଇଁ ଉତ୍ସାହିତ ଏବଂ କୃତଜ୍ଞ ବୋଲି ସେ ଲେଖିଛନ୍ତି।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ, ଗାୟକ ଏସ୍‌ପି ବାଲା ସୁବ୍ରମଣିୟମ, ଓଡ଼ିଶାର ଚର୍ଚ୍ଚିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ବିଶିଷ୍ଟ ଭାରତୀୟ-ଆମେରିକୀୟ ପଦାର୍ଥ ବିଜ୍ଞାନୀ ନରିନ୍ଦର ସିଂ କପାନିଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି।

ଚଳିତ ବର୍ଷ ୧୧୯ ଜଣ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନୀତ କରାଯାଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କ ପଦ୍ମଶ୍ରୀ ପୁରସ୍କାର ମିଳିଛି। ଏଥିରେ ୨୯ ଜଣ ମହିଳା ସାମିଲ ଅଛନ୍ତି। ସେହିପରି ୧୬ ଜଣଙ୍କୁ ମରଣୋପରାନ୍ତରେ ସମ୍ମାନୀତ କରାଯାଇଛି।

The post କଙ୍ଗନା ଓ ଅଦନାନ୍‌ ପାଇଲେ ପଦ୍ମଶ୍ରୀ appeared first on Odisha Reporter.



from Odisha Reporter https://ift.tt/306uucN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages