ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଟ୍ରିପଲ ଝଟକା ଲାଗିଛି। ବର୍ଷା ଯୋଗୁ ଟସ୍ରେ ବିଳମ୍ବ ହୋଇଥିବା ବେଳେ ଏବେ ଆହତ ଯୋଗୁ ଦଳର ୩ ପ୍ରମୁଖ ଖେଳାଳି ବାଦ ପଡ଼ିଛନ୍ତି। ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ, ଦ୍ରୁତ ବୋଲର ଈଶାନ୍ତ ଶର୍ମା ଓ ଅଲରାଉଣ୍ଡ ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ ବୋଲି ଟିମ ମ୍ୟାନେଜମେଣ୍ଟ ସ୍ପଷ୍ଟ କରିଛି।
ଟସ୍ର ଠିକ୍ ପୂର୍ବରୁ ହିଁ ବିସିସିଆଇ ଏପରି ସୂଚନା ଦେଇଛି। ମୁମ୍ବାଇରେ ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ ଆଉଟ ଫିଲ୍ଡ ଓଦା ରହିଛି। ତେଣୁ ୧୦.୩୦ରେ ଅମ୍ପାୟାର ସ୍ଥିତିର ଯାଞ୍ଚ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ମିଳିଥିବା ସୂଚନା ଅନୁଯାୟୀ, କାନପୁରରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ଶେଷ ଦିନରେ ଈଶାନ୍ତଙ୍କ ହାତରେ ବଲ ମାଡ଼ ହୋଇଥିଲା। ଏହି କାରଣରୁ ତାଙ୍କ ବାମ ହାତର କାଣି ଆଙ୍ଗୁଠି ଡିସଲୋକେଟେଡ ହୋଇଯାଇଛି। ତେଣୁ ସେ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। ବିସିସିଆଇର ମେଡିକାଲ ତାଙ୍କ ଆହତ ଉପରେ ନଜର ରଖିଛି।
ସେହିପରି ରବୀନ୍ଦ୍ର ଜାଡେଜା ପ୍ରଥମ ଟେଷ୍ଟ ବେଳେ ଫୋରଆର୍ମ ଜନିତ ସମସ୍ୟାରେ ପଡ଼ିଥିଲେ। ମ୍ୟାଚ ପରେ ତାଙ୍କର ସ୍କାନିଂ କରାଯାଇଥିଲା। ଏହି ସମୟରେ ଏହା ଫୁଲି ଥିବା ସ୍ପଷ୍ଟ ହୋଇଛି। ତାଙ୍କୁ ବିଶ୍ରାମ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅଜିଙ୍କ୍ୟ ରାହଣେ ପ୍ରଥମ ଟେଷ୍ଟର ଶେଷ ଦିନରେ ଫିଲ୍ଡିଂ କରିଥିବା ବେଳେ ଲେଫ୍ଟ ହାମଷ୍ଟ୍ରିଙ୍ଗ ଜନିତ ସମସ୍ୟାରେ ପଡ଼ିଥିଲେ। ଏହି ସମସ୍ୟାରୁ ସେ ସଂପୂର୍ଣ୍ଣ ଭାବେ ମୁକୁଳି ପାରିନାହାନ୍ତି। ତାଙ୍କ ଉପରେ ମଧ୍ୟ ବିସିସିଆଇର ମେଡିକାଲ ଟିମ ନିଜର ରଖିଛି। ଏହି କାଣରୁ ସେ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି।
ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର ରହିଛି। ଦ୍ୱିତୀୟ ଟେଷ୍ଟକୁ ଦଳ ଜିତିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ପ୍ରଥମେ ବର୍ଷା ଓ ପରେ ଆହତ ସମସ୍ୟା ଦେଖାଯାଇଛି। ପ୍ରଥମ ଟେଷ୍ଟରେ ଖେଳୁ ନଥିବା ଦଳର ନିୟମିତ ଅଧିନାୟକ ବିରାଟ କୋହଲି କମବ୍ୟାକ କରିଛନ୍ତି। ସେ ଦଳକୁ ଫେରିଥିଲେ ମଧ୍ୟ ୩ ପ୍ରମୁଖ ଖେଳାଳି ଆହତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
The post ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଲେ ରାହାଣେ, ଜାଡେଜା ଓ ଈଶାନ୍ତ ଶର୍ମା appeared first on Odisha Reporter.
from Odisha Reporter https://ift.tt/3lvRYiO
No comments:
Post a Comment