କାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

କାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ

ବାରିପଦା(ମାଣିକ ଲାଲ ପାଣି): ସମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ । ଆସନ୍ତା ୪ ଓ ୫ ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବାତ୍ୟାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ ଆଜି ବାତ୍ୟାର ରୂପ ନେବ । ଏହା ପ୍ରଭାବରେ  ଆସନ୍ତାକାଲିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭବିଷ୍ୟବାଣୀ କରିଛି ପାଣିପାଗ ବିଭାଗ  ।

ଆସନ୍ତାକାଲି ସକାଳ ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ପହଞ୍ଚି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଗତି କରିପାରେ । ଏହାପରେ ବାତ୍ୟା ‘ଜୱାଦ’ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ତେଣୁ ଅଧିକ ବର୍ଷା, ପବନ ଆଶାଙ୍କାରେ ଶିମିଳିପାଳରେ ପ୍ରବେଶ କରିବାକୁ ଯାତ୍ରୀଙ୍କୁ ବାରଣ କରିଛନ୍ତି କତ୍ତୃପକ୍ଷ ।

ସୂଚନାଯୋଗ୍ୟ, ଶୀତ ଆଗମନରେ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ ତାରିଖରୁ ଖୋଲିଥିଲା ଶିମିଳିପାଳ ଅଭୟାରଣ୍ୟ । ଏହାପରେ ଦୂରଦୂରାନ୍ତରୁ ଛୁଟି ଆସିଥିଲେ ପର୍ଯ୍ୟଟକ । ହେଲେ ଲଗାଣ ବର୍ଷା ଯୋଗୁ ଗତ ୧୫ ତାରିଖରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିଲା। ବର୍ଷା କମିବା ପରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଗେଟ୍‌ ଖୋଲିଥିବା ବେଳେ ଏବେ ପୁଣି ବାତ୍ୟା ଆଶଙ୍କାରେ ଏହାକୁ ୨ ଦିନ ପାଇଁ ବନ୍ଦ କରି ଦିଆଯାଇଛି।

ସେହିପରି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକାରେ ଭସାପୋଲ ସେବା ବନ୍ଦ ରହିଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି ।  ଆଜିଠାରୁ ୩ଦିନ ଅର୍ଥାତ ୬ତାରିଖ ପର୍ଯ୍ୟନ୍ତ ଚିଲିକାରେ ଏହି ସେବା ବନ୍ଦ ରହିବ । ଅନ୍ୟପଟେ ଭସାପୋଲ ବନ୍ଦ ଥିବାରୁ ଲୋକେ  ଡଙ୍ଗାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି ।

The post କାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ appeared first on Odisha Reporter.



from Odisha Reporter https://ift.tt/3ohwlEJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages