ସ୍ୱାମୀ ମାନିଲାନି କଥା, ଜୀବନ ହାରିଲା ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

ସ୍ୱାମୀ ମାନିଲାନି କଥା, ଜୀବନ ହାରିଲା ସ୍ତ୍ରୀ

ବଣାଇ(ରଣଜିତ ଚୌଧୁରୀ): ସଂସାର ଉଜାଡ଼ି ଦେଲା ମଦ । ଦିନ ମଜୁରୀ ଲାଗୁଥିବା ସ୍ୱାମୀ ସନ୍ଧ୍ୟାରେ ମଦ ପିଇ ଆସି ଘରେ ସୃଷ୍ଟି କରୁଥିଲା ଅଶାନ୍ତି। ମଦରେ ସ୍ୱାମୀ ସବୁ ଟଙ୍କା ଉଡ଼ାଉଥିବା ବେଳେ ୩ ଛୁଆଙ୍କ ମୁହଁରେ ଦାନା ଦେଇପାରୁ ନ ଥିଲା ମା’ । ମଦ ପିଇବାକୁ ବାରମ୍ବାର ସ୍ୱାମୀକୁ ଆକଟ କରିବା ସତ୍ତ୍ୱେ ଶୁଣିଲାନି ସ୍ୱାମୀ।  ଶେଷରେ ନିଜ ଜୀବନ ହାରିଦେଲା ସ୍ୱାମୀ।  ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ପାଟମୁଣ୍ଡା ପଞ୍ଚାୟତ ବର୍ଷଡା ଗ୍ରାମରେ ଘଟିଛି।  ମୃତା ମହିଳା ହେଲେ ସନିବାରୀ ମୁଣ୍ଡା ।

ସୂଚନାଯୋଗ୍ୟ, ବର୍ଷଡା ଗ୍ରାମରେ ସ୍ୱାମୀ ଭାଗ୍ୟ ମୁଣ୍ଡା ଓ ୩ ଛୁଆଙ୍କୁ ନେଇ ସଂସାର କରିଥିଲେ ସନିବାରୀ  । ସ୍ୱାମୀ ଦିନ ମଜୁରୀ ଲାଗି ଯାହା ଆଣୁଥିଲେ, ସେଥିରେ କଷ୍ଟେମଷ୍ଟେ ଚଳି ଯାଉଥିଲା ସଂସାର।  ହେଲେ ସ୍ୱାମୀ ପ୍ରତିଦିନ ମଦ ପିଇ ଆସି ଘରେ ମାରପିଟ କରୁଥିବାରୁ ଏହା ଧିରେ ଧିରେ ଅସହ୍ୟ ହେବାକୁ ଲାଗିଲା। ୩ ଛୁଆଙ୍କ ମୁହଁରେ ଦାନା ଦେବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ସ୍ୱାମୀଙ୍କ ଉନ୍ମତ କାଣ୍ଡକୁ ସହିପାରୁ ନ ଥିଲେ ସନିବାରୀ ।

ମଦ ପିଇବା ପାଇଁ ସ୍ୱାମୀ ଙ୍କୁ ମନା କରିବାରୁ  ପାରିବାରିକ କଳହ ହୋଇଥିଲା ।   ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ସନିବାରୀ ଗତକାଲି ଘରଠାରୁ କିଛି ଦୂରରେ ଏକ  ଗଛରେ ଆତ୍ମହତ୍ୟା କରିଥିଲେ। ଭାଗ୍ୟ ମୁଣ୍ଡା କାମ ସାରି ଘରକୁ ଫେରିବା ବେଳକୁ ସନିବାରୀଙ୍କୁ ପାଇ ନ ଥିଲେ । ଏହାପରେ ଆଖପାଖରେ ଖୋଜାଖୋଜି କରିବା ପରେ ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ।

ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି  ଘଟଣାର ତଦନ୍ତ ଆରମ୍ଭ କରି ଶବ ଉଦ୍ଧାର କରିଥିବା ବେଳେ ଭାଗ୍ୟ ମୁଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ପଟେ  ସନିବାରୀଙ୍କ ମୃତ୍ୟୁ ପରେ ତାଙ୍କ ୩ ଛୁଆ  ଅସହାୟ ହୋଇ ପଡିଛନ୍ତି । ସ୍ଥାନୀୟ ପ୍ରଶାସନ ଶୀଘ୍ର ଶିଶୁଙ୍କୁ  ଥଇଥାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

The post ସ୍ୱାମୀ ମାନିଲାନି କଥା, ଜୀବନ ହାରିଲା ସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3DhRO4Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages