ହାଇଦ୍ରାବାଦ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ଏପରି ଘଟଣା ଘଟିଛି। ଜଣେ ୫୦ ବର୍ଷୀୟ ରୋଗୀଙ୍କ କିଡ୍ନୀରୁ ଡାକ୍ତରମାନେ ବେଶ ସଫଳତାର ସହ ୧୫୬ଟି ଷ୍ଟୋନ ବାହାର କରିଛନ୍ତି। ପୂର୍ବରୁ ମେଡିକାଲ ଇତିହାସରେ ଏପରି ବିରଳ ଘଟଣା କେବେ ବି ଦେଖାଯାଇ ନଥିଲା।
କିନ୍ତୁ ହାଇଦ୍ରାବାଦର ଗୋଟିଏ ପ୍ରତିଷ୍ଠିତ ହସ୍ପିଟାଲର ଡାକ୍ତରମାନେ ଏହା କରି ଦେଖାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରୋଗୀଙ୍କ କିଡ୍ନୀରୁ ଷ୍ଟୋନ ବାହାର କରିବା ପାଇଁ ଡାକ୍ତରମାନେ କୌଣସି ପ୍ରକାରର ଅସ୍ତ୍ରୋପଚାର କରିନାହାନ୍ତି। ଲାପାରୋସ୍କୋପି ଓ ଏଣ୍ଡୋସ୍କୋପି ଦ୍ୱାରା ସଫଳତାର ସହ ଷ୍ଟୋନଗୁଡ଼ିକୁ ବାହାର କରାଯାଇଛି।
ଲାପାରୋସ୍କୋପି ଓ ଏଣ୍ଡୋସ୍କୋପି ପଦ୍ଧତିରେ ଜଣେ ରୋଗୀଙ୍କ ପେଟରୁ ଏତେ ସଂଖ୍ୟକ ଷ୍ଟୋନ ବାହାର କରିବା ମଧ୍ୟ ବିରଳ ଘଟଣା। ଷ୍ଟୋନଗୁଡ଼ିକୁ ବାହାର କରିବା ପାଇଁ ୩ ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ରୋଗୀ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି। କିଡନୀ ଓ ପେଟ ଜନିତ ସମସ୍ୟା ଯୋଗୁ ୫୦ ବର୍ଷୀୟ ରୋଗୀ ଜଣଙ୍କ ହୁବଲିରୁ ଆସି ହାଇଦ୍ରାବାଦର ପ୍ରୀତି ୟୁରୋଲୋଜି ଆଣ୍ଡ କିଡନୀ ହସ୍ପିଟାଲରେ ଆଡମିଟ ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ୫୦ ବର୍ଷୀୟ ରୋଗୀ ବାସଭରାଜ ମାଡିୱାଲାର ପେଶାରେ ଜଣେ ଶିକ୍ଷକ। ସେ ହଠାତ୍ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲକୁ ଆସିଥିଲେ। ଏଠାରେ ସ୍କ୍ରିନିଂ ପରେ ତାଙ୍କ କିଡ୍ନୀରେ ଏକାଧିକ ଷ୍ଟୋନ ରହିଥିବା ଜଣାପଡ଼ିଥିଲା।
ବାସଭରାଜ ଜଣେ ଏକ୍ଟୋପିକ୍ କିଡନୀ ରୋଗୀ। ଏହାର ଅର୍ଥ ତାଙ୍କ କିଡ୍ନୀ ସାଧାରଣ ୟୁରିନାରୀ ଟ୍ରାକ୍ଟ ପରିବର୍ତ୍ତେ ତଳି ପେଟ ପାଖରେ ରହିଥିଲା। କିଡ୍ନୀ ସ୍ୱାଭାବିକ ସ୍ଥାନରେ ନଥିବାରୁ ଷ୍ଟୋନ ବାହାର କରିବା କଷ୍ଟକର ନୁହେଁ। କିନ୍ତୁ ଡାକ୍ତରମାନଙ୍କ ପାଇଁ ଏହା ବେଶ ଚ୍ୟାଲେଞ୍ଜିଂ ଥିଲା।
ୟୁରୋଲୋଜିଷ୍ଟ ତଥା ହସ୍ପିଟାଲର ଅଧ୍ୟକ୍ଷ ଡା ଭି ଚନ୍ଦ୍ରମୋହନ କହିଛନ୍ତି, ରୋଗୀଙ୍କ ପେଟରେ ଏହି ଷ୍ଟୋନଗୁଡ଼ିକ ୨ ବର୍ଷରୁ ଅଧିକ ସମୟ ହେଲାଣି ବଢ଼ିବାରେ ଲାଗିଛି। କିନ୍ତୁ ରୋଗୀ ଜଣଙ୍କ ଏହାର କୌଣସି ଲକ୍ଷଣ ଅନୁଭବ କରିପାରି ନଥିଲେ। ଏବେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲ ଆସିଥିଲେ।
ଏହି ସମୟରେ ହିଁ ଷ୍ଟୋନଗୁଡ଼ିକ ସମ୍ପର୍କରେ ଜଣାପଡ଼ିଥିଲା। ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କ କିଡନୀରୁ ୧୫୬ଟି ଷ୍ଟୋନ ବାହାର କରାଯାଇଥିବା ସେ କହିଛନ୍ତି।
The post ଜଣେ ରୋଗୀଙ୍କ କିଡ୍ନୀରୁ ବାହାରିଲା ରେକର୍ଡ ୧୫୬ ଷ୍ଟୋନ appeared first on Odisha Reporter.
from Odisha Reporter https://ift.tt/3DZ0rS5
No comments:
Post a Comment