ଗର୍ଜିଲେ ଅଙ୍ଗନୱାଡି କର୍ମୀ, କହିଲେ- ଭଲରେ ଭଲରେ ଦାବି ମାନି ନିଅ, ନଚେତ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 6, 2021

ଗର୍ଜିଲେ ଅଙ୍ଗନୱାଡି କର୍ମୀ, କହିଲେ- ଭଲରେ ଭଲରେ ଦାବି ମାନି ନିଅ, ନଚେତ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “୨ ବର୍ଷ ତଳେ ରାଜରାସ୍ତାକୁ ଓହ୍ଲାଇଥିଲୁ । ଆନ୍ଦୋଳନ କରିଥିଲୁ। ଦାବି ପୂରଣ କରିବାକୁ ନେହୁରା ହୋଇଥିଲୁ। ଆମକୁ ଆଶ୍ୱାସନା ଦେଇ ଉଠାଇଦେଲେ। କିଛି ପୂରଣ କଲେ,  କିଛି ଭୁଲିଗଲେ। ହେଲେ ଏଥର ଛାଡ଼ିବୁନି। ଭଲରେ ଭଲରେ ଆମ ଦାବି ନ ମାନିଲେ ଆମ ହକ୍‌ ଛଡ଼ାଇ ନେବୁ। ଆଗକୁ ପଞ୍ଚାୟତ ନିର୍ବାଚନ । ମୁହଁତୋଡ଼ ଜବାବ ଦେବୁ। ” ଏପରି କହି ଆଜି ବିଧାନ ସଭା ସମ୍ମୁଖରେ ଗର୍ଜିଛନ୍ତି ଅଙ୍ଗନବାଡି କର୍ମୀ ।

୧୩ ଦଫା ଦାବି ପୂରଣ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍ । ଭାରତୀୟ ମଜଦୁର ସଂଘ ମଧ୍ୟ ଏଥିରେ ସାମିଲ ହୋଇଛି । ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡି କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ବିଧାନସଭା ପର୍ଯ୍ୟନ୍ତ ରାସ୍ତା ଉପରେ ବସି ନିଜ ଦାବି ପୂରଣ ପାଇଁ ଆରମ୍ଭ କରିଛନ୍ତି ଜୋରଦାର ଲଢ଼େଇ। ଏଥର ଖାଲି ହାତରେ ଯିବେନି, ନିଜ ଦାବି ପୂରଣ ହେବା ପରେ ହିଁ ରାଜଧାନୀ ଛାଡ଼ି ଗାଁ ମୁହାଁ ହେବେ ବୋଲି ପଣ କରିଛନ୍ତି ।

ସୂଚନାଯୋଗ୍ୟ, ୧୩ ଦଫା ଦାବିରେ ଆଜି ଭୁବନେଶ୍ୱରସ୍ଥିତ ଗାନ୍ଧି ମାର୍ଗରେ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମୀ ଏକାଠି ହୋଇ ଆନ୍ଦୋଳନ କରୁଛନ୍ତି । ଅଙ୍ଗନବାଡି କର୍ମୀଙ୍କ ଲାଗି ଥିବା ସ୍କିମ୍ ପ୍ରଥା ଉଠାଇବା ସହ ସରକାରୀ କର୍ମଚାରୀର ମାନ୍ୟତା ଦାବି କରିଛନ୍ତି । ନଚେତ ସର୍ବନିମ୍ନ  ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଦାବିରେ ଉଲ୍ଲେଖ ରହିଛି ।  ଅଙ୍ଗନବାଡି ସହାୟିକାମାନଙ୍କୁ ସର୍ବନିମ୍ନ ୧୦ ହଜାର ୫ଶହ ଟଙ୍କା ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଏନେଇ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍ କାର୍ଯ୍ୟକର୍ତ୍ତା ଅଞ୍ଜଳି ପଟେଲ କହିଛନ୍ତି, ୨୦୧୯ରେ ଆନ୍ଦୋଳନ କରିଥିଲୁ। ସରକାର ଆଶ୍ୱାସନା ଦେଇଥିଲେ । ହେଲେ  ୪ଟି ଦାବି ପୂରଣ କଲେନି। ଆକ୍ରୋଶମୂଳକ ଭାବେ ୭ ଜଣଙ୍କ ଚାକିରି ନେଲେ।  ଅଙ୍ଗନୱାଡି କର୍ମୀ, ସହକାରୀ କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରାଯାଉ। ନଚେତ ଯଥାକ୍ରମେ ୨୧ ହଜାର ଓ୧୦.୫୦୦  ଟଙ୍କା ଦରମା ଦିଆଯାଉ। ମିନି ଅଙ୍ଗନଓୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗୱାଡି କର୍ମୀ କରାଯାଉ। ଗ୍ରାଜୁଏଟ ୱାର୍କରଙ୍କୁ ସୁପରଭାଇଜର ପଦବୀକୁ ପଦୋନ୍ନତି ଦିଆଯାଉ । ଅବସର ନେଲେ ଏକକାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ ସହ ୫ ହଜାର ଟଙ୍କା ପେନସନ ଦିଆଯାଉ ।

ଏନେଇ ରାୟଗଡ଼ାରୁ ଆସିଥିବା ଆଉ ଜଣେ କର୍ମୀ କହିଛନ୍ତି, ସରକାର ୭,୫୦୦ରେ ଆମକୁ ଖଟାଉଛି। ଆମକୁ ସରକାରୀ କର୍ମଚାରୀ ଘୋଷଣା କର,  ନଚେତ କର୍ମୀଙ୍କୁ  ୨୧ ହଜାର ଓ ହେଲପରଙ୍କୁ ୧୦ ହଜାର ୫୦୦ ଦିଆଯାଉ। ୭ କର୍ମୀଙ୍କୁ ଛଟେଇ କରି ରଖିଛନ୍ତି, ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ।  ପେନସନ, ଗ୍ରାଚୁଇଟି ଦିଆଯାଉ, ପିଏଫ କଟାଯାଉ ।

ନଚେତ ଗ୍ରାସ୍‌ ରୁଟ୍‌ରେ ସରକାରଙ୍କୁ ଘେରିବୁ। ଆଗକୁ ପଞ୍ଚାୟତ ନିର୍ବାଚନ ଅଛି। ଆମ ଦାବି ନ ମାନିଲେ ସରକାରଙ୍କୁ ରାସ୍ତାକୁ ଘୋଷରିବୁ । ପଞ୍ଚାୟତ, ବ୍ଲକ ସ୍ତରରେ ଧାରଣା ଦେବୁ । ବିଧାୟକଙ୍କ ଘର ଘେରିବୁ ଯେକୌଣସି ପରିସ୍ଥିତିରେ ବି ସରକାରଙ୍କଠାରୁ ଆମେ ଆମ ଦାବି ଛଡ଼ାଇ ନେବୁ ।

The post ଗର୍ଜିଲେ ଅଙ୍ଗନୱାଡି କର୍ମୀ, କହିଲେ- ଭଲରେ ଭଲରେ ଦାବି ମାନି ନିଅ, ନଚେତ… appeared first on Odisha Reporter.



from Odisha Reporter https://ift.tt/3lDdmmG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages