ସଂସଦ ଟିଭିରେ ଆଉ ଟକ୍‌ ଶୋ’ କରିବେନି ଶଶୀ ଥରୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 6, 2021

ସଂସଦ ଟିଭିରେ ଆଉ ଟକ୍‌ ଶୋ’ କରିବେନି ଶଶୀ ଥରୁର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁରୁ ଏଣିକି ଆଉ ସଂସଦ ଟିଭିରେ ନଜର ଆସିବେନି। ସେ ଆଉ କରିବେନି ତାଙ୍କ ଟକ୍‌ ଶୋ’ ‘ଟୁ ଦି ପଏଣ୍ଟ’। ଉକ୍ତ ଟକ୍‌ ଶୋ’ର ହୋଷ୍ଟ ପଦବୀରୁ ସେ ଆଜି ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ରାଜ୍ୟ ସଭାରୁ ନିଲମ୍ବିତ ହୋଇଥିବା ୧୨ଜଣ ବିରୋଧୀ ସାଂସଦଙ୍କ ପ୍ରତି ସମର୍ଥନ ଜଣାଇ ଥରୁର୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି।

ସୋମବାର ଜାରି କରିଥିବା ବୟାନରେ ଥରୁର ନିଲମ୍ବିତ ସାଂସଦଙ୍କ ବିରୋଧକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବା ଓ ସଂସଦର ପ୍ରକ୍ରିୟାରେ ସମସ୍ତ ପକ୍ଷର ଶୁଣାଣି ନହେବା ପର୍ଯ୍ୟନ୍ତ ସେ ତାଙ୍କ ଶୋ’ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସଭାର ୧୨ଜଣ ସାଂସଦଙ୍କ ଦୀର୍ଘ ନିଲମ୍ବନ ଯୋଗୁଁ ସେଥି ପ୍ରତି ମୋର ସନ୍ଦେହ ଜାତ ହୋଇଛି। ଏଭଳି ପରିସ୍ଥିତିରେ ‘ସଂସଦ ଟିଭି’ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ଅର୍ଥ ଅଗଣତାନ୍ତ୍ରିକ କାର୍ଯ୍ୟକଳାପକୁ ସମର୍ଥନ କରିବା ସହ ସମାନ ହେବ ବୋଲି ଥରୁର କହିଛନ୍ତି।

ସୂଚନା‌ଯୋଗ୍ୟ, ମୌସୁମୀ ଅଧିବେଶନରେ ପ୍ରଦର୍ଶନ କରିଥିବା ଆଚରଣ ଯୋଗୁଁ ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାର ୧୨ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା।

୧୨ ସାଂସଦଙ୍କ ନିଲମ୍ବନକୁ ନେଇ ଗତ ସପ୍ତାହରୁ ସଂସଦରେ ଜୋରଦାର ହଙ୍ଗାମା ଜାରି ରହିଛି। ବିରୋଧୀ ଦଳ ସସଦ ପରିସରରେ ନିଲମ୍ବନ ପ୍ରତ୍ୟାହାର କରିବା ଦାବିରେ ଲଗାତର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଥିସହ ସାଂସଦଙ୍କ ଠାରୁ କ୍ଷମା ପ୍ରାର୍ଥନା କରିବାକୁ ସରକାର ଦାବି କରୁଛନ୍ତି, କିନ୍ତୁ ନିଲମ୍ବିତ ସାଂସଦ ତଥା ବିରୋଧୀ ଦଳ ଏହାକୁ ଅସ୍ୱୀକାର କରିଛନ୍ତି।

ସେପଟେ ଥରୁରଙ୍କ ପୂର୍ବରୁ ନିଲମ୍ବନକୁ ବିରୋଧ କରି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ‘ସଂସଦ ଟିଭି’ର ‘ମେରି କହାନୀ’ର ଉପସ୍ଥାପିକା ପଦରୁ ଇସ୍ତଫା ଦେଇଥିଲେ। ନିଲମ୍ବିତ ହୋଇଥିବା ୧୨ଜଣ ସାଂସଦଙ୍କ ମଧ୍ୟରୁ ପ୍ରିୟଙ୍କା ଅନ୍ୟତମା।

The post ସଂସଦ ଟିଭିରେ ଆଉ ଟକ୍‌ ଶୋ’ କରିବେନି ଶଶୀ ଥରୁର appeared first on Odisha Reporter.



from Odisha Reporter https://ift.tt/3InLlsV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages