ନିଜକୁ ଗୁଳି କରିଦେଲେ ଯବାନ, ୭ ମାସ ତଳେ ଗଢ଼ିଥିଲେ ସଂସାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 3, 2021

ନିଜକୁ ଗୁଳି କରିଦେଲେ ଯବାନ, ୭ ମାସ ତଳେ ଗଢ଼ିଥିଲେ ସଂସାର

ମାଲକାନଗିରି(ଜିତେନ୍ଦ୍ର ବେଉରା) : ୭ ମାସ ତଳେ ବିବାହ କରିଥିଲେ। ଏହାପରେ କିଛି  ମାନସିକ ଚାପରେ ରହୁଥିଲେ। ହେଲେ ଆଜି ସକାଳୁ ହଠାତ୍‌ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଘଟିଛି। ମୃତ ହେଲେ SSBNର କନଷ୍ଟେବଳ ଦୁର୍ଯୋଧନ ମାଝୀ । ପାରିବାରିକ କଳହରୁ ଦୁର୍ଯୋଧନ ଏପରି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।

ସୂଚନା ଅନୁଯାୟୀ, ବରଗଡ଼ ଅଞ୍ଚଳର ଦୁର୍ଯୋଧନ ପୋଟେରୁ ଫାଣ୍ଡିରେ କାର୍ଯ୍ୟରତ ଥିବା ବେଳେ ୭ ମାସ ପୂର୍ବେ ବିବାହ କରିଥିଲେ।  ଏହାପରେ ସେ କିଛି କିଛି ଅଶାନ୍ତି ରହୁଥିବା ସହକର୍ମୀ ଲକ୍ଷ କରିଥିଲେ। ଆଜି ସକାଳୁ ସବୁ ଠିକ୍‌ ଥିବା ବେଳେ ହଠାତ୍‌ ନିଜ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରିଦେଲେ ଦୁର୍ଯୋଧନ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।

ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।   ପରିବାର ଲୋକ ପହଞ୍ଚିଲେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି।

The post ନିଜକୁ ଗୁଳି କରିଦେଲେ ଯବାନ, ୭ ମାସ ତଳେ ଗଢ଼ିଥିଲେ ସଂସାର appeared first on Odisha Reporter.



from Odisha Reporter https://ift.tt/3lAERNr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages