ଅମରବତୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ଏବେ ସ୍ଥଳ ଭାଗ ମୁହାଁ ହୋଇଛି। ଏହାକୁ ଦେଖି ସ୍ଥାନାନ୍ତରଣ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରାଯାଇଛି। ଇତି ମଧ୍ୟରେ ଆନ୍ଧ୍ର ପ୍ରଦେଶରେ ୫୪ ହଜାର ଲୋକଙ୍କୁ ଆଜି ସକାଳ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ୩ଟି ଜିଲ୍ଲାରୁ ମୋଟ ୫୪,୦୦୮ ଜଣ ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ଭାବେ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ରଖିଛି।
ବାତ୍ୟା ଜୱାଦ ଆନ୍ଧ୍ର ଉପକୂଳ ଦେଇ ଓଡ଼ିଶା ଆସିବ। ବର୍ତ୍ତମାନ ଏହା ଘଣ୍ଟାପ୍ରତି ୬ କିମି ବେଗରେ ଉପକୂଳ ଆଡ଼କୁ ଆସୁଛି। ଆସନ୍ତାକାଲି ମଧ୍ୟାହ୍ନ ସମୟରେ ଜୱାଦ ପୁରୀରେ ମାଡ଼ ହେବାର ଆଶଙ୍କା ରହିଛି। ଏହା ପ୍ରଭାବରେ ଘଣ୍ଟାପ୍ରତି ୧୦୦ କିମି ବେଗରେ ପବନ ବହିବ ଓ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ଆନ୍ଧ୍ରରେ ମଧ୍ୟ ପବନ ଓ ବର୍ଷାରୁ ଆଶଙ୍କା ଥିବାରୁ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛି।
ସୂଚନା ଅନୁସାରେ, ଶ୍ରିକାକୁଲମରୁ ୧୫,୫୭୭, ବିଜୟନଗରମରୁ ୧୭୦୦ ଓ ବିଶାଖାପଟନମରୁ ୩୬,୫୫୩ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ସରକାରଙ୍କ ପକ୍ଷରୁ ବାତ୍ୟା ଜୱାଦ ପାଇଁ ସ୍କୁଲ ଓ କମ୍ୟୁନିଟି ହଲ୍ରେ ୧୯୭ଟି ରିଲିଫ କ୍ୟାମ୍ପ ଖୋଲା ଯାଇଛି।
ବିଭିନ୍ନ ସ୍ଥାନରେ ୧୧ଟି ଏନଡିଆରଏଫ ଓ ୬ଟି ଏସଡିଆରଏଫ ଟିମ ମୁତୟନ କରାଯାଇଛି। ସେହିପରି ତଟରକ୍ଷୀ ବାହିନୀର ୬ଟି ଟିମ୍କୁ ଜରୁରି କାଳୀନ ସ୍ଥିତିର ମୁକାବିଲା ପାଇଁ ଷ୍ଟାଣ୍ଡବାଏରେ ରଖାଯାଇଛି। ଗାଁ ସଚିବ ଓ ଜିଲ୍ଲାପାଳମାନଙ୍କୁ ରାତି ତମତମା ଆଲର୍ଟରେ ରହିବାକୁ କୁହାଯାଇଛି। ସରକାର ଦୁଇଟି ହେଲିକପ୍ଟରକୁ ନିୟୋଜିତ କରିଥିବା ବେଳେ ୧ କୋଟି ଟଙ୍କା ମଧ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ଆଗୁଆ ରିଲିଜ୍ କରିଛନ୍ତି।
The post ବାତ୍ୟା ଜୱାଦ ପାଇଁ ୫୪ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତରଣ appeared first on Odisha Reporter.
from Odisha Reporter https://ift.tt/3pjmqxW
No comments:
Post a Comment