କେନ୍ଦ୍ର ପ୍ରସ୍ତାବରେ ଚାଷୀ ସଙ୍ଗଠନ ରାଜି ! ଆଜି ପ୍ରତ୍ୟାହାର ହୋଇପାରେ ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 8, 2021

କେନ୍ଦ୍ର ପ୍ରସ୍ତାବରେ ଚାଷୀ ସଙ୍ଗଠନ ରାଜି ! ଆଜି ପ୍ରତ୍ୟାହାର ହୋଇପାରେ ଆନ୍ଦୋଳନ

ନୂଆଦିଲ୍ଲୀ: କେନ୍ଦ୍ର ଦେଇଥିବା ପ୍ରସ୍ତାବରେ ଚାଷୀ ମାନେ ରାଜି ଥିବା ଜଣାପଡ଼ିଛି । ଦୀର୍ଘ ଦେଢ଼ ବର୍ଷ ଧରି ଜାରି ରହିଥିବା ଚାଷୀ ଆନ୍ଦୋଳନର ଆଜି ଯବନିକା ପଡ଼ିପାରେ। ଚାଷୀ ଆଇନକୁ ବିରୋଧ କରି ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଏମିତି କି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରିନେଇଥିଲେ ସୁଦ୍ଧା ଚାଷୀମାନେ ଆନ୍ଦୋଳନରୁ ହଟି ନଥିଲେ। ଇତି ମଧ୍ୟରେ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିଥିଲା।

ସାମ୍ମ୍ୟୁକ୍ତ କିଶାନ ମୋର୍ଚ୍ଚା ନେତୃତ୍ୱରେ ଜାରି ରହିଥିବା ଆନ୍ଦୋଳନକୁ ଭବିଷ୍ୟତରେ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। କୃଷି ଆଇନକୁ ବିରୋଧ କରି ଗତ ନଭେମ୍ବର ମାସରେ ପାଖାପାଖି ୪୦ଟି ଚାଷୀ ସଙ୍ଗଠନ ପକ୍ଷରୁ କେନ୍ଦ୍ର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦିଆଯାଇଥିଲା। ଏହା ପରେ ଆନ୍ଦୋଳନ ତୀବ୍ରତର ହେବା ସହ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଲାଠି ମାଡ଼ ସହ ଚାଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏପରିକି ଆନ୍ଦୋଳନ ବେଳେ ଅନେକ ଚାଷୀଙ୍କ ପ୍ରାଣହାନୀ ଘଟିଛି।

ଚାଷୀ ଆନ୍ଦୋଳନକୁ ଦବେଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେତେ ଚେଷ୍ଟା କରାଯାଥିଲେ ମଧ୍ୟ ତାହା ସଫଳ ହୋଇ ନଥିଲା। ଶେଷରେ ଦୀର୍ଘ ୧୫ ମାସ ପରେ ଚାଷୀଙ୍କ ପାଖରେ କେନ୍ଦ୍ର ସରକାର ମୁଣ୍ଡ ନଇଁଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହର ପାଇଁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ସାମ୍ମ୍ୟୁକ୍ତ କିଶାନ ମୋର୍ଚ୍ଚା ୬ ଦଫା ଦାବିକୁ ନେଇ ଗତ ନଭେମ୍ବର ୨୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥଲା।

ତେବେ କୃଷି ଆଇନ ପ୍ରତ୍ୟାହାର ପରେ କେନ୍ଦ୍ର ସରକାର ତଥା ଗୃହମନ୍ତ୍ରଣାଳୟ ପକ୍ଷରୁ ଗତକାଲି ସାମଧାନର ବାଟନେଇ ଚାଷୀଙ୍କ ସଙ୍ଗଠନ କିଛି ପ୍ରସ୍ତାବ ପଠାଇଛନ୍ତି। ସେହି ପ୍ରସ୍ତାବକୁ ନେଇ ଗତକାଲି ସିଂଘୁ ସୀମାରେ ଚାଷୀ ସଙ୍ଗଠନ ପକ୍ଷରୁ ୫ ଘଣ୍ଟା ଧରି ବିତର୍କ ହୋଇଥିଲା। କେନ୍ଦ୍ରର ପ୍ରସ୍ତାବରେ ସାମ୍ମ୍ୟୁକ୍ତ କିଶାନ ମୋର୍ଚ୍ଚାର ଚାଷୀ ନେତାମାନେ ସହମିତି ହୋଇଥିବା ଜରାପଡ଼ିଛି। ତେଣୁ ଅଧିକାଶଂ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ କିଶାନ ୟୁନିଅନର ନେତା ରାକେଶ ଟିକାୟତ, ଏହି ନିଷ୍ପତ୍ତିରେ ଏକମତ ନୁହନ୍ତି। ସେ କହିଛନ୍ତି ଯେ, ଚାଷୀମାନଙ୍କ ପାଇଁ ଏମଏସପି ଆଇନ୍‌ ଆସିବା ଜରୁରୀ।

The post କେନ୍ଦ୍ର ପ୍ରସ୍ତାବରେ ଚାଷୀ ସଙ୍ଗଠନ ରାଜି ! ଆଜି ପ୍ରତ୍ୟାହାର ହୋଇପାରେ ଆନ୍ଦୋଳନ appeared first on Odisha Reporter.



from Odisha Reporter https://ift.tt/3EzxgX6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages