ମିର୍ଜାପୁର: ଉତ୍ତର ପ୍ରଦେଶର ମିର୍ଜାପୁର ଅନ୍ତର୍ଗତ ମଦିହାନ ଅଞ୍ଚଳରେ ଥିବା ପାଚୋଖରା ଖୁର୍ଦ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଛି। କୁଟା ଗଦାରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ହୋଇ ୩ ଭାଇ ଭଉଣୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ବୟସ ୩ରୁ ୭ ବର୍ଷ। ଏହି ଘଟଣାକୁ ନେଇ ପୂରା ଗାଁରେ ଶୋକରା ଚ୍ଛାୟା ଖେଳି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ୩ ଜଣ ଯାକ ସେମାନଙ୍କ ଘରେ ଥିବା କୁଟା ଗଦାରେ ଶୋଇଥିଲେ। ତେବେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ସେମାନେ ଶୋଇଥିବା ନଡ଼ା ଗଦାରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ରାଣୀ(୩), ହର୍ଷିତ(୫) ଓ ସୁନୟନା(୭)ଙ୍କ ମୃତ୍ୟୁ ଘଟିଛି।
ଜିଲ୍ଲା ମାଜିଷ୍ଟ୍ରେଟ ପ୍ରବୀଣ କୁମାର କହିଛନ୍ତି, ପରିବାର ବର୍ଗଙ୍କ ସହ ଏପରି ଘଟଣା ଘଟିବାର କିଛି ସମୟ ପୂର୍ବରୁ ପିଲାମାନଙ୍କ ବାପା ଜିତେନ୍ଦ୍ର କୁମାର ଧାରକାର କୌଣସି କାମ ପାଇଁ ବାହାରକୁ ଯାଇଥିଲେ। ଏହାପରେ ପିଲାମାନେ ନଡ଼ା ଗଦାରେ ଖେଳିବା ସହ ସେଠାରେ ଶୋଇପଡ଼ିଥିଲେ।
ଏହି ସମୟରେ ହଠାତ୍ ସ୍ପାର୍କିଂ ହେବା ସହ ନିଆଁ କୁଟା ଗଦାରେ ପଡ଼ି ଯାଇଥିଲା। ନଡ଼ାଗୁଡ଼ିକ ଶୁଖିଲା ଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ଏବେ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।
The post ଶୋଇଥିବା ବେଳେ ଲାଗିଗଲା ନିଆଁ, ୩ ଭାଇ-ଭଉଣୀ ଜୀବନ୍ତ ଦଗ୍ଧ appeared first on Odisha Reporter.
from Odisha Reporter https://ift.tt/3dwsD46
No comments:
Post a Comment