୪ ଦିନରେ ଦ୍ୱିତୀୟ ଘଟଣା, ଟିଫିନ ବୋମା ବିସ୍ଫୋରଣରେ ୭ ବର୍ଷୀୟ ବାଳକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 13, 2021

୪ ଦିନରେ ଦ୍ୱିତୀୟ ଘଟଣା, ଟିଫିନ ବୋମା ବିସ୍ଫୋରଣରେ ୭ ବର୍ଷୀୟ ବାଳକ ମୃତ

ପାଟନ: ମାତ୍ର ୪ ଦିନ ମଧ୍ୟରେ ଦୁଇଟି ଟିଫିନ ବୋମା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିବା ହଇଚଇ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷୀୟ ବାଳକ ମଧ୍ୟ ରହିଛନ୍ତି। ବିହାରର ଭାଗଲପୁରରେ ଏପରି ସିରିଜ୍‌ ବିସ୍ଫୋରଣ ପୁଲିସ ଓ ପ୍ରଶାସନର ନିଦ ହଜାଇ ଦେଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିସ୍ଫୋରଣ ପରେ ସଂପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ପୁଲିସ୍‌ ଏହି ଘଟଣାରେ କାହାକୁ ବି ଗିରଫ କରିପାରିନି। ମିଳିଥିବା ସୂଚନା ଅନୁଯାୟୀ, ମକଦୁମ ଶାହ ଦର୍ଘା ନିକଟରେ ଦ୍ୱିତୀୟ ଟିଫିନ ବୋମା ବିସ୍ଫୋରଣ ହୋଇଛି।

ଚମ୍ପାରନ ନଦୀ ନିକଟରେ ଥିବା ଦର୍ଘା ଘାଟରେ ୭ ବର୍ଷୀୟ ଅମ୍ରିତ ଦାସ ଖେଳୁଥିଲେ। ଏହି ସମୟରେ ଅଳିଆ ଗଦାରେ ପଡ଼ିଥିବା ଗୋଟିଏ ନୂଆ ଟିଫିନ ବକ୍ସ ଉପରେ ତାଙ୍କର ନଜର ପଡ଼ିଥିଲା। ସେ ତୁରନ୍ତ ଦୌଡ଼ି ଯାଇ ଟିଫିନକୁ ଗୋଟାଇବା ସହ ଏହାକୁ ଖୋଲିଥିଲେ। ତେବେ ଟିଫିନ ଖୋଲିବା ମାତ୍ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ତୁରନ୍ତ ସ୍ଥାନୀୟ ଲୋକ ଅମ୍ରିତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ବୋମା ନିଷ୍କ୍ରିୟ ଟିମ୍‌ ଅଳିଆ ଗଦା ନିକଟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ଦୁଇଟି ଜୀବନ୍ତ ଟିଫିନ ବୋମା ଜବତ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି।

ଏହାପୂର୍ବରୁ ଡିସେମ୍ବର ୧୧ରେ ଜଣେ ବ୍ୟକ୍ତି ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ବ୍ୟକ୍ତି ଜଣଙ୍କ ରେଳ ଧାରଣା ନିକଟରେ ପଡ଼ିଥିବା ଗୋଟିଏ ପେଟିକୁ ଉଠାଇବା କ୍ଷଣି ଏହା ମଧ୍ୟରେ ଥିବା ଟିଫିନ ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ରେଳବାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଥିଲା।

ତେବେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ତଦନ୍ତ ଚାଲିଛି। ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି। ଗୋଟିଏ ଘଟଣାର ତଦନ୍ତ ଚାଲିଥିବା ବେଳେ ଦର୍ଘା ଘାଟରେ ପୁଣି ବିସ୍ଫୋରଣ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଡିସେମ୍ବର ୯ରେ ମଧ୍ୟ ମୋମିନ ତୋଲା ଅଞ୍ଚଳରେ ବିସ୍ଫୋରଣ ହୋଇଥିଲା। ଏଥିରେ ୩ ଜଣ ଆହତ ଛୋଟ ପିଲା ଆହତ ହୋଇଥିଲା।

The post ୪ ଦିନରେ ଦ୍ୱିତୀୟ ଘଟଣା, ଟିଫିନ ବୋମା ବିସ୍ଫୋରଣରେ ୭ ବର୍ଷୀୟ ବାଳକ ମୃତ appeared first on Odisha Reporter.



from Odisha Reporter https://ift.tt/3pTT4q9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages