ସୁରତରୁ ଚିହ୍ନଟ ହେଲେ ଓମିକ୍ରନ ଆକ୍ରାନ୍ତ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୧ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 13, 2021

ସୁରତରୁ ଚିହ୍ନଟ ହେଲେ ଓମିକ୍ରନ ଆକ୍ରାନ୍ତ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୧ ଛୁଇଁଲା

ସୁରତ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ଏବେ ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସମସ୍ତ ମନରେ ଛନକା ପଶିଛି। ଏସବୁ ଭିତରେ ଗୁଜରାଟର ସୁରତରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆକ୍ରାନ୍ତ ଜଣଙ୍କ ଜଣେ ହୀରା ବ୍ୟବସାୟୀ। ସେ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଏହି ଓମିକ୍ରନ ଆକ୍ରାନ୍ତଙ୍କୁ ମିଶାଇ ଗୁଜରାଟରେ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ସେହିପରି ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୪୧କୁ ବଢ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ସୁରତରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ବ୍ୟବସାୟୀଙ୍କ ବୟସ ୪୨ ବର୍ଷ। ସେ ଡିସେମ୍ବର ୩ରେ ଦକ୍ଷିଣ ଆଫ୍ରିକାରୁ କେନିୟା ଓ ଅବୁଧାବି ଦେଇ ଦିଲ୍ଲୀରେ ପହଞ୍ଚିଥିଲେ। ପ୍ରୋଟକଲ ଅନୁଯାୟୀ, ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ତେବେ ଏହା ନେଗେଟିଭ ଆସିଥିଲା। ଡିସେମ୍ବର ୪ରେ ପୁଣି ତାଙ୍କର ଟେଷ୍ଟ କରାଯାଇଥିଲେ ହେଁ ଏହା ପଜିଟିଭ ଆସି ନଥିଲା।

ତଥାପି ତାଙ୍କୁ କିଛି ଦିନ ପାଇଁ ଆଇସୋଲେସନରେ ରଖାଯାଇଥିଲା। ଏହି ସମୟରେ ଅର୍ଥାତ ଡିସେମ୍ବର ୮ରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ତୁରନ୍ତ ପ୍ରଶାସନ ତାଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ଗାନ୍ଧିନଗରକୁ ପଠାଇଥିଲା। ପରୀକ୍ଷା ପରେ ବ୍ୟବସାୟୀ ଜଣଙ୍କ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ବର୍ତ୍ତମାନ ସଂକ୍ରମିତ ଜଣଙ୍କ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ହସ୍ପିଟାଲକୁ ସ୍ତାନାନ୍ତର କରିବାକୁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ସେହିପରି ତାଙ୍କର ସମସ୍ତ ସମ୍ପର୍କୀୟ ଓ ୪ ଜଣ ସହଯୋଗୀ ଯାତ୍ରୀଙ୍କର ମଧ୍ୟ ଟେଷ୍ଟ କରାଯାଇଥିଲା। ହେଲେ କାହାର ବି ରିପୋର୍ଟ ପଜିଟିଭ ଆସିନି। ଏହାପୂର୍ବରୁ ଜାମନଗରରେ ୨ ଜଣ ଓ ଅହମଦାବାଦରେ ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ।

ଦେଶ କଥା ବିଚାରକୁ ନେଲେ ଏଯାଏ ଚିହ୍ନଟ ହୋଇଥିବା ୪୧ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୦ ଜଣ ରହିଛନ୍ତି। ସୋମବାର ମହାରାଷ୍ଟ୍ରରେ ଦୁଇ ଜଣ ଦୁବାଇ ଫେରନ୍ତା ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।

ମହାରାଷ୍ଟ୍ର ବ୍ୟତୀତ ରାଜସ୍ଥାନରେ ୯ ଜଣ, କର୍ଣ୍ଣାଟକାରେ ୩ ଜଣ, ଗୁଜରାଟରେ ୪ ଜଣ, କେରଳରେ ଜଣେ, ଆନ୍ଧ୍ର ପ୍ରଦେଶରେ ଜଣେ, ଦିଲ୍ଲୀରେ ୨ ଜଣ ଓ ଚଣ୍ଡିଗଡ଼ରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ଭାରିଏଣ୍ଟ ଦ୍ରୁତଗତିରେ ବ୍ୟାପିବାର କ୍ଷମତା ରଖିଥିବାରୁ ସରକାର ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି।

The post ସୁରତରୁ ଚିହ୍ନଟ ହେଲେ ଓମିକ୍ରନ ଆକ୍ରାନ୍ତ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୧ ଛୁଇଁଲା appeared first on Odisha Reporter.



from Odisha Reporter https://ift.tt/3DMPiUB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages