କାନ୍ଦିବାରୁ ୨୭ ଦିନର ଶିଶୁପୁତ୍ର ମୁଣ୍ଡକୁ କାନ୍ଥରେ ପଟି ହତ୍ୟା କଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 13, 2021

କାନ୍ଦିବାରୁ ୨୭ ଦିନର ଶିଶୁପୁତ୍ର ମୁଣ୍ଡକୁ କାନ୍ଥରେ ପଟି ହତ୍ୟା କଲା ମା’

ଥିରୁଅନନ୍ତପୁରମ: ନିଜ ଜନ୍ମ କଲା ଛୁଆକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ମା’। ମାତ୍ର ୨୭ ଦିନ ତଳେ ଛୁଆଟି ଜନ୍ମ ହୋଇଥିଲା। ତେବେ ସେ ରାହା ଧରି କାନ୍ଦିବାରୁ ଏଥିରେ ବରିକ୍ତ ପ୍ରକାଶ କରି ମା’ ଜଣକ ଶିଶୁପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଛି।

ଜନ୍ମ ହେବା ଦିନ ଠାରୁ ଶିଶୁପୁତ୍ରଟି ଅସୁସ୍ଥ ରହିଥିଲା। ଏଥିପାଇଁ ସେ ନିୟମିତ କାନ୍ଦୁଥିଲା। ଏଥିରେ ରାଗି ଯାଇ ତା’ର ୨୧ ବର୍ଷୀୟ ମା’ ଏପରି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। କେରଳର ପାଥନମଥିଟ୍ଟା ଅଞ୍ଚଳରେ ଏହି ଘଟଣା ଘଟିଛି। ଡିସେମ୍ବର ୯ରେ ମା’ ଜଣଙ୍କ ଶିଶୁପୁତ୍ର ସହ ଏପରି କାଣ୍ଡ ଘଟାଇଥିଲେ। ଏହାପରେ ତାକୁ ଦିନ ପ୍ରାୟ ୧୧ଟା ବେଳେ ପାଥନମଥିଟ୍ଟାରେ ଥିବା ଗୋଟିଏ ହସ୍ପିଟାଲକୁ ନିଆଯାଇଥିଲା।

ଡାକ୍ତର ତା’ର ଚିକିତ୍ସା କରିବା ସହ ମେଡିସିନ ଦେଇ ଘରକୁ ପଠାଇ ଦେଇଥିଲେ। ତେବେ ସେହିଦିନ ଅପରାହ୍ନ ସମୟରେ ଶିଶୁପୁତ୍ରର ଅବସ୍ଥା ଗୁରୁତର ହୋଇଥିଲା। ଏଥିପାଇଁ ତାକୁ ତାଲୁକା ହସ୍ପିଟାଲକୁ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତା’ର ମୃତ୍ୟୁ ଘଟିଛି।

୧୦ ତାରିଖରେ ଶିଶୁଟିର ଶବକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହି ସମୟରେ ମୁଣ୍ଡର ପଛ ପାଖରେ ଗଭୀର ଆଘାତ ଲାଗିବା ଯୋଗୁ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଘଟଣା ପରେ ପୁଲିସ୍‌ ଶିଶୁପୁତ୍ରର ବାପାମା’ଙ୍କ ସହ କଥା ହୋଇଥିଲା। ଏହି ସମୟରେ ହତ୍ୟାକାରୀ ମା’ର ମାନସିକ ସ୍ଥିତି ଠିକ ନଥିବା ଜାଣିବାକୁ ପାଇଥିଲା।

ତଥାପି ପୁଲିସ ହତ୍ୟାକାରୀ ମା’କୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୧ ବର୍ଷୀୟ ମହିଳା ଜଣଙ୍କ ଯେଉଁ ବ୍ୟକ୍ତିଙ୍କ ସହ ରହୁଥିଲେ ସେ ପୂର୍ବରୁ ବିବାହିତ। ଏକଥା ଜାଣି ମଧ୍ୟ ମହିଳା ଜଣଙ୍କ ତାଙ୍କ ସହ ଫାଦର ଜୋଜି ଥୋମାସଙ୍କ ଆଶ୍ରମରେ ରହୁଥିଲେ। ହେଲେ ଉଭୟଙ୍କ ବିବାହ ହୋଇ ନଥିଲା।

ଆଶ୍ରମରେ ମହିଳା ଜଣକ ରୋଷେୟା ଭାବେ କାର୍ଯ୍ୟ କରୁଥିଲା। ଏଥିସହ କୋଟ୍ଟାୟମରେ ଥିବା ଗୋଟିଏ ଘରୋଇ ଇନିଷ୍ଟିଚ୍ୟୁଟରେ ପଢ଼ୁଥିଲା। ରୋଗଗ୍ରସ୍ତ ଶିଶୁପୁତ୍ର ତା’ ପାଠପଢ଼ାରେ ବାଧା ସୃଷ୍ଟି କରୁଥିବାରୁ ସେ ଏପରି କାଣ୍ତ ଘଟାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

The post କାନ୍ଦିବାରୁ ୨୭ ଦିନର ଶିଶୁପୁତ୍ର ମୁଣ୍ଡକୁ କାନ୍ଥରେ ପଟି ହତ୍ୟା କଲା ମା’ appeared first on Odisha Reporter.



from Odisha Reporter https://ift.tt/3oOihD8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages