ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱନ୍ଦ୍ୱ ଦୂର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ । ଏନେଇ ବିଭିନ୍ନ ଦ୍ୱନ୍ଦ୍ୱ ଦେଖାଯାଉଥିବା ବେଳେ ସେପରି କୌଣସି ଦ୍ୱନ୍ଦ୍ୱ ନାହିଁ କହିଲେ ମନ୍ତ୍ରୀ ସମୀର ଦାଶ ।
ଏଥିସହ ସେ କହିଛନ୍ତି, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି। ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ଯିଏ ଚାହିଁବେ ଅନଲାଇନ୍ରେ ପଢ଼ିପାରିବେ।
ଦୀର୍ଘ ପ୍ରାୟ ୨ ବର୍ଷ ପରେ ପିଲାମାନେ ସ୍କୁଲ ଆସିବା ଆରମ୍ଭ କରିବେ। ସ୍କୁଲ ପରିସରରେ କୋଭିଡ ଗାଇଡଲାଇନ୍କୁ କଡ଼ାକଡ଼ି ପାଳନ କରାଯିବ । ଏଥିନିମନ୍ତେ ସ୍କୁଲ କ୍ୟାମ୍ପସ ସ୍ୱଚ୍ଛ ରଖାଯାଇଛି । ପିଲାଙ୍କୁ ଗହଳିରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଦାସ । ଏଥିସହ ୨୦୨୨ରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଠିକ୍ ସମୟରେ ହେବ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତିକୁ ପୁଣି ଥରେ ପରିବର୍ତ୍ତନ କରିପାରନ୍ତି। ଏ ସମୟରେ ରାଜ୍ୟ ସରକାର ସଠିକ ସମୟରେ ସଠିକ ନିଷ୍ପତ୍ତି ନେବେ ବୋଲି ଡିଏମଇଟି କହିବା ପରେ ଦେଖାଦେଇଥିଲା ବିବାଦ । ଏପରିକି ଡିଏମଇଟିଙ୍କ ଏପରି ବୟାନକୁ ନେଇ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଅସନ୍ତୋଷ ପ୍ରକଟ କରିଥିଲେ ଏବଂ ବହୁତ ସମୀକ୍ଷା, ତର୍ଜମା ପରେ ନିଷ୍କତ୍ତି ନିଆଯାଇଥିବା କହିଥିଲେ। ଏହାପରେ ଶିକ୍ଷାମନ୍ତ୍ରୀ ଆଜି ସମସ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି।
ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ସ୍କୁଲ। ଯେଉଁଥିପାଇଁ ପିଲାମାନେ ଘରେ ରହିଥିବା ବେଳେ ସେମାନଙ୍କ ବୌଦ୍ଧିକ ତଥା ଶିକ୍ଷାର ବିକାଶ ହୋଇପାରୁ ନ ଥିଲା। କରୋନାର କୋପ କମିବା ପରେ ରାଜ୍ୟ ସରକାର ଅନ୍ଲାଇନ୍ରେ ପାଠ ପଢ଼ାଇବାର ବ୍ୟବସ୍ଥା କରିଥିଲେ। ମାତ୍ର ଏହି ବ୍ୟବସ୍ଥା ସବୁ ସ୍ଥାନରେ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ କିମ୍ବା ଶତ ପ୍ରତିଶତ ଫଳପ୍ରଦ ହୋଇପାରିଲା ନାହିଁ।
ଏନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇବା ପରେ ପ୍ରଥମେ କଲେଜ ଓ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ସ୍କୁଲ୍ ଖୋଲି ସାରିଛି। ଏହାପରେ ଏବେ ଆସନ୍ତା ୩ତାରିଖରୁ ପ୍ରଥମରୁ ପଞ୍ଚ ଶ୍ରେଣୀ ପିଲାଙ୍କ କ୍ଲାସ୍ ଖୋଲିବାକୁ ଯାଉଛି। ହେଲେ ଯେଉଁ ଅଭିଭାବକ ଶଙ୍କା ବ୍ୟକ୍ତ କରୁଛନ୍ତି, ଭୟଭୀତ ଅଛନ୍ତି ସେମାନେ ଘରେ ନିଜ ପିଲାଙ୍କୁ ଅନଲାଇନ୍ ମାଧ୍ୟମରେ ପଢ଼ିବାକୁ କୁହାଯାଇଛି। ଆସନ୍ତା ୩ ତାରିଖରେ ସ୍କୁଲ ଖୋଲିବା ପରେ ୪ ତାରିଖରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ସ୍ଥିତି ପରଖିବେ ଶିକ୍ଷା ମନ୍ତ୍ରୀ
ସ୍କୁଲ ଖୋଲିବା ପରେ ଏବେ ରାଜ୍ୟରେ ଥିବା ୨୭୦୦୦ ସ୍କୁଲ ଚଞ୍ଚଳ ହେବ। ପୂର୍ବ ପରି କ୍ଲାସ ରୁମ୍ରେ ବସି ପିଲାମାନେ ପାଠ ପଢ଼ିବେ। କିନ୍ତୁ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପଳନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।
The post ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, କହିଲେ- ୩ରୁ ହିଁ ଖୋଲିବ ସ୍କୁଲ appeared first on Odisha Reporter.
from Odisha Reporter https://ift.tt/3zfdcrd
No comments:
Post a Comment